ଯାଜପୁରର ଗସ୍ତରେ ଭିକେ ପାଣ୍ଡିଆନ, ମହାବିନାୟକଙ୍କୁ ଦର୍ଶନ ସହ କଲେ ପୂଜାର୍ଚ୍ଚନା

ଚଣ୍ଡିଖୋଲ: ବିଜେଡି ନେତା ଭିକେ ପାଣ୍ଡିଆନ, ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀଗ୍ରସ୍ତ କରିଛନ୍ତି। ଶନିବାର, ପ୍ରଥମେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ ପହଞ୍ଚିଥିଲେ। ସେଠାରେ ମହାବିନାୟକ ମନ୍ଦିରର ସେବାୟତ ଓ ଟ୍ରଷ୍ଟ କର୍ମକର୍ତ୍ତାମାନେ ଭିକେ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।ଏହାପରେ ଭିକେ ପାଣ୍ଡିଆନ ମନ୍ଦିରରେ ପ୍ରଭୁ ମହାବିନାୟକଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ମହାବିନାୟକ ମନ୍ଦିର ଉନ୍ନତି କରଣ ପାଇଁ ପୂର୍ବରୁ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ବରାଦ କରାଯାଇଛି ଏବଂ ଆଗାମୀ ଦିନରେ କେଉଁଭଳି ମନ୍ଦିରର ଅଧିକ ଉନ୍ନତି କରଣ କରିହେବ, ସେନେଇ ସେବାୟତଙ୍କ ପକ୍ଷରୁ ଏ ନେଇ ଏକ ଦାବି ପତ୍ର ଭିକେ ପାଣ୍ଡିଆନଙ୍କୁ ପ୍ରଦାନ କରାଯାଇଥିଲା  । 

ଯାଜପୁରର ଗସ୍ତରେ ଭିକେ ପାଣ୍ଡିଆନ, ମହାବିନାୟକଙ୍କୁ ଦର୍ଶନ ସହ କଲେ ପୂଜାର୍ଚ୍ଚନା

ଚଣ୍ଡିଖୋଲ: ବିଜେଡି ନେତା ଭିକେ ପାଣ୍ଡିଆନ, ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀଗ୍ରସ୍ତ କରିଛନ୍ତି। ଶନିବାର, ପ୍ରଥମେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ ପହଞ୍ଚିଥିଲେ। ସେଠାରେ ମହାବିନାୟକ ମନ୍ଦିରର ସେବାୟତ ଓ ଟ୍ରଷ୍ଟ କର୍ମକର୍ତ୍ତାମାନେ ଭିକେ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।


ଏହାପରେ ଭିକେ ପାଣ୍ଡିଆନ ମନ୍ଦିରରେ ପ୍ରଭୁ ମହାବିନାୟକଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ମହାବିନାୟକ ମନ୍ଦିର ଉନ୍ନତି କରଣ ପାଇଁ ପୂର୍ବରୁ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ବରାଦ କରାଯାଇଛି ଏବଂ ଆଗାମୀ ଦିନରେ କେଉଁଭଳି ମନ୍ଦିରର ଅଧିକ ଉନ୍ନତି କରଣ କରିହେବ, ସେନେଇ ସେବାୟତଙ୍କ ପକ୍ଷରୁ ଏ ନେଇ ଏକ ଦାବି ପତ୍ର ଭିକେ ପାଣ୍ଡିଆନଙ୍କୁ ପ୍ରଦାନ କରାଯାଇଥିଲା  ।