ଯାଜପୁରରେ ବନବିଭାଗର ଆକ୍ସନ, ଚଢ଼ାଉ କରି ଜବତ କଲା କଲରାପତରିଆ ବାଘ ଛାଲ, ଜଣେ ଗିରଫ
ଯାଜପୁର: କଲରାପତରିଆ ବାଘ ଛାଲ ଜବତ ସହ ଜଣେ ଗିରଫ। ଯାଜପୁର ଜିଲ୍ଲା ଟମକା ବନାଞ୍ଚଳ ଅଧୀନ ଆମ୍ବଡାହି ନିକଟରୁ ବନବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ମାଫିଆକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି। ସୂଚନା ମୁତାବକ ଟମକା ବନାଞ୍ଚଳ ଅଧୀନ ଆମ୍ବଡାହି ନିକଟରେ ସୋମବାର ମଧ୍ୟାହ୍ନରେ ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ମୁଲଚାଲ ହେଉଥିବା ଖବର ପାଇଥିଲା ବନ ବିଭାଗ। ପରେ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶରେ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଆଉ ଚଢ଼ାଉବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା। ଏଥିରେ ଜଣକୁ କାବୁ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଏହି ବାଘଛାଲ କେଉଁଠାରୁ ଆସିଲା, କେଉଁଠାକୁ ଚାଲାଣ ହୋଇଥାନ୍ତା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେସବୁ ଦିଗ ଉପରେ ଛାନଭିନ୍ ଚଳାଇଛି ବନବିଭାଗ।
ଯାଜପୁର: କଲରାପତରିଆ ବାଘ ଛାଲ ଜବତ ସହ ଜଣେ ଗିରଫ। ଯାଜପୁର ଜିଲ୍ଲା ଟମକା ବନାଞ୍ଚଳ ଅଧୀନ ଆମ୍ବଡାହି ନିକଟରୁ ବନବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ମାଫିଆକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି।
ସୂଚନା ମୁତାବକ ଟମକା ବନାଞ୍ଚଳ ଅଧୀନ ଆମ୍ବଡାହି ନିକଟରେ ସୋମବାର ମଧ୍ୟାହ୍ନରେ ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ମୁଲଚାଲ ହେଉଥିବା ଖବର ପାଇଥିଲା ବନ ବିଭାଗ।
ପରେ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶରେ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଆଉ ଚଢ଼ାଉବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା। ଏଥିରେ ଜଣକୁ କାବୁ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଏହି ବାଘଛାଲ କେଉଁଠାରୁ ଆସିଲା, କେଉଁଠାକୁ ଚାଲାଣ ହୋଇଥାନ୍ତା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେସବୁ ଦିଗ ଉପରେ ଛାନଭିନ୍ ଚଳାଇଛି ବନବିଭାଗ।