ବିଜେପି ଛାଡି ବିଜେଡିରେ ମିଶିଲେ ଭବାନୀପାଟଣା ବ୍ଲକ୍‌ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୧୬ ଜଣ ସମିତିସଭ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପାତ୍ର,  ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ […]

ବିଜେପି ଛାଡି ବିଜେଡିରେ ମିଶିଲେ ଭବାନୀପାଟଣା ବ୍ଲକ୍‌ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୧୬ ଜଣ ସମିତିସଭ୍ୟ
Bhawanipatna block chairman and vice-chairman along with 16 panchayat samiti members left BJP and joined BJd

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପାତ୍ର,  ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଳାହାଣ୍ଡି ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସମିତି ସଭ୍ୟ ସନ୍ତୋଷ ଦାଶ, ନଳିନୀ ମାଝୀ, ଗୀତା ସାହୁ, ଦାମ ଧରୁଆ, ତିଳୋତ୍ତମା ଜାଲ, ବଲବୀ ନାୟକ, ବିଦ୍ୟାଧର ହଞ୍ଜା, ସାଧବୀ ମାଝୀ, ଶୁକ୍ରୁ ମାଝୀ, ଜଗମୋହନ ମାଝୀ, ଗୋପାଳ ରଣା, ଟେକରାଜ ସାହୁ, ନୀଳେନ୍ଦ୍ରି ଝଙ୍କାର, ଜନନୀ ବେମଳ, ସୁମନ୍ତ ପାଢ଼ୀ, ଜଗଦୀଶ, ପୁର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ, ମେମ୍ବର ଜଗଦୀଶ ଭୋଇ, ବେଲାସେନ ଜାନୀ, ମନୋଜ ଜାନ, ପରମେଶ୍ୱର ଝଙ୍କାର, ବିଶ୍ୱନାଥ ମାଝୀ, ଘାସୀ ମାଝୀ, ଦୟା ବେମଲ, ଜନନୀ ବେମଲଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ସେପଟେ ଆଜି ବାଲିଗୁଡ଼ା ବ୍ଲକ ତୁମୁଡ଼ିବନ୍ଧରେ ବିଜେଡ଼ିର ମହା ମିଶ୍ରଣ ଅନୁଷ୍ଠିତ ହୋଇଛି। ବିଜେପି ଓ କଂଗ୍ରେସ ଛାଡ଼ି ୭୦୦ରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ଶଙ୍ଖ ଧରିଛନ୍ତି। ବ୍ଲକ୍ ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ ପର୍ବ । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ସଂଯୋଜକ ଟୁନା ଦାସ, ବିଧାୟକ ଚକ୍ରମଣୀ କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର ଏହି ମିଶ୍ରଣପର୍ବରେ ଉପସ୍ଥିତ ଥିଲେ। ସେହିପରି  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି  ୩୦୦ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବଜେପି ପୂର୍ବତନ ସମିତିସଭ୍ୟ ।