ଯନ୍ତ୍ରଣା ଭୋଗୁଛନ୍ତି ହିନା ଖାନ୍‌, ସେୟାର କଲେ ଭାବପ୍ରବଣ ପୋଷ୍ଟ

ମୁମ୍ଵାଇ ୧୧।୦୭: ଟେଲି ଅଭିନେତ୍ରୀ ହିନା ଖାନ। ଅକ୍ଷରା ନାମରେ ଘରେ ଘରେ ପରିଚିତ । ନିକଟରେ ସେ ପ୍ରକାଶ କରିଛନ୍ତି ଯେ ସେ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ପୀଡିତ। ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ଦିନ ତଳେ କେଶ କାଟିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।ବୁଧବାର ଦିନ ହିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖିବା ପରେ ଲାଗୁଛି ଯେ ହିନା ବହୁତ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସେଥିପାଇଁ ସେ ଏହି ପୋଷ୍ଟକୁ କ୍ରମାଗତ ଭାବରେ ସେୟାର କରୁଛନ୍ତି ।ହିନା ଇନଷ୍ଟାଗ୍ରାମରେ ଆଲ୍ଲାଙ୍କୁ ସ୍ମରଣ କରୁଥିବା ଏକ ଷ୍ଟୋରୀ ସେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହେଉଛନ୍ତି ।  ପୋଷ୍ଟରେ ଲେଖିଛନ୍ତି, 'ଆଲ୍ଲା ବ୍ୟତୀତ ଅନ୍ୟ କେହି ତୁମର ଯନ୍ତ୍ରଣା ଦୂର କରିପାରିବେ ନାହିଁ ... ପ୍ଲିଜ୍‌ ଆଲ୍ଲା, ପ୍ଲିଜ୍‌।' ଏହା ସହ ଇମୋଜି ମଧ୍ୟ ଲଗାଇଛନ୍ତି। ଯେବେଠାରୁ ହିନାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଅଭିନେତ୍ରୀଙ୍କ ଏହି ରୋଗ ବିଷୟରେ ଜାଣିଥିଲେ, ସମସ୍ତେ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିକଟରେ ହିନା ଏହି ରୋଗ ସହ ଲଢେଇ କରିବାବେଳେ କେଶ କାଟିବାକୁ ନିଷ୍ପତ୍ତି ନେଇଥିଲେ। ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ଅସୁସ୍ଥତା ବିଷୟରେ କହି ହିନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଭିଡିଓରେ,

ଯନ୍ତ୍ରଣା ଭୋଗୁଛନ୍ତି ହିନା ଖାନ୍‌, ସେୟାର କଲେ ଭାବପ୍ରବଣ ପୋଷ୍ଟ

ମୁମ୍ଵାଇ ୧୧।୦୭: ଟେଲି ଅଭିନେତ୍ରୀ ହିନା ଖାନ। ଅକ୍ଷରା ନାମରେ ଘରେ ଘରେ ପରିଚିତ । ନିକଟରେ ସେ ପ୍ରକାଶ କରିଛନ୍ତି ଯେ ସେ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ପୀଡିତ। ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ଦିନ ତଳେ କେଶ କାଟିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।ବୁଧବାର ଦିନ ହିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖିବା ପରେ ଲାଗୁଛି ଯେ ହିନା ବହୁତ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସେଥିପାଇଁ ସେ ଏହି ପୋଷ୍ଟକୁ କ୍ରମାଗତ ଭାବରେ ସେୟାର କରୁଛନ୍ତି 

ହିନା ଇନଷ୍ଟାଗ୍ରାମରେ ଆଲ୍ଲାଙ୍କୁ ସ୍ମରଣ କରୁଥିବା ଏକ ଷ୍ଟୋରୀ ସେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହେଉଛନ୍ତି ।  ପୋଷ୍ଟରେ ଲେଖିଛନ୍ତି, 'ଆଲ୍ଲା ବ୍ୟତୀତ ଅନ୍ୟ କେହି ତୁମର ଯନ୍ତ୍ରଣା ଦୂର କରିପାରିବେ ନାହିଁ ... ପ୍ଲିଜ୍‌ ଆଲ୍ଲାପ୍ଲିଜ୍‌ଏହା ସହ ଇମୋଜି ମଧ୍ୟ ଲଗାଇଛନ୍ତି। ଯେବେଠାରୁ ହିନାଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଅଭିନେତ୍ରୀଙ୍କ ଏହି ରୋଗ ବିଷୟରେ ଜାଣିଥିଲେସମସ୍ତେ ତାଙ୍କ ସମର୍ଥନରେ ବାହାରିଛନ୍ତି।

 

ନିକଟରେ ହିନା ଏହି ରୋଗ ସହ ଲଢେଇ କରିବାବେଳେ କେଶ କାଟିବାକୁ ନିଷ୍ପତ୍ତି ନେଇଥିଲେ। ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ଅସୁସ୍ଥତା ବିଷୟରେ କହି ହିନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ଭିଡିଓରେହିନା ପ୍ରଶଂସକମାନଙ୍କୁ ଫଟୋସୁଟରୁ ପୁରସ୍କାର ଶୋ ପର୍ଯ୍ୟନ୍ତ ଏବଂ ପରେ ଡାକ୍ତରଖାନାକୁ ଯାତ୍ରା କରୁଥିବା ନେଇ ଦେଖାଇଛନ୍ତି ।