ଯଶସ୍ବୀ ଜୟସ୍ବାଲଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର: ଲୋକେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨।୨: ଯଶସ୍ବୀ ଜୟସ୍ବାଲ ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ ଷ୍ଟାର ବୋଲି କୁହାଯାଏ। ସୁଯୋଗ ମିଳିଲେ ସେ ଏହା ପ୍ରମାଣ କରି ମଧ୍ୟ ଦେଖାନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଭଲ ଷ୍ଟ୍ରୋକ ଖେଳି ଶତକ ଅର୍ଜନ କରିଥିଲେ। ସେ ସ୍ପିନରମାନଙ୍କୁ ସହଜରେ ଖେଳିଥିଲେ। ଯଦିଓ ଭାରତ ଅନ୍ୟ ପଟୁ ଉଇକେଟ ହରାଇଥିଲା, ତେବେ ଯଶସ୍ବୀ ଜୟସ୍ବାଲ ପ୍ରତିଦ୍ୱନ୍ଦ୍ୱୀ ବୋଲରଙ୍କୁ ଚୌକା ଓ ଛକା ମାରିଚାଲିଥିଲେ। ୨୨ ବର୍ଷୀୟ ଯଶସ୍ବୀ ଶତକ ପୂରଣ […] The post ଯଶସ୍ବୀ ଜୟସ୍ବାଲଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର: ଲୋକେ କରୁଛନ୍ତି ପ୍ରଶଂସା appeared first on Dharitri Odia News.

ଯଶସ୍ବୀ ଜୟସ୍ବାଲଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର: ଲୋକେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨।୨: ଯଶସ୍ବୀ ଜୟସ୍ବାଲ ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ ଷ୍ଟାର ବୋଲି କୁହାଯାଏ। ସୁଯୋଗ ମିଳିଲେ ସେ ଏହା ପ୍ରମାଣ କରି ମଧ୍ୟ ଦେଖାନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଭଲ ଷ୍ଟ୍ରୋକ ଖେଳି ଶତକ ଅର୍ଜନ କରିଥିଲେ। ସେ ସ୍ପିନରମାନଙ୍କୁ ସହଜରେ ଖେଳିଥିଲେ। ଯଦିଓ ଭାରତ ଅନ୍ୟ ପଟୁ ଉଇକେଟ ହରାଇଥିଲା, ତେବେ ଯଶସ୍ବୀ ଜୟସ୍ବାଲ ପ୍ରତିଦ୍ୱନ୍ଦ୍ୱୀ ବୋଲରଙ୍କୁ ଚୌକା ଓ ଛକା ମାରିଚାଲିଥିଲେ।
୨୨ ବର୍ଷୀୟ ଯଶସ୍ବୀ ଶତକ ପୂରଣ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କ୍ରିକେଟ୍‌ କିମ୍ବଦନ୍ତରୀ ସଚିନ ତେନ୍ଦୁଲକର ତାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଯଶସ୍ବୀ ଭବଃ। ତାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହୋଇଛି। ଏହି ପୋଷ୍ଟ ସମସ୍ତଙ୍କ ହୃଦୟ ଜିତିଛି।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୮୦ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

The post ଯଶସ୍ବୀ ଜୟସ୍ବାଲଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର: ଲୋକେ କରୁଛନ୍ତି ପ୍ରଶଂସା appeared first on Dharitri Odia News.