ମୟୂରଭଞ୍ଜ ଜିଲ୍ଲାର ପୃଥକ ସ୍ଥାନରେ ବଜ୍ରାଘାତ : ଜଣେ ମୃତ, ୫ ଆହତ
ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ମୋରଡା ତହସିଲ ଅଧିନ ଆଣୁଆଁ ଗ୍ରାମରେ ମଙ୍ଗଳବାର ଦିନ ବଜ୍ରାଘାତରେ ଜନୈକ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ତିନିଦିନ ଧରି ଲାଗି ରହିଥିବା ଲାଘୁଚାପ ଜନିତ ଲଗାଣ ବର୍ଷାରେ ଆଣୁଆଁ ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀମଣି ମହାନ୍ତ (୫୫) ଆଜି ମଧ୍ୟାହ୍ନରେ ନିକଟସ୍ଥ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ତେବେ ବଜ୍ରପାତରେ ଲକ୍ଷ୍ମୀ ଉକ୍ତ ସମୟରେ ହଠାତ ଚେତାଶୂନ୍ୟ […]

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ମୋରଡା ତହସିଲ ଅଧିନ ଆଣୁଆଁ ଗ୍ରାମରେ ମଙ୍ଗଳବାର ଦିନ ବଜ୍ରାଘାତରେ ଜନୈକ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ତିନିଦିନ ଧରି ଲାଗି ରହିଥିବା ଲାଘୁଚାପ ଜନିତ ଲଗାଣ ବର୍ଷାରେ ଆଣୁଆଁ ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ସ୍ତ୍ରୀ ଲକ୍ଷ୍ମୀମଣି ମହାନ୍ତ (୫୫) ଆଜି ମଧ୍ୟାହ୍ନରେ ନିକଟସ୍ଥ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା ।
ତେବେ ବଜ୍ରପାତରେ ଲକ୍ଷ୍ମୀ ଉକ୍ତ ସମୟରେ ହଠାତ ଚେତାଶୂନ୍ୟ ହୋଇ ବିଲରେ ପଡିଯାଇଥିଲେ ।ପରିବାର ଲୋକେ ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଦେଇଥିଲେ । ତେବେ ସେଠାରେ ପହଞ୍ଚିବା ବେଳକୁ ଲକ୍ଷ୍ମୀ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ । ତେବେ ଏ ସମ୍ପର୍କରେ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।
ଅନ୍ୟପଟେ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମଧ୍ୟ ବଜ୍ରପାତରେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ ଧାନଶୋଳ ଗ୍ରାମର ମଣ୍ଟୁ ଟୁଡୁ,ଦରଖୋଳି ଗ୍ରାମର ଗୋପାଳ ନାଏକ,ଅଜୟ ନନ୍ଦୀ,ପିତାମ୍ବର ଦାସ ଏବଂ କଦମଶୋଳ ଗ୍ରାମର ବୁଧେଶ୍ଵର ରାଉତ ବୋଲି ଜଣାପଡିଛି।