'ଯଶ' ଅର୍ଜିଲେ ଯଶସ୍ୱୀ; ଟେଷ୍ଟ କ୍ୟାରିଅରରେ ହାସଲ କଲେ ପ୍ରଥମ ଦ୍ୱିଶତକ
କ୍ୟାରିଅରରେ ପ୍ରଥମ ଦ୍ୱିଶତକୀୟ ପାଳି ଖେଳି ରେକର୍ଡ କରିଛନ୍ତି ଯଶସ୍ୱୀ ଜୈସ୍ୱାଲ।
ଟେଷ୍ଟ କ୍ରିକେଟରେ 'ଯଶ' ଅର୍ଜିଛନ୍ତି ଯଶସ୍ୱୀ ଜୈସ୍ୱାଲ। କ୍ୟାରିଅରରେ ପ୍ରଥମ ଦ୍ୱିଶତକୀୟ ପାଳି ଖେଳି ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି।
ବିଶାଖାପାଟନମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ କରିଛନ୍ତି ଯଶସ୍ୱୀ। ଗତକାଲି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ସେ ୧୭୯ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁନଃ ପାଳି ଆରମ୍ଭ କରି କ୍ୟାରିଆରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ୨୯୦ ବଲରେ ୨୦୯ ରନ୍ ସଂଗ୍ରହ କରିଛନ୍ତି ଯଶସ୍ୱୀ।
Maiden DOUBLE HUNDRED for Yashasvi Jaiswal