ମୟୂରଭଞ୍ଜ ମହୋତ୍ସବ ୨୦୨୪: ମନମୋହିଲା ପାରମ୍ପରିକ ଶୋଭାଯାତ୍ରା, କାର୍ଣ୍ଣିଭାଲ ସୋ'ରେ ଦୁଲୁକିଲା ବାରିପଦା ସହର
କନକ ବ୍ୟୁରୋ: ଆରମ୍ଭ ହୋଇଛି ମୟୁରଭଞ୍ଜ ମହୋତ୍ସବ ୨୦୨୪। ମନମୋହିଲା ପାରମ୍ପରିକ ଶୋଭାଯାତ୍ରା । କାର୍ଣ୍ଣିଭାଲ ସୋରେ ଦୁଲୁକିଲା ବାରିପଦା ସହର। ସପ୍ତମ ବର୍ଷରେ ପହଂଚିଥିବା ମହୋତ୍ସବରେ ଦର୍ଶକଙ୍କ ମନଜିଣିବେ କଳାକାର। ଶୀତୁଆ ସଂଧ୍ୟାରେ ନୃତ୍ୟ ଓ ସଂଗୀତର ତାଳେ ତାଳେ ଝୁମିବେ ଦର୍ଶକ। ରବିବାର ଠାରୁ ଆରମ୍ଭ ହୋଇଛି ମୟୁରଭଞ୍ଜ ମହୋତ୍ସବ ୨୦୨୪। ପ୍ରଥମ ଦିନରେ କାର୍ଣ୍ଣିଭାଲ ସୋ ସମସ୍ତଙ୍କ ମନକୁ ଛୁଇଁଛି। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡରୁ ବାହାରିଥିଲା ପାରମ୍ପରିକ ଶୋଭାଯାତ୍ରା। କଲେଜ୍ ଛକ ଓ ଟ୍ରାଫିକ୍ ଛକ ଦେଇ ପୁରା ସହର ପରିକ୍ରମା କରି ଛାଉପଡ଼ିଆରେ ପହଞ୍ଚିଥିଲା କାର୍ଣ୍ଣିଭାଲ ସୋ। ଆଦିବାସୀ ପାରମ୍ପରିକ ନୃତ୍ୟ କାର୍ଣ୍ଣିଭାର୍ଲ ଶୋଭାକୁ କୋଳାହଳମୟ କରିଛି। ଛଉ ନୃତ୍ୟ, ବାଲାନ୍ସ ନୃତ୍ୟ, ଦଣ୍ଠା ନୃତ୍ୟ, ମୁଣ୍ଡାରୀ ନୃତ୍ୟ, ଦାଶାଇ ନୃତ୍ୟ, ସାନ୍ତାଳ ନୃତ୍ୟ, ଢାବୁଲ ନୃତ୍ୟ ଓ ପତ୍ର ନୃତ୍ୟ ଦେଖିଛନ୍ତି ବାରିପଦାବାସୀ । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଯାଜପୁର ବଡ଼ଚଣାର ଆଙ୍ଗାରି ନୃତ୍ୟ। ନିଆରା ଢଙ୍ଗରେ ପରିବେଷଣ କରାଯାଉଥିବା ଏହିନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି। କଳା ସଂସ୍କୃତି ଓ ଐତିହ୍ୟକୁ ପଦର୍ଶିତ କରିବାର ପ୍ରମୁଖ ମାଧ୍ୟମ ଏହି ମହୋତ୍ସବ। ଚଳିତ ବର୍ଷ ସପ୍ତମ ବର୍ଷରେ ପଦ ଥାପିଛି ମୟୁରଭଞ୍ଜ ମହୋତ୍ସବ। ଡିସେମ୍ବର ୧୧ ଯାଏଁ ଚାଲିବ। ଏଥିପାଇଁ ସଜେଇ ହୋଇଛି ବାରିପଦାର ଐତିହାସିକ ଛଉପଡ଼ିଆ। ପୂ

କନକ ବ୍ୟୁରୋ: ଆରମ୍ଭ ହୋଇଛି ମୟୁରଭଞ୍ଜ ମହୋତ୍ସବ ୨୦୨୪। ମନମୋହିଲା ପାରମ୍ପରିକ ଶୋଭାଯାତ୍ରା । କାର୍ଣ୍ଣିଭାଲ ସୋରେ ଦୁଲୁକିଲା ବାରିପଦା ସହର। ସପ୍ତମ ବର୍ଷରେ ପହଂଚିଥିବା ମହୋତ୍ସବରେ ଦର୍ଶକଙ୍କ ମନଜିଣିବେ କଳାକାର। ଶୀତୁଆ ସଂଧ୍ୟାରେ ନୃତ୍ୟ ଓ ସଂଗୀତର ତାଳେ ତାଳେ ଝୁମିବେ ଦର୍ଶକ।
ରବିବାର ଠାରୁ ଆରମ୍ଭ ହୋଇଛି ମୟୁରଭଞ୍ଜ ମହୋତ୍ସବ ୨୦୨୪। ପ୍ରଥମ ଦିନରେ କାର୍ଣ୍ଣିଭାଲ ସୋ ସମସ୍ତଙ୍କ ମନକୁ ଛୁଇଁଛି। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡରୁ ବାହାରିଥିଲା ପାରମ୍ପରିକ ଶୋଭାଯାତ୍ରା। କଲେଜ୍ ଛକ ଓ ଟ୍ରାଫିକ୍ ଛକ ଦେଇ ପୁରା ସହର ପରିକ୍ରମା କରି ଛାଉପଡ଼ିଆରେ ପହଞ୍ଚିଥିଲା କାର୍ଣ୍ଣିଭାଲ ସୋ। ଆଦିବାସୀ ପାରମ୍ପରିକ ନୃତ୍ୟ କାର୍ଣ୍ଣିଭାର୍ଲ ଶୋଭାକୁ କୋଳାହଳମୟ କରିଛି। ଛଉ ନୃତ୍ୟ, ବାଲାନ୍ସ ନୃତ୍ୟ, ଦଣ୍ଠା ନୃତ୍ୟ, ମୁଣ୍ଡାରୀ ନୃତ୍ୟ, ଦାଶାଇ ନୃତ୍ୟ, ସାନ୍ତାଳ ନୃତ୍ୟ, ଢାବୁଲ ନୃତ୍ୟ ଓ ପତ୍ର ନୃତ୍ୟ ଦେଖିଛନ୍ତି ବାରିପଦାବାସୀ । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଯାଜପୁର ବଡ଼ଚଣାର ଆଙ୍ଗାରି ନୃତ୍ୟ। ନିଆରା ଢଙ୍ଗରେ ପରିବେଷଣ କରାଯାଉଥିବା ଏହିନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି।
କଳା ସଂସ୍କୃତି ଓ ଐତିହ୍ୟକୁ ପଦର୍ଶିତ କରିବାର ପ୍ରମୁଖ ମାଧ୍ୟମ ଏହି ମହୋତ୍ସବ। ଚଳିତ ବର୍ଷ ସପ୍ତମ ବର୍ଷରେ ପଦ ଥାପିଛି ମୟୁରଭଞ୍ଜ ମହୋତ୍ସବ। ଡିସେମ୍ବର ୧୧ ଯାଏଁ ଚାଲିବ। ଏଥିପାଇଁ ସଜେଇ ହୋଇଛି ବାରିପଦାର ଐତିହାସିକ ଛଉପଡ଼ିଆ। ପୂର୍ଣ୍ଣାଙ୍ଗ ରୂପ ନେଇଛି ବାରୁଣେଶ୍ୱର ଶିବ ମନ୍ଦିରର ଅବିକଳ ତୋରଣ। ପ୍ରତିଦିନ ସନ୍ଧ୍ୟା ୬ଟା ଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ। ସାମିଲ ହେବେ ବଲିଉଡ଼ ଓ ଓଲିଉଡର ଅନେକ ନାମିଦାମୀ କଳାକାର। ଆଜି ମୟୂରଭଂଜ ମହୋତ୍ସବର ଉଦଘାଟନୀ ଉତ୍ସବ। ଆମନ୍ତ୍ରିତ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ କରିବେ।