ମ୍ୟାଚ୍‌ ସମୟରେ ଅଘଟଣ, ହାର୍ଟ ଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ

ନୂଆଦିଲ୍ଲୀ: ମ୍ୟାଚ୍‌ ସମୟରେ ଅଘଟଣ, ହାର୍ଟ ଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ଣ୍ଣାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି। ଏହି ୩୫ ବର୍ଷୀୟ ଯୁବ କ୍ରିକେଟରଙ୍କୁ ଗୁରୁବାର ଖେଳ ପଡ଼ିଆରେ ହିଁ ହାର୍ଟ ଆଟାକ୍‌ ଆସିଥିଲା। ସଙ୍ଗେ ସଙ୍ଗେ ତାଙ୍କ ହସ୍ପିଟାଲ ନିଆଯାଇଥିଲା ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ଗୁରୁବାର କର୍ଣ୍ଣାଟକ ଏବଂ ତାମିଲନାଡୁ ଏଜିସ ସାଉଥ ଜୋନ୍‌ ଟୁର୍ଣ୍ଣାମେଣ୍ଟ ସମୟରେ ଏହି ଘଟଣା ଘଟିଥିଲା। କୁହାଯାଇଛି ଯେ, ମ୍ୟାଚ୍‌ ପରେ ସେ ଟିମ୍‌ ସଦସ୍ୟଙ୍କ ସହ ଲଞ୍ଚ କରିବାକୁ ଯାଉଥିଲେ। କିନ୍ତୁ ହଠାତ୍‌ ପଡ଼ିଆରେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଥିବା ମେଡିକାଲ ଟିମ୍‌ ତାଙ୍କୁ ସିପିଆର ମାଧ୍ୟମରେ ଚିକିତ୍ସା କରି ହୋସ୍‌କୁ ଆଣିଥିଲେ। କିନ୍ତୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆହୁରି ପଢ଼ନ୍ତୁ: ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଫୁଟ୍‌ବଲ୍‌ର ଡାନି ଅଲଭିସ୍‌ଙ୍କୁ ଜେଲ୍‌, ସ୍ପେନ୍‌ କୋର୍ଟ ଶୁଶାଇଲେ ଦଣ୍ଡ ଉଲ୍ଲେଖଯୋଗ୍ୟ, ହୋୟଶାଲା ଅଣ୍ଡର-୨୫ ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ କର୍ଣ୍ଣାଟକ ପ୍ରିମିୟର ଲିଗ୍‌ ଲାୟନ୍ସରେ ବେଲ୍ଲାରୀ ଟସ୍କର୍ସ ଏବଂ ଶିବମୋଗ୍ଗା ଲାୟନ୍ସର ପ୍ରତିନିଧିତ୍ବ କରିଥିଲେ। ସୂଚନାଥାଉକି, ଚଳିତ ବର୍ଷ ସମାନ ଢଙ୍ଗର

ମ୍ୟାଚ୍‌ ସମୟରେ ଅଘଟଣ, ହାର୍ଟ ଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ

ନୂଆଦିଲ୍ଲୀ: ମ୍ୟାଚ୍‌ ସମୟରେ ଅଘଟଣ, ହାର୍ଟ ଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ଣ୍ଣାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଛି। ଏହି ୩୫ ବର୍ଷୀୟ ଯୁବ କ୍ରିକେଟରଙ୍କୁ ଗୁରୁବାର ଖେଳ ପଡ଼ିଆରେ ହିଁ ହାର୍ଟ ଆଟାକ୍‌ ଆସିଥିଲା। ସଙ୍ଗେ ସଙ୍ଗେ ତାଙ୍କ ହସ୍ପିଟାଲ ନିଆଯାଇଥିଲା ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଗୁରୁବାର କର୍ଣ୍ଣାଟକ ଏବଂ ତାମିଲନାଡୁ ଏଜିସ ସାଉଥ ଜୋନ୍‌ ଟୁର୍ଣ୍ଣାମେଣ୍ଟ ସମୟରେ ଏହି ଘଟଣା ଘଟିଥିଲା। କୁହାଯାଇଛି ଯେ, ମ୍ୟାଚ୍‌ ପରେ ସେ ଟିମ୍‌ ସଦସ୍ୟଙ୍କ ସହ ଲଞ୍ଚ କରିବାକୁ ଯାଉଥିଲେ। କିନ୍ତୁ ହଠାତ୍‌ ପଡ଼ିଆରେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଥିବା ମେଡିକାଲ ଟିମ୍‌ ତାଙ୍କୁ ସିପିଆର ମାଧ୍ୟମରେ ଚିକିତ୍ସା କରି ହୋସ୍‌କୁ ଆଣିଥିଲେ। କିନ୍ତୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଫୁଟ୍‌ବଲ୍‌ର ଡାନି ଅଲଭିସ୍‌ଙ୍କୁ ଜେଲ୍‌, ସ୍ପେନ୍‌ କୋର୍ଟ ଶୁଶାଇଲେ ଦଣ୍ଡ

ଉଲ୍ଲେଖଯୋଗ୍ୟ, ହୋୟଶାଲା ଅଣ୍ଡର-୨୫ ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ କର୍ଣ୍ଣାଟକ ପ୍ରିମିୟର ଲିଗ୍‌ ଲାୟନ୍ସରେ ବେଲ୍ଲାରୀ ଟସ୍କର୍ସ ଏବଂ ଶିବମୋଗ୍ଗା ଲାୟନ୍ସର ପ୍ରତିନିଧିତ୍ବ କରିଥିଲେ।

ସୂଚନାଥାଉକି, ଚଳିତ ବର୍ଷ ସମାନ ଢଙ୍ଗରେ ଜାନୁଆରୀ ୨୬ରେ ସୁହେବ ୟାଶୀନ ନାମକ ଜଣେ ୨୦ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ ହୋଇଥିଲା। ସହେବ ବୋଲିଂ କରୁଥିବାବେଳେ ପଡ଼ିଆରେ ଟଳି ପଡ଼ିଥିଲେ । ଏହା ପୂର୍ବରୁ ୩୪ ବର୍ଷୀୟ ଖେଳାଳି ବିକାଶ ନେଗୀଙ୍କ ମଧ୍ୟ ପଡ଼ିଆରେ ମୃତ୍ୟୁ ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିଥିଲା।

The post ମ୍ୟାଚ୍‌ ସମୟରେ ଅଘଟଣ, ହାର୍ଟ ଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ appeared first on Prameya News7.