ଯଦି ସଲମାନଙ୍କର କିଛି ହୁଏ ତେବେ ମାରିଦେବି, ୫୦୦୦ ସୁଟର୍‌ ପଠାଇଛି: ଲରେନ୍ସ ବିଷ୍ଣୋଇକୁ ଖୋଲା ଧମକ

ବ୍ୟକ୍ତି ଜଣଙ୍କର ୩୭ ସେକେଣ୍ଡର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ସଲମାନଙ୍କର କିଛି ହୁଏ ତେବେ ମାରିଦେବି, ୫୦୦୦ ସୁଟର୍‌ ପଠାଇଛି: ଲରେନ୍ସ ବିଷ୍ଣୋଇକୁ ଖୋଲା ଧମକ

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଓ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ଧମକ ପରେ ଚର୍ଚ୍ଚାରେ ରହିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ସେପଟେ ସଲମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ସୁରକ୍ଷା ମଧ୍ୟ କଡ଼ାକଡି କରାଯାଇଛି। ଏହାରି ଭିତରେ ଲରେନ୍ସ ବିଷ୍ଣୋଇଙ୍କୁ ଖୋଲା ଧମକ ଦେଇଛନ୍ତି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି। ତାଙ୍କୁ ହତ୍ୟା କରିବାକୁ ସେ ୫୦୦୦ ଶୁଟର୍‌ ପଠାଇଥିବା କହିଛନ୍ତି।

ଉତ୍ତରପ୍ରଦେଶର ରାଏବରେଲିର ଜଣେ ଯୁବକ ଏକ ଭିଡିଓ ଜାରି କରି ଲରେନ୍ସ ବିଷ୍ଣୁଙ୍କୁ ଜେଲ୍‌ ଭିତରେ ହତ୍ୟା କରିବାକୁ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, 'ଯଦି ଆମ ସଲମାନ ଭାଇଙ୍କ ସହ କିଛି ଘଟେ, ତେବେ ତୁମେ ବି ବଞ୍ଚିବନି। ଜେଲ ଭିତରେ ପଶି ହତ୍ୟା କରିବି। ତୁମର ୨୦୦୦ ଶୁଟର୍‌ ପ୍ରସ୍ତୁତ ଥିଲେ, ମୁଁ ମଧ୍ୟ ୫୦୦୦ ଶୁଟର୍‌ଙ୍କୁ ମୁମ୍ବାଇ ପଠାଇଛି। ସେ ଜେଲ୍‌ ଭିତରେ ପଶି ତୁମକୁ ହତ୍ୟା କରିବେ।' ବ୍ୟକ୍ତି ଜଣଙ୍କର ୩୭ ସେକେଣ୍ଡର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ନଜର ଆସିଥିବା ବ୍ୟକ୍ତି ଜଣକ ହେଉଛନ୍ତି, ଲାଲଗଞ୍ଜ ଥାନା ଅଞ୍ଚଳର ଦୀପେମଉ ସୋହବଲ ଗାଁର ବାସିନ୍ଦା। ଭିଡିଓରେ ସେ 'ଶୁଣ ଲରେନ୍ସ ବିଷ୍ଣୋଇ, ଯଦି ତୁମର ଦୁଇ ହଜାର ଶୁଟର ମୁମ୍ବାଇରେ ପ୍ରସ୍ତୁତ, ତେବେ ମୁଁ ମଧ୍ୟ ପାଞ୍ଚ ହଜାର ଶୁଟରଙ୍କୁ ମୁମ୍ବାଇ ପଠାଇଛି' ବୋଲି କହୁଥିବା ଶୁଣିବାକୁ ମିଳିଛି।

ସେ ଆହୁରି କହିଛନ୍ତି, 'ତୁମେ କିମ୍ବା ତୁରମ ଶୁଟର୍‌ମାନେ ବଞ୍ଚି ପାରିବ ନାହିଁ। ଗୋଟିଏ ବି ସୁଟର ମୁମ୍ବାଇରୁ ଖସି ଯାଇପାରିବେ ନାହିଁ। ଭିଡିଓରେ ସେ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ସୁଟରଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି।

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଭିଡିଓ ପୋଷ୍ଟ କରିଥିବା ଯୁବକ ଜଣକ ମୁମ୍ବାଇରେ ଅଛନ୍ତି। ମୁମ୍ବାଇରୁ ହିଁ ସେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ତେଣୁ ମୁମ୍ବାଇରେ ମଧ୍ୟ ଏଫ୍‌ଆରଇଆର୍ ରୁଜୁ ହୋଇଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।