ମ୍ୟାଚ୍‌ରେ ଚାପ ଥିଲା, ହେଲେ ମୁଁ ଅନୁଭବ କରିନାହିଁ- ଋତୁରାଜ ଗାଏକଓ୍ୱାଡ୍‌

ଚେନ୍ନାଇ ୨୩।୦୩ : ଚାପ ତ ଥିଲା । ହେଲେ ମୁଁ ଜାଣିଛି ଏମିତି ପରିସ୍ଥିତିରେ ଯେତେ କୁଲ୍‌ ରହିବ ।  ତୁମକୁ ସେତିକି ଫାଇଦା ରହିବା । ତାପରେ ବି ମୁଁ ଜାଣିଛି ମୋ ପଛରେ ଅଛନ୍ତି  ମାହି ଭାଇ ( ମହେନ୍ଦ୍ର ସିଂହ ଧୋନି) । ତେଣୁ ମନରେ ଭୟ ଆସିବାର କୌଣସି ପ୍ରଶ୍ନ ହିଁ ନଥିଲା ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ରୁତୁରାଜ ଗାଏକ୍‌ଓ୍ୱାଡ୍‌ । ଶୁକ୍ରବାର ଚେନ୍ନାଇର ଚିପକ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଥିଲା । ଏହି ମ୍ୟାଚ୍‌କୁ ୬ ଓ୍ୱିକେଟ୍‌ରେ ବିଜୟୀ ହୋଇଛି ଚେନ୍ନାଇ ।  ମ୍ୟାଚ୍‌ ଶେଷ ପରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଜୟୀ ଅଧିନାୟକ ରୁତୁରାଜ ଗାଏକ୍‌ଓ୍ୱାଡ୍ କହିଛନ୍ତି ବଡ଼ କଥା । ସେ କହିଛନ୍ତି ଯେ, ଟସ୍‌ ଜିତି ଯେତେବେଳେ ବାଙ୍ଗାଲୋର ଟିମ୍ ବ୍ୟାଟିଂ କରୁଥିଲା । ପ୍ରଥମ ତିନି ଓଭରରେ ବିରୋଧୀ ଟିମ୍‌ ଭଲ ବ୍ୟାଟିଂ କରିଥିଲେ ।  କିଛି ସମୟ ପାଇଁ ଆମକୁ ଚାପରେ ରଖିଥିଲା ବାଙ୍ଗାଲୋର ଟିମ୍‌ । ଖାସ୍‌ କରି ଫାପ୍‌ ଏବଂ ବିରାଟଙ୍କ ବ୍ୟାଟିଂ । ହେଲେ ଏହି ସମୟରେ ମୁଁ ଜାଣିଥିଲେ , ଯେତେ ଚାପରେ ରହିଲେ, ତାହା ଆମ ପାଇଁ ବୁମେରାଂ ସାବ୍ୟସ୍ତ ରହିବ । ତେଣୁ ଚାପ ଥିଲେ ବି ମୁଁ ଶାନ୍ତ ରହିବାକୁ ଉଦ୍ୟମ କରିଥିଲି । ଆଉ ଶାନ୍ତ ବି ରହିଥିଲି । ଯାହାକୁ ଆମକୁ ଫାଇଦା ଦେଇଥିଲା । ସେହିପରି ମାହି

ମ୍ୟାଚ୍‌ରେ ଚାପ ଥିଲା, ହେଲେ ମୁଁ ଅନୁଭବ କରିନାହିଁ- ଋତୁରାଜ ଗାଏକଓ୍ୱାଡ୍‌

ଚେନ୍ନାଇ ୨୩।୦୩ : ଚାପ ତ ଥିଲା । ହେଲେ ମୁଁ ଜାଣିଛି ଏମିତି ପରିସ୍ଥିତିରେ ଯେତେ କୁଲ୍‌ ରହିବ ।  ତୁମକୁ ସେତିକି ଫାଇଦା ରହିବା । ତାପରେ ବି ମୁଁ ଜାଣିଛି ମୋ ପଛରେ ଅଛନ୍ତି  ମାହି ଭାଇ ( ମହେନ୍ଦ୍ର ସିଂହ ଧୋନି) । ତେଣୁ ମନରେ ଭୟ ଆସିବାର କୌଣସି ପ୍ରଶ୍ନ ହିଁ ନଥିଲା ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ରୁତୁରାଜ ଗାଏକ୍‌ଓ୍ୱାଡ୍‌ । 

ଶୁକ୍ରବାର ଚେନ୍ନାଇର ଚିପକ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଥିଲା । ଏହି ମ୍ୟାଚ୍‌କୁ ୬ ଓ୍ୱିକେଟ୍‌ରେ ବିଜୟୀ ହୋଇଛି ଚେନ୍ନାଇ ।  ମ୍ୟାଚ୍‌ ଶେଷ ପରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଜୟୀ ଅଧିନାୟକ ରୁତୁରାଜ ଗାଏକ୍‌ଓ୍ୱାଡ୍ କହିଛନ୍ତି ବଡ଼ କଥା । ସେ କହିଛନ୍ତି ଯେ, ଟସ୍‌ ଜିତି ଯେତେବେଳେ ବାଙ୍ଗାଲୋର ଟିମ୍ ବ୍ୟାଟିଂ କରୁଥିଲା । ପ୍ରଥମ ତିନି ଓଭରରେ ବିରୋଧୀ ଟିମ୍‌ ଭଲ ବ୍ୟାଟିଂ କରିଥିଲେ ।  କିଛି ସମୟ ପାଇଁ ଆମକୁ ଚାପରେ ରଖିଥିଲା ବାଙ୍ଗାଲୋର ଟିମ୍‌ । ଖାସ୍‌ କରି ଫାପ୍‌ ଏବଂ ବିରାଟଙ୍କ ବ୍ୟାଟିଂ । ହେଲେ ଏହି ସମୟରେ ମୁଁ ଜାଣିଥିଲେ , ଯେତେ ଚାପରେ ରହିଲେ, ତାହା ଆମ ପାଇଁ ବୁମେରାଂ ସାବ୍ୟସ୍ତ ରହିବ । ତେଣୁ ଚାପ ଥିଲେ ବି ମୁଁ ଶାନ୍ତ ରହିବାକୁ ଉଦ୍ୟମ କରିଥିଲି । ଆଉ ଶାନ୍ତ ବି ରହିଥିଲି । ଯାହାକୁ ଆମକୁ ଫାଇଦା ଦେଇଥିଲା । 

ସେହିପରି ମାହି ଭାଇ (ମହେନ୍ଦ୍ର ସିଂହ ଧୋନି) ବି ସବୁ ବେଳ ପରି ଶାନ୍ତ ରହିଥିଲେ।  ମୁଁ ସମୟ  ସମୟରେ ମାହିଙ୍କ ପରାମର୍ଶ ନେଇଥାଏ । ତେଣୁ ମୁଁ ଜାଣିଥିଲେ ଯଦି ପରିସ୍ଥିତି କିଛି ବେଶୀ ଖରାପ ହୁଏ, ତେବେ ମାହି ଭାଇ ସମ୍ଭାଳିନେବେ । 

ସୂଚନାଯୋଗ୍ୟ ଯେ, ପ୍ରଥମ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୪ ରନ୍‌ ଟାର୍ଗେଟ ଦେଇଥିଲା । ଯାହାର ପିଛା କରି ଚେନ୍ନାଇ ସୁପର କିଙ୍ଗସ୍‌ ୬ ଓ୍ୱିକେଟ୍‌ ଥାଇ ବିଜୟ ହାସଲ କରିଛି । ମ୍ୟାଚ୍‌ରେ ୪ ଓଭର ୨୯ ଦେଇ ୪ଟି ଓ୍ୱିକେଟ୍‌ ନେଇଥିବା ମୁସ୍‌ତଫିଜୁର ରେହେମାନ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଛି ।