ଯାଜପୁର ଗସ୍ତରେ ଆଇନ ମନ୍ତ୍ରୀ : ବିରଜା ମନ୍ଦିର ଓ ହାଟ ବୁଲି ପ୍ରକଳ୍ପର କଲେ ସମୀକ୍ଷା

ଯାଜପୁର ୨୬।୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯାଜପୁର ଗସ୍ତରେ ଆସିଥିବା ବେଳେ ବିରଜା ମନ୍ଦିର ଯାଇ ଚାଲୁଥିବା ପ୍ରକଳ୍ପ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଥିଲେ । ମନ୍ତ୍ରୀ ଏବଂ ଯାଜପୁର ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଓ ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଚାଲି ଚାଲି ବିରଜା ହାଟକୁ ପରିଦର୍ଶନ କରି ଚାଷୀ ଓ ବ୍ୟବସାୟୀଙ୍କ ସମସ୍ୟା ବୁଝିଥିଲେ । ପୂର୍ବ ସରକାରରେ ଆରମ୍ଭ ହୋଇଥିବା ବିରଜା ମନ୍ଦିର ପ୍ରକଳ୍ପକୁ ଫେଜ ମାଧ୍ୟମରେ କରାଯିବକୁ ନେଇ  ଅସନ୍ତୋଷ   ପ୍ରକାଶ କରିଥିବା ବେଳେ ଏହାର ସଂଶୋଧନ   କରାଯିବ ବୋଲି କହିଥିଲେ । ପ୍ରଥମ ଆରମ୍ଭ ହୋଇଥିବା ଦୁଇ ଫେଜର କାର୍ଯ୍ୟ ଆଗାମୀ ଫେବୃଆରୀରେ ସମାପ୍ତ କରାଯିବା ସହ ତୃତୀୟ ଫେଜ କାର୍ଯ୍ୟ ଲାଗି ଅର୍ଥ ମଞ୍ଜୁର କରାଯିବ ବୋଲି କହିଥିଲେ । ଏଥିସହ ବିରଜା ହାଟରେ ଚାଷୀ ଓ ବ୍ୟବସାୟୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ସରକାର କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ସମୀକ୍ଷାରେ ଯାଜପୁର ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡିଙ୍କ ସମେତ ପୂର୍ତ୍ତ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।You Can Read:ଭୀମକୁଣ୍ଡରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ 

ଯାଜପୁର ଗସ୍ତରେ ଆଇନ ମନ୍ତ୍ରୀ : ବିରଜା ମନ୍ଦିର ଓ ହାଟ ବୁଲି ପ୍ରକଳ୍ପର କଲେ ସମୀକ୍ଷା

ଯାଜପୁର ୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯାଜପୁର ଗସ୍ତରେ ଆସିଥିବା ବେଳେ ବିରଜା ମନ୍ଦିର ଯାଇ ଚାଲୁଥିବା ପ୍ରକଳ୍ପ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଥିଲେ । ମନ୍ତ୍ରୀ ଏବଂ ଯାଜପୁର ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଓ ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଚାଲି ଚାଲି ବିରଜା ହାଟକୁ ପରିଦର୍ଶନ କରି ଚାଷୀ ଓ ବ୍ୟବସାୟୀଙ୍କ ସମସ୍ୟା ବୁଝିଥିଲେ । 

ପୂର୍ବ ସରକାରରେ ଆରମ୍ଭ ହୋଇଥିବା ବିରଜା ମନ୍ଦିର ପ୍ରକଳ୍ପକୁ ଫେଜ ମାଧ୍ୟମରେ କରାଯିବକୁ ନେଇ  ଅସନ୍ତୋଷ   ପ୍ରକାଶ କରିଥିବା ବେଳେ ଏହାର ସଂଶୋଧନ   କରାଯିବ ବୋଲି କହିଥିଲେ । ପ୍ରଥମ ଆରମ୍ଭ ହୋଇଥିବା ଦୁଇ ଫେଜର କାର୍ଯ୍ୟ ଆଗାମୀ ଫେବୃଆରୀରେ ସମାପ୍ତ କରାଯିବା ସହ ତୃତୀୟ ଫେଜ କାର୍ଯ୍ୟ ଲାଗି ଅର୍ଥ ମଞ୍ଜୁର କରାଯିବ ବୋଲି କହିଥିଲେ । ଏଥିସହ ବିରଜା ହାଟରେ ଚାଷୀ ଓ ବ୍ୟବସାୟୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ସରକାର କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ସମୀକ୍ଷାରେ ଯାଜପୁର ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡିଙ୍କ ସମେତ ପୂର୍ତ୍ତ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

You Can Read:

ଭୀମକୁଣ୍ଡରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ