ମ୍ୟାଚ୍ ଜିତିବା ପରେ କାହିଁକି ଷ୍ଟମ୍ପ ଉପାଡ଼ି ଦିଅନ୍ତି କ୍ରିକେଟର ?

ସଂଘର୍ଷ ପରେ ଭାରତକୁ ମିଳିଛି ବିଜୟ । ୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତ । ଆଉ ପୁଣି ଏକ ଆଇସିସି ଇଭେଣ୍ଟ ନିଜ ନାଁରେ କରିଛି । କେବଳ ୨୦୧୩ ପରେ ଭାରତ ଏହି ଟ୍ରଫି ଜିତିନି, ବରଂ ୨୫ ତଳର ବଦଲା ନେଇଛି ଭାରତ । ୨୦୧୩ ମସିହାରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଉ ଏବେ ପୁଣି ଏହି ସ୍ୱାଦ ଚାଖିବାରେ […] The post ମ୍ୟାଚ୍ ଜିତିବା ପରେ କାହିଁକି ଷ୍ଟମ୍ପ ଉପାଡ଼ି ଦିଅନ୍ତି କ୍ରିକେଟର ? appeared first on KNews Odisha.

ମ୍ୟାଚ୍ ଜିତିବା ପରେ କାହିଁକି ଷ୍ଟମ୍ପ ଉପାଡ଼ି ଦିଅନ୍ତି କ୍ରିକେଟର ?

ସଂଘର୍ଷ ପରେ ଭାରତକୁ ମିଳିଛି ବିଜୟ । ୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତ । ଆଉ ପୁଣି ଏକ ଆଇସିସି ଇଭେଣ୍ଟ ନିଜ ନାଁରେ କରିଛି । କେବଳ ୨୦୧୩ ପରେ ଭାରତ ଏହି ଟ୍ରଫି ଜିତିନି, ବରଂ ୨୫ ତଳର ବଦଲା ନେଇଛି ଭାରତ । ୨୦୧୩ ମସିହାରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଉ ଏବେ ପୁଣି ଏହି ସ୍ୱାଦ ଚାଖିବାରେ ସଫଳ ହୋଇଛି ରୋହିତ ବାହିନୀ । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫିରେ ବି ଭାରତ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ସେତେବେଳେ କିଓ୍ୱି ଦଳ ଚାମ୍ପିୟନ ହୋଇଥିବା ବେଳେ ଏବେ କିନ୍ତୁ ଭାରତ ବାଜି ନେଇଛି । ୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ପାଇଁ ହକଦାର ହୋଇଛି ।

ଇଣ୍ଡିଆନ୍ କ୍ରିକେଟ୍ ଟିମର ଅଧିନାୟକ ରୋହିତ୍ ଶର୍ମା ଏବଂ କିଙ୍ଗ୍ କୋହଲି ଯେତେବେଳେ ଷ୍ଟାଡିୟମରେ ବିଜୟର ଖୁସିକୁ ସେଲିବ୍ରେଟ୍ କଲେ ସେତେବେଳେ ପୁରା ଷ୍ଟାଡିୟମ୍ ମଧ୍ୟ ଖୁସିରେ ଝୁମିଥିଲା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଇଣ୍ଡିଆର ବିଜୟ ପରେ ରୋହିତ୍-ବିରାଟ୍ ଷ୍ଟମ୍ପକୁ ଉଠାଇ ଦାଣ୍ଡିଆ ଡ୍ୟାନ୍ସ କରିବାକୁ ଲାଗିଲେ ଯାହା ସେଠାରେ ଉପସ୍ଥିତ ଥିବା କ୍ରିକେଟ ପ୍ରେମୀଙ୍କ ମନ ଜିଣି ନେଇଥିଲା । କିନ୍ତୁ କଣ ଆପଣ ଜାଣିଛନ୍ତି କି କ୍ରିକେଟର ବିଜୟ ହାସଲ କରିବା ପରେ କାହିଁକି ଷ୍ଟମ୍ପକୁ ଉପାଡ଼ି ଦେଇଥାଆନ୍ତି ? ଏବଂ ସାଥିରେ ତାକୁ ଘରକୁ ମଧ୍ୟ ନେଇଥାଆନ୍ତି ? ଏକଥା ଶୁଣି ଆପଣ ଭାବୁଥିବେ ବିଜୟ ହାସଲ କରିବା ପରେ ଖୁସିରେ ଷ୍ଟମ୍ପ ଉପାଡ଼ି ଦେଇଥିବେ । କିନ୍ତୁ ଏହା ପଛରେ ରହିଛି ଅନ୍ୟ କିଛି କାରଣ ।

ପୂର୍ବରୁ ଆମେ ଅନେକ ଥର ମହେନ୍ଦ୍ର ସିଂ ଧୋନିଙ୍କୁ କ୍ରିକେଟ ଖେଳରେ ବିଜୟ ହାସଲ କରିବା ପରେ ଖେଳ ପଡ଼ିଆରେ ହିଁ ଷ୍ଟମ୍ପ ଉପାଡ଼ି ଦେଇଥିବାର ଦେଖିଛନ୍ତି । ତାଙ୍କୁ ଯେତେବେଳେ ଷ୍ଟମ୍ପ ଉପାଡ଼ିବା କଥା ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ, ଏହା ତାଙ୍କ ଅବସର ଯୋଜନାର ଏକ ଅଂଶ । ସେ ବହୁତ ଷ୍ଟମ୍ପ ସଂଗ୍ରହ କରିଛନ୍ତି ଏହା ତାଙ୍କୁ ଭଲ ଲାଗିଥାଏ । କିନ୍ତୁ ସେ ଜାଣିନାହାଁନ୍ତି ଯେ ସେ କେଉଁ ମ୍ୟାଚ୍ ରୁ କେଉଁ ଷ୍ଟମ୍ପ ଆଣିଛନ୍ତି । ତେଣୁ ସେ ଅବସର ପରେ ସମସ୍ତ ମ୍ୟାଚ୍‌ର ଭିଡିଓ ଦେଖିବେ ଏବଂ ଜାଣିବେ ଯେ ସେ କେଉଁ ମ୍ୟାଚ୍‌ରେ କେଉଁ ଷ୍ଟମ୍ପକୁ ଉପାଡ଼ି ଦେଇଥିଲେ। ଯାହାଦ୍ୱାରା ତାଙ୍କ ସମୟ ସହଜରେ ବିତିଯିବ। ଧୋନି କଆହୁରି ମଧ୍ୟ କହିଛନ୍ତି ଯେ, ସେ ଷ୍ଟମ୍ପରେ କୌଣସି ପ୍ରକାରର ମାର୍କ କରନ୍ତି ନାହିଁ ।

ତେବେ ଖେଳାଳୀ ମାନେ ଖେଳରେ ବିଜୟ ହାସଲ କରିବା ପରେ ପ୍ରାୟତଃ ଷ୍ଟମ୍ପକୁ ଘରକୁ ନେଇଥାନ୍ତି । ତାଙ୍କ ବିଜୟ ସୂଚକ ଭାବେ ଘରେ ଫ୍ରେମ୍ କରି ରଖିଥାଆନ୍ତି । ଷ୍ଟମ୍ପ ନେବା ଏକ ପରମ୍ପରା ଯାହା ବ୍ୟକ୍ତିଗତ କିମ୍ବା ଦଳଗତ ମାଇଲଷ୍ଟୋନ୍କୁ ସୂଚିତ କରେ । ଏହି କଠିନ ସଂଘର୍ଷ ପୂର୍ଣ୍ଣ ବିଜୟ ଏବଂ ଏକ ବିଶେଷ ସଫଳତା ଭାବପ୍ରବଣ ବିଦାୟକୁ ସବୁଦିନ ପାଇଁ ମନରେ ସାଇତି ରଖିବା ହିଁ ଉଦ୍ଦେଶ୍ୟ । କିନ୍ତୁ ୨୦୧୫ ବିଶ୍ୱକପ୍ ମ୍ୟାଚ୍ ଜିତିବା ପରେ ଏମ୍.ଏସ୍. ଧୋନିଙ୍କୁ ଷ୍ଟମ୍ପ ଘରକୁ ନେବାରୁ ବାରଣ କରାଯାଇଥିଲା କାରଣ ଏଗୁଡ଼ିକ ମହଙ୍ଗା LED ଷ୍ଟମ୍ପ ଥିଲା, ଯାହାର ମୂଲ୍ୟ ୪୦,୦୦୦ ଡଲାର ଥିଲା।

Also read:IPL ରେ ପ୍ରସାରଣ ହେବନି କୌଣସି ପ୍ରକାରର ତମାଖୁ ଏବଂ ନିଶାଦ୍ରବ୍ୟ ବିଜ୍ଞାପନ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା…

The post ମ୍ୟାଚ୍ ଜିତିବା ପରେ କାହିଁକି ଷ୍ଟମ୍ପ ଉପାଡ଼ି ଦିଅନ୍ତି କ୍ରିକେଟର ? appeared first on KNews Odisha.