ମ୍ୟୁକସାଇଟିସ

ଏହାଏକ ପ୍ରକାର ସମସ୍ୟା ଯାହା ଆମ ପାଟିରେ ହୋଇଥାଏ । ଏହି ସମସ୍ୟା ହେଲେ ରୋଗୀର ପାଟି ଓ ପାକସ୍ତଳୀରେ ଥିବା ମ୍ୟୁକସ୍‌ ମେମ୍ବ୍ରେନ୍‌ ଫୁଲିବାକୁ ଲାଗିଥାଏ । ଏହା ସାଧାରଣତଃ କ୍ୟାନ୍ସର ପାଇଁ ଚିକିତ୍ସା ହେଉଥିବା ରୋଗୀଙ୍କର ଦେଖିବାକୁ ମିଳିଥାଏ । ଏହା କେମୋଥେରାପିର ପାଶ୍ୱର୍ପ୍ରତିକ୍ରିୟା ହୋଇଥାଏ । ଏହା ହେବାଦ୍ୱାରା ରୋଗୀଙ୍କୁ ଖାଦ୍ୟ ଖାଇବାରେ ଖୁବ ଅସୁବିଧା ହୋଇଥାଏ । ତେବେ ଏହା ଏକ ଅସ୍ଥାୟୀ ରୋଗ ହୋଇଥାଏ ଯାହା କିଛି ଦିନରେ ଭଲ […]

ମ୍ୟୁକସାଇଟିସ
ମ୍ୟୁକସାଇଟିସ

ଏହାଏକ ପ୍ରକାର ସମସ୍ୟା ଯାହା ଆମ ପାଟିରେ ହୋଇଥାଏ । ଏହି ସମସ୍ୟା ହେଲେ ରୋଗୀର ପାଟି ଓ ପାକସ୍ତଳୀରେ ଥିବା ମ୍ୟୁକସ୍‌ ମେମ୍ବ୍ରେନ୍‌ ଫୁଲିବାକୁ ଲାଗିଥାଏ । ଏହା ସାଧାରଣତଃ କ୍ୟାନ୍ସର ପାଇଁ ଚିକିତ୍ସା ହେଉଥିବା ରୋଗୀଙ୍କର ଦେଖିବାକୁ ମିଳିଥାଏ । ଏହା କେମୋଥେରାପିର ପାଶ୍ୱର୍ପ୍ରତିକ୍ରିୟା ହୋଇଥାଏ । ଏହା ହେବାଦ୍ୱାରା ରୋଗୀଙ୍କୁ ଖାଦ୍ୟ ଖାଇବାରେ ଖୁବ ଅସୁବିଧା ହୋଇଥାଏ । ତେବେ ଏହା ଏକ ଅସ୍ଥାୟୀ ରୋଗ ହୋଇଥାଏ ଯାହା କିଛି ଦିନରେ ଭଲ ହୋଇଯାଇଥାଏ । ଏହା ହେବା ଦ୍ୱାରା ଆମ ପାଟିରେ ଅନେକ ପରିବର୍ତ୍ତନ ଘଟିଥାଏ । ପାଟି ଶୁଖିବା, ଲାଲ ପଡିବା, ଫୁଲିବା, ପାଟିରେ ଅଲସର୍‌ ହେବା, ପାଟିରେ ଧଳା ଧଳା ପ୍ୟାଚ୍‌ ହେବା, ରକ୍ତ ବାହାରିବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି କାରଣରୁ କେତେକ ରୋଗୀଙ୍କ କ୍ଷେତ୍ରରେ ବାନ୍ତି, ପେଟରେ ଯନ୍ତ୍ରଣା, ଝାଡାରେ ରକ୍ତ ପଡିବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।