ଅଗଷ୍ଟ ୧୭ରେ ସାରା ଦେଶରେ ପୁଣି ଧର୍ମଘଟ, ଆଇଏମଏ କଲା ଘୋଷଣା

କୋଲକାତାରେ ଗତ ରାତିରେ ଡାକ୍ତରଙ୍କ ପ୍ରଦର୍ଶନ ସମୟରେ ହୋଇଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନେଇ ତାତିଲା ଆଇଏମଏ । ଆଇଏମଏ ପୁଣି ଧର୍ମଘଟ କରିବାକୁ ଘୋଷଣା କରିଛି । ରେସିଡେଣ୍ଟ ଡାକ୍ତର ସଙ୍ଗଠନ ଦୁଇ ଦିନ ପୂର୍ବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଧର୍ମଘଟ ଶେଷ କରିଥିଲା । ଦେଶର ଡାକ୍ତରଙ୍କ ସହ ଜଡିତ ସଂଗଠନଗୁଡ଼ିକ ସୁରକ୍ଷା ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଅଗଷ୍ଟ ୧୭ରେ […] The post ଅଗଷ୍ଟ ୧୭ରେ ସାରା ଦେଶରେ ପୁଣି ଧର୍ମଘଟ, ଆଇଏମଏ କଲା ଘୋଷଣା appeared first on KNews Odisha.

ଅଗଷ୍ଟ ୧୭ରେ ସାରା ଦେଶରେ ପୁଣି ଧର୍ମଘଟ, ଆଇଏମଏ କଲା ଘୋଷଣା
IMA

କୋଲକାତାରେ ଗତ ରାତିରେ ଡାକ୍ତରଙ୍କ ପ୍ରଦର୍ଶନ ସମୟରେ ହୋଇଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନେଇ ତାତିଲା ଆଇଏମଏ । ଆଇଏମଏ ପୁଣି ଧର୍ମଘଟ କରିବାକୁ ଘୋଷଣା କରିଛି । ରେସିଡେଣ୍ଟ ଡାକ୍ତର ସଙ୍ଗଠନ ଦୁଇ ଦିନ ପୂର୍ବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଧର୍ମଘଟ ଶେଷ କରିଥିଲା ।

ଦେଶର ଡାକ୍ତରଙ୍କ ସହ ଜଡିତ ସଂଗଠନଗୁଡ଼ିକ ସୁରକ୍ଷା ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଅଗଷ୍ଟ ୧୭ରେ ଦେଶବ୍ୟାପୀ ଧର୍ମଘଟ କରିବ ବୋଲି ଘୋଷଣା କରିଛି । କୋଲକାତାରେ ଜଣେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଆଇଏମଏ ଧର୍ମଘଟ କରିବ । ଡାକ୍ତରଖାନାଗୁଡ଼ିକୁ ନିରାପଦ ଅଞ୍ଚଳ ବୋଲି ଘୋଷଣା କରିବା ସହିତ ଆଇଏମଏ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ଦାବି କରିଛି । ଗତକାଲି ରାତିରେ କୋଲକାତାର ଆର.ଜି କର ମେଡିକାଲ କଲେଜରେ ଘଟିଥିବା ହିଂସା ବିରୋଧରେ ଆଇଏମଏ ମଧ୍ୟ ବିରୋଧ କରିବ । ଏହା ସହିତ ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ସଂଘ ମଧ୍ୟ ଧର୍ମଘଟ କରିବାକୁ ଘୋଷଣା କରିଛି ।

ପ୍ରଦର୍ଶନ ସମୟରେ ଭଙ୍ଗାରୁଜା ପରେ ଆଇଏମଏ ଆଜି ବୟାନ ଜାରି କରି କହିଛି ଯେ ଗତ ରାତିରେ ପଶ୍ଚିମବଙ୍ଗରେ ଯେଉଁଭଳି ଆକ୍ରମଣ କରାଯାଇଛି, ତାହା ପୁଣି ଡାକ୍ତରଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପାଇଁ ଆଇଏମଏ ପୁଣି ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି । ଏହାକୁ ଦେଶର ଅନ୍ୟ ମେଡିକାଲ ଆସୋସିଏସନ ଏବଂ ସଙ୍ଗଠନ ଖୁବ୍‌ ବିରୋଧ କରିଥିଲେ ।

ଡାକ୍ତରୀ ସଙ୍ଗଠନଗୁଡ଼ିକର ଅସନ୍ତୋଷ ପରେ ଆଇଏମଏ ନିଜର ନିଷ୍ପତ୍ତିକୁ ନେଇ ଏକପ୍ରକାର ଅଲଗା ହୋଇଯାଇଥିଲା । ପଶ୍ଚିମବଙ୍ଗରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଆଇଏମଏ ଧର୍ମଘଟ ଘୋଷଣା କରିଥିଲା ।

ବର୍ତ୍ତମାନ ହସ୍ପିଟାଲରେ ଭଙ୍ଗାରୁଜା ଘଟଣା ପରେ ଆଇଏମଏ କହିଛି କି, ସରକାର କାମ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିପାରୁ ନାହାନ୍ତି । ଏହି ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ହିଁ ବିଫଳ ରହିଛନ୍ତି, ଯାହାକୁ ଆମେ କଡ଼ା ନିନ୍ଦା କରୁଛୁ । ଏପରି କହିବା ପରେ ଅଗଷ୍ଟ ୧୭ ସୁଧା ପୁଣି ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି ।

The post ଅଗଷ୍ଟ ୧୭ରେ ସାରା ଦେଶରେ ପୁଣି ଧର୍ମଘଟ, ଆଇଏମଏ କଲା ଘୋଷଣା appeared first on KNews Odisha.