ମ୍ୟାଚ୍ ନ ଖେଳି ମଧ୍ୟ ଐତିହାସିକ ସଫଳତା ହାସଲ କଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲ,୧୪।୫: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରୁଛନ୍ତି। ସେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜାଡେଜା ଏତେ ଦିନ ଧରି ଧଳା ବଲ କ୍ରିକେଟ କିମ୍ବା IPL ଖେଳୁଛନ୍ତି, ତେବେ ସେ ଏବେ ଲାଲ ବଲ କ୍ରିକେଟ ଅର୍ଥାତ୍ ଟେଷ୍ଟ ନ କେଳି ମଧ୍ୟ ଇତିହାସ ରଚିଛନ୍ତି। ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ନୂତନ ରାଙ୍କିଂ ପ୍ରକାଶ କରିଛି। ଏଥିରେ ରବିନ୍ଦ୍ର ଜାଡେଜା ୪୦୦ ରେଟିଂ […] The post ମ୍ୟାଚ୍ ନ ଖେଳି ମଧ୍ୟ ଐତିହାସିକ ସଫଳତା ହାସଲ କଲେ ରବିନ୍ଦ୍ର ଜାଡେଜା appeared first on Dharitri Odia News.
ନୂଆଦିଲ୍ଲ,୧୪।୫: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରୁଛନ୍ତି। ସେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜାଡେଜା ଏତେ ଦିନ ଧରି ଧଳା ବଲ କ୍ରିକେଟ କିମ୍ବା IPL ଖେଳୁଛନ୍ତି, ତେବେ ସେ ଏବେ ଲାଲ ବଲ କ୍ରିକେଟ ଅର୍ଥାତ୍ ଟେଷ୍ଟ ନ କେଳି ମଧ୍ୟ ଇତିହାସ ରଚିଛନ୍ତି।
ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ନୂତନ ରାଙ୍କିଂ ପ୍ରକାଶ କରିଛି। ଏଥିରେ ରବିନ୍ଦ୍ର ଜାଡେଜା ୪୦୦ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ଏହାସହ ଜାଡେଜା ସର୍ବାଧିକ ଦିନ ପାଇଁ ICC ଟେଷ୍ଟ ଅଲରାଉଣ୍ଡର ବର୍ଗରେ ଏକ ନମ୍ବର ସ୍ଥାନରେ ରହିଛନ୍ତି।
ଜାଡେଜା ୯ ମାର୍ଚ୍ଚ ୨୦୨୨ରେ ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର ହୋଇଥିଲେ। ସେବେଠାରୁ ୩୮ ମାସ ବିତିଗଲାଣି, ଜାଡେଜା ଲଗାତାର ୧୧୫୨ ଦିନ ଧରି ନମ୍ବର ୱାନ ସ୍ଥାନରେ ଅଛନ୍ତି। ଏହା ତାଙ୍କର ଏହି ସଫଳତା ହାସଲ କରିବାର ଦ୍ୱିତୀୟ ସୁଯୋଗ ଥିଲା। କାରଣ ଏହା ପୂର୍ବରୁ, ସେ ଅଗଷ୍ଟ ୨୦୧୭ରେ ଗୋଟିଏ ସପ୍ତାହ ପାଇଁ ମଧ୍ୟ ନମ୍ବର ୱାନ ଥିଲେ।
The post ମ୍ୟାଚ୍ ନ ଖେଳି ମଧ୍ୟ ଐତିହାସିକ ସଫଳତା ହାସଲ କଲେ ରବିନ୍ଦ୍ର ଜାଡେଜା appeared first on Dharitri Odia News.