ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍‌ଷ୍ଟେବଳ

ନୂଆଦିଲ୍ଲୀ,୨ା୧: ହିମାଚଳପ୍ରଦେଶର ଡାଲ୍‌ହାଉସି ନିକଟ ବାନିଖେତ୍‌ର ଏକ ଘରୋଇ ରିସର୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଖାଦ୍ୟ ଓ ମଦ ପରିବେଷଣ କରିବାକୁ ନେଇ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ରିସର୍ଟ ମ୍ୟାନେଜରଙ୍କ ମୃତ୍ୟୁ ଘଟିବା ସହ ରିସେପ୍‌ଶନିଷ୍ଟ ଆହତ ହୋଇଛନ୍ତି। ଏହି ଘଟଣାରେ ୨ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ରିସର୍ଟ ମାଲିକଙ୍କ କହିବା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ୩ ପୋଲିସ କର୍ମଚାରୀ ରିସର୍ଟରେ ପହଞ୍ଚି ଖାଦ୍ୟ ଓ ମଦ ଦାବି କରିଥିଲେ। ବିଳମ୍ବ ରାତି […] The post ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍‌ଷ୍ଟେବଳ appeared first on Dharitri Odia News.

ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍‌ଷ୍ଟେବଳ

ନୂଆଦିଲ୍ଲୀ,୨ା୧: ହିମାଚଳପ୍ରଦେଶର ଡାଲ୍‌ହାଉସି ନିକଟ ବାନିଖେତ୍‌ର ଏକ ଘରୋଇ ରିସର୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଖାଦ୍ୟ ଓ ମଦ ପରିବେଷଣ କରିବାକୁ ନେଇ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ରିସର୍ଟ ମ୍ୟାନେଜରଙ୍କ ମୃତ୍ୟୁ ଘଟିବା ସହ ରିସେପ୍‌ଶନିଷ୍ଟ ଆହତ ହୋଇଛନ୍ତି। ଏହି ଘଟଣାରେ ୨ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ରିସର୍ଟ ମାଲିକଙ୍କ କହିବା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ୩ ପୋଲିସ କର୍ମଚାରୀ ରିସର୍ଟରେ ପହଞ୍ଚି ଖାଦ୍ୟ ଓ ମଦ ଦାବି କରିଥିଲେ। ବିଳମ୍ବ ରାତି ସହ ରିସର୍ଟରେ କର୍ମଚାରୀ ନ ଥିବାରୁ ରିସେପ୍‌ଶନିଷ୍ଟ ସଚିନ ସେମାନଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ଏହାକୁ ନେଇ ପୋଲିସ ଏବଂ ସଚିନଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ପୋଲିସ ଅଧିକାରୀ ସଚିନଙ୍କୁ ବାଡ଼େଇଥିଲେ। ବୁଝାଶୁଝା କରିବାକୁ ରିସର୍ଟ ଜେନେରାଲ ମ୍ୟାନେଜର ରାଜିନ୍ଦର ସେଠାରେ ପହଞ୍ଚି ଥିଲେ ମଧ୍ୟ ସେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଧସ୍ତାଧସ୍ତି ବେଳେ ପଡ଼ିଯାଇଥିବା ରାଜିନ୍ଦରଙ୍କୁ ମୃତ ଘୋଷଣା କରାଯାଇଛି।

ଏହି ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ଚାମ୍ବା-ପଠାନକୋଟ୍‌ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ତୁରନ୍ତ ୨ କନ୍‌ଷ୍ଟେବଳ ଅନୁପ ଏବଂ ଅମିତ୍‌ଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ସେମାନେ ନିଶାଗ୍ରସ୍ତ ଥିଲେ ବୋଲି ସ୍ଥାନୀୟ ଅଧିକାରୀ ବିଶ୍ୱାସ କରୁଛନ୍ତି। ଚାମ୍ବା ଏସ୍‌ପି ସମ୍ପୃକ୍ତ ପୋଲିସ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

The post ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍‌ଷ୍ଟେବଳ appeared first on Dharitri Odia News.