୧୫ ବର୍ଷରୁ ପଡୋଶୀଙ୍କ ବିଲ୍ ଦେଇ ଆସୁଥିଲେ ବ୍ୟକ୍ତି, ଯାଞ୍ଚରେ ହେଲା ଆଶ୍ଚର୍ଯ୍ୟକର ଖୁଲାସା
ନୂଆଦିଲ୍ଲୀ ୨୨।୦୯: ଆମେରିକା ଭାକାଭିଲେ ସହରରେ ରହୁଥିବା କେନ୍ ୱିଲସନ୍ଙ୍କ ସହିତ ଏକ ଅଜବ ଘଟଣା ଘଟିଛି । ସେ ବିଗତ ୧୫ ବର୍ଷ ହେଲା ତାଙ୍କ ପଡ଼ୋଶୀଙ୍କର ବିଦ୍ୟୁତ୍ ବିଲ୍ ଦେଇଆସୁଥିବା ଜଣାପଡି଼ଛି । ପାସିଫିକ୍ ଗ୍ୟାସ୍ ଆଣ୍ଡ ଇଲେକ୍ଟ୍ରିକ୍ କଂପାନିର ଗ୍ରାହକ କେନ୍ ୱିଲସନ୍ କିଛି ମାସ ତଳେ ଦେଖିଲେ ଯେ ତାଙ୍କର ବିଦ୍ୟୁତ୍ ବିଲ୍ କ୍ରମାଗତ ଭାବେ ବଢ଼ିଚାଲିଛି । ନିଜ ଘରେ ସେ ଏକୁଟିଆ ରହୁଥିଲେ । ତେଣୁ ବିଜୁଳି ବ୍ୟବହାର କମାଇବାକୁ ଆପ୍ରାଣ ଉଦ୍ୟମ କଲେ । କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ଏହାପରେ ସେ ନିଜର ବିଜୁଳି ବ୍ୟବହାରକୁ ଟ୍ରାକ୍ କରିବା ଲାଗି ଏକ ଯନ୍ତ୍ର କିଣିଲେ । ସେଥିରୁ ତାଙ୍କର ପାୱାର ବ୍ରେକର ଅଫ୍ ଥିବାସତ୍ତେ୍ୱ ମିଟର ଚାଲୁଥିବା ଦେଖିବାକୁ ମିଳିଲା। ୱିଲସନ୍ ଭାବିଲେ ବୋଧହୁଏ ମିଟରରେ କିଛି ତ୍ରୁଟି ରହିଛି । ନହେଲେ କେହି ତାଙ୍କର ବିଜୁଳିକୁ ଚୋରି କରୁଛି । କିଛି ଉପାୟ ନ ପାଇ ୱିଲସନ୍ ପାସିଫିକ୍ ଗ୍ୟାସ୍ ଆଣ୍ଡ ଇଲେକ୍ଟ୍ରିକ୍ କଂପାନି ସହ ଯୋଗଯୋଗ କଲେ । କଂପାନି ନିଜର ଜଣେ ଅଧିକାରୀଙ୍କୁ ସେଠାକୁ ତଦନ୍ତ ଲାଗି ପଠାଇଲା । ୱିଲସନ୍ ତାଙ୍କ ପଡ଼ୋଶୀଙ୍କ ବିଜୁଳି ବିଲ୍କୁ ବିଗତ ୧୫ ବର୍ଷ ହେଲା ପଇଠ କରିଆସୁଥିବା ଅଧିକାରୀ ଜଣକ କହିଲେ । ଏହାଶୁଣି ୱିଲସନ୍ଙ୍କ ପାଦ ତଳୁ ଯେପରି ମାଟି ଖସିଗଲା । ସୌଭାଗ୍ୟକୁ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଦ୍ୟୁତ୍ ବିତରଣ
ନୂଆଦିଲ୍ଲୀ ୨୨।୦୯: ଆମେରିକା ଭାକାଭିଲେ ସହରରେ ରହୁଥିବା କେନ୍ ୱିଲସନ୍ଙ୍କ ସହିତ ଏକ ଅଜବ ଘଟଣା ଘଟିଛି । ସେ ବିଗତ ୧୫ ବର୍ଷ ହେଲା ତାଙ୍କ ପଡ଼ୋଶୀଙ୍କର ବିଦ୍ୟୁତ୍ ବିଲ୍ ଦେଇଆସୁଥିବା ଜଣାପଡି଼ଛି । ପାସିଫିକ୍ ଗ୍ୟାସ୍ ଆଣ୍ଡ ଇଲେକ୍ଟ୍ରିକ୍ କଂପାନିର ଗ୍ରାହକ କେନ୍ ୱିଲସନ୍ କିଛି ମାସ ତଳେ ଦେଖିଲେ ଯେ ତାଙ୍କର ବିଦ୍ୟୁତ୍ ବିଲ୍ କ୍ରମାଗତ ଭାବେ ବଢ଼ିଚାଲିଛି ।
ନିଜ ଘରେ ସେ ଏକୁଟିଆ ରହୁଥିଲେ । ତେଣୁ ବିଜୁଳି ବ୍ୟବହାର କମାଇବାକୁ ଆପ୍ରାଣ ଉଦ୍ୟମ କଲେ । କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ଏହାପରେ ସେ ନିଜର ବିଜୁଳି ବ୍ୟବହାରକୁ ଟ୍ରାକ୍ କରିବା ଲାଗି ଏକ ଯନ୍ତ୍ର କିଣିଲେ । ସେଥିରୁ ତାଙ୍କର ପାୱାର ବ୍ରେକର ଅଫ୍ ଥିବାସତ୍ତେ୍ୱ ମିଟର ଚାଲୁଥିବା ଦେଖିବାକୁ ମିଳିଲା। ୱିଲସନ୍ ଭାବିଲେ ବୋଧହୁଏ ମିଟରରେ କିଛି ତ୍ରୁଟି ରହିଛି । ନହେଲେ କେହି ତାଙ୍କର ବିଜୁଳିକୁ ଚୋରି କରୁଛି । କିଛି ଉପାୟ ନ ପାଇ ୱିଲସନ୍ ପାସିଫିକ୍ ଗ୍ୟାସ୍ ଆଣ୍ଡ ଇଲେକ୍ଟ୍ରିକ୍ କଂପାନି ସହ ଯୋଗଯୋଗ କଲେ ।
କଂପାନି ନିଜର ଜଣେ ଅଧିକାରୀଙ୍କୁ ସେଠାକୁ ତଦନ୍ତ ଲାଗି ପଠାଇଲା । ୱିଲସନ୍ ତାଙ୍କ ପଡ଼ୋଶୀଙ୍କ ବିଜୁଳି ବିଲ୍କୁ ବିଗତ ୧୫ ବର୍ଷ ହେଲା ପଇଠ କରିଆସୁଥିବା ଅଧିକାରୀ ଜଣକ କହିଲେ । ଏହାଶୁଣି ୱିଲସନ୍ଙ୍କ ପାଦ ତଳୁ ଯେପରି ମାଟି ଖସିଗଲା । ସୌଭାଗ୍ୟକୁ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଦ୍ୟୁତ୍ ବିତରଣ କରୁଥିବା କଂପାନି ନିଜର ଭୁଲ୍ ସ୍ୱୀକାର କଲା । କଂପାନି ଗ୍ରାହକଙ୍କୁ ହୋଇଥିବା ଏହି ଅସୁବିଧାକୁ ସୁଧାରିବା ଲାଗି ପ୍ରତିବଦ୍ଧ ବୋଲି ଦର୍ଶାଇଲା । ଏଥିସହିତ ତାଙ୍କୁ କ୍ଷମା ମଧ୍ୟ ମାଗିଲା । ଏହାପରେ ତାଙ୍କର ମିଟରକୁ ମଧ୍ୟ କଂପାନି ଠିକ୍ କରିଦେଇଛି ।