ଯାଜପୁର ବାରବାଟୀ ବସ୍ ଦୁର୍ଘଟଣା; SCBରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ
ଯାଜପୁର: ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭୋର... The post ଯାଜପୁର ବାରବାଟୀ ବସ୍ ଦୁର୍ଘଟଣା; SCBରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ appeared first on .
ଯାଜପୁର: ଯାଜପୁର ବାରବାଟୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭୋର ସମୟରେ ଏସସିବି ବଡ଼ ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। କାଜୁଆଲଟିରେ ବର୍ତ୍ତମାନ ୪୬ ଆହତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସମ୍ବେଦନଶୀଳ ଥିବାରୁ ସେମାନଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
5T ଅଧ୍ୟକ୍ଷଙ୍କୁ ଆହତ ମାନେ ଉତ୍ତମ ଚିକିତ୍ସା ପାଉଥିବା ନେଇ ଅବଗତ କରିବା ସହିତ ଦେଖିବାକୁ ଆସିଥିବାରୁ ଭାବବିହ୍ବଳ ହୋଇପଡ଼ିଥିଲେ। ସମସ୍ତଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହିତ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇଥିଲେ 5T ଅଧ୍ୟକ୍ଷ। ସମସ୍ତ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ନିର୍ଦେଶ ଦେଇଛନ୍ତି।
ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, କଟକ ଡିସିପି ପ୍ରକାଶ ଆର, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଓ ଯାଜପୁର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ।
The post ଯାଜପୁର ବାରବାଟୀ ବସ୍ ଦୁର୍ଘଟଣା; SCBରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ appeared first on .