ଯାଜପୁର ଜିଲ୍ଲାରେ ପୁଣି ଖୋଲିଲା ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନ
ଯାଜପୁର ଟାଉନ୍: ଡାଇରିଆ ଓ ହଇଜା ସଂକ୍ରମଣର ସ୍ଥିତି ସୁଧାର ଆସିବା ପରେ ଯାଜପୁର ଜିଲ୍ଲାରେ ପୁଣି ଖୋଲିଛି ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନ । ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ସପ୍ତାହ ହେବ ପୂରା ଜ଼ିଲ୍ଲାରେ ଏହାକୁ ବନ୍ଦ ରଖିଥିଲା ପ୍ରଶାସନ । ଏବେ ସଂକ୍ରମଣରେ ସ୍ଥିତି ନିୟନ୍ତ୍ରଣ ହେବା ପରେ ବ୍ୟବସାୟୀଙ୍କ ବ୍ୟାପକ କ୍ଷତିକୁ ଦୃଷ୍ଟିରେ ରଖି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ । ଫୁଡ଼ ସେଫଟି […] The post ଯାଜପୁର ଜିଲ୍ଲାରେ ପୁଣି ଖୋଲିଲା ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନ appeared first on KNews Odisha.

ଯାଜପୁର ଟାଉନ୍: ଡାଇରିଆ ଓ ହଇଜା ସଂକ୍ରମଣର ସ୍ଥିତି ସୁଧାର ଆସିବା ପରେ ଯାଜପୁର ଜିଲ୍ଲାରେ ପୁଣି ଖୋଲିଛି ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନ । ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ସପ୍ତାହ ହେବ ପୂରା ଜ଼ିଲ୍ଲାରେ ଏହାକୁ ବନ୍ଦ ରଖିଥିଲା ପ୍ରଶାସନ । ଏବେ ସଂକ୍ରମଣରେ ସ୍ଥିତି ନିୟନ୍ତ୍ରଣ ହେବା ପରେ ବ୍ୟବସାୟୀଙ୍କ ବ୍ୟାପକ କ୍ଷତିକୁ ଦୃଷ୍ଟିରେ ରଖି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ । ଫୁଡ଼ ସେଫଟି ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ନିୟମାବଳୀ ମାନି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ସୂଚନା ଥାଉକି, ଗତ କେଇ ଦିନ ତଳେ ହୋଟେଲ ଖୋଲିବାକୁ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲା ହୋଟେଲ ମାଲିକ ସଂଘ । ଅନେକ ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ । ଜିଲ୍ଲାରେ ହଇଜା ଝାଡ଼ାବାନ୍ତି ବ୍ୟାପିବା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ଦୁଇ ସପ୍ତାହ ଧରି ଖାଇବାର ଦୋକାନ ଗୁଡ଼ିକ ବନ୍ଦ ରହିଥିଲା । ଫଳରେ ବିଭିନ୍ନ ଯାତ୍ରୀ ମାନେ ଖାଦ୍ୟ ପାଇଁ ହଇରାଣ ହେବା ସହ ହୋଟେଲ ବ୍ୟବସାୟୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏପରିକି ହୋଟେଲରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନାହିଁ ନଥିବା ହଇରାଣ ହୋିଥିଲେ ।
ହୋଟେଲ ମାଲିକ ସଂଘ ଓ ଅନ୍ୟାନ୍ୟ ବ୍ୟବସାୟୀ ମାନଙ୍କ ପକ୍ଷରୁ ହୋଟେଲ ଓ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲିବା ନେଇ ଯାଜପୁର ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ହୋଟେଲକୁ ଏଭଳି ଭାବେ ଅତର୍କିତ ଭାବେ ବନ୍ଦ ନକରି ନିୟମିତ ଭାବେ ଖାଦ୍ୟ ସୁରକ୍ଷା ବିଭାଗ, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରିବା ପାଇଁ ନିବେଦନ କରିଥିଲେ ହୋଟେଲ ମାଲିକ ସଙ୍ଘ ।
ଆହୁରି ପଢନ୍ତୁ: ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର
The post ଯାଜପୁର ଜିଲ୍ଲାରେ ପୁଣି ଖୋଲିଲା ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନ appeared first on KNews Odisha.