ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ବନ୍ଦକୁ ନେଇ ସେବାୟତ ଅସନ୍ତୁଷ୍ଟ
ନନ୍ଦିଘୋଷ ବ୍ୟୁରୋ: ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ଏବେ ସଂପୂର୍ଣ ରୂପେ ବନ୍ଦ କରାଯାଇଛି। ଏହାକୁ ନେଇ ଅସନ୍ତୋଷ... The post ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ବନ୍ଦକୁ ନେଇ ସେବାୟତ ଅସନ୍ତୁଷ୍ଟ appeared first on .
ନନ୍ଦିଘୋଷ ବ୍ୟୁରୋ: ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ଏବେ ସଂପୂର୍ଣ ରୂପେ ବନ୍ଦ କରାଯାଇଛି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେବାୟତ। ସେବାୟତ ପରିଷଦ ତରଫରୁ ଏକାଧିକ ଥର ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରି ଦାବିପତ୍ର ଦିଆଯାଇଛି। ହେଲେ କିଛି ବି ସୁପଳ ମିଳିନି। ପୂର୍ବ ଜିଲ୍ଲା ପ୍ରସାସନ ସେବାୟତଙ୍କ ସହ ପ୍ରତ୍ୟେକ ବିଷୟ ଆଲୋଚନା କରି ନିଷ୍ପତି ନେଉଥିଲେ। ହେଲେ ବର୍ତ୍ତମାନର ଜିଲ୍ଲା ପ୍ରଶାସନ ସେବାୟତଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରି ଚାଲିଛନ୍ତି। କୌଣସି କାର୍ଯ୍ୟ ବିଷୟରେ ସେବାୟତ ଜାଣି ପାରୁନାହାନ୍ତି। ମନ୍ଦିରର ପ୍ରକଳ୍ପ କାର୍ଯ୍ୟ କେତେ ଦୂର ଗଲାଣି, କେତେ ଜାଗା ଅଧିଗ୍ରହଣ କରାଯାଇଛି ଅବଗତ କରୁନାହିଁ ପ୍ରଶାସନ।
ଅଧିଗ୍ରହଣ ଜମିର କେଉଁ ସ୍ଥାନରେ କ’ଣ କାର୍ଯ୍ୟ କରିବା ପାଇଁ ନିଷ୍ପତି ହୋଇଛି ତାହା ମଧ୍ୟ ସର୍ବସାଧାରଣକୁ ଜଣାଉ ନାହାନ୍ତି। ଅଧିଗ୍ରହଣ ଜମିରେ ତାରବାଡ଼ କିମ୍ବା ସୂଚନା ଫଳକ ଦିଆଯାଉନାହିଁ। ସେଥିପାଇଁ ଅନେକ ସ୍ଥାନକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ମନ୍ଦିରର ଉନ୍ନତି ପାଇଁ ସେବାୟତ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କୁ ମଧ୍ୟ ଅନ୍ଧାରରେ ରଖାଯାଉଛି। ଦୁର୍ଗାପୂଜା ପୂର୍ବରୁ ୨ଟି ଶୌଚାଳୟ ସମ୍ପୂର୍ଣ ଦାବି ଏଯାଏଁ ପୂରଣ ହୋଇନି। ଯଜ୍ଞ ମଣ୍ଡପ ମଧ୍ୟ ଆରମ୍ଭ ହୋଇନାହିଁ। ପ୍ରକଳ୍ପ କାର୍ଯ୍ୟ ବନ୍ଦ ଯୋଗୁ ସେହି ସବୁ ସ୍ଥାନରେ ଜବରଦଖଲ ଆରମ୍ଭ ହେଲାଣି। ତୁରନ୍ତ ସମସ୍ୟାର ସମାଧାନ ନକଲେ ସେବାୟତ ଧାରଣା ଦେବେ ବୋଲି କହିଛନ୍ତି ।
The post ଯାଜପୁରର ମା’ ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ବନ୍ଦକୁ ନେଇ ସେବାୟତ ଅସନ୍ତୁଷ୍ଟ appeared first on .