ଯାଞ୍ଚ ହେଲା ଖଡ଼ଗେଙ୍କ ହେଲିକପ୍ଟର, ବର୍ଷିଲା କଂଗ୍ରେସ
କେବଳ ବିରୋଧୀ ଦଳର ନେତାଙ୍କୁ ହିଁ ଟାର୍ଗେଟ୍ କରାଯାଉଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି।
ଯାଞ୍ଚ ହେଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର। ବିହାରର ସମସ୍ତିପୁର ଓ ମୁଜଫରପୁରରେ ଲୋକସଭା ନିର୍ବାଚନ ପାଇଁ ରାଲି କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଏନେଇ ରବିବାର କଂଗ୍ରେସ ଅଭିଯୋଗ ଆଣିଛି।
ବିଜେପି ଉପରେ ଦୋଷ ଲଦି କଂଗ୍ରେସ କହିଛି ଯେ, ନିବାଚନ ଅଧିକାରୀଙ୍କ ଦ୍ୱାରା କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି। କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏର ନେତାମାନଙ୍କୁ ମୁକ୍ତ ଭାବେ ବୁଲିବାକୁ ଅନୁମତି ଦିଆଯାଇଛି ବୋଲି କଂଗ୍ରେସ ଦାବି କରିଛି।
କଂଗ୍ରେସ ନେତା ରାଜେଶ ରାଠୋର୍ ଦାବି କରିଛନ୍ତି ଯେ, ପ୍ରଥମେ କେରଳରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା ଏବଂ ବିହାରର ସମସ୍ତିପୁରରେ ଦଳର ସଭାପତି ଖଡଗେ ହେଲିକପ୍ଟର ଯାଞ୍ଚ କରାଯାଇଛି।
केरल में श्री राहुल गांधी जी का और अब बिहार में @INCIndia अध्यक्ष श्री @kharge जी का हेलीकॉप्टर चुनाव आयोग और प्रशासन द्वारा तलाशी करना दुर्भाग्यपूर्ण है l @ECISVEEP वीडियो जारी कर देश को बताएं कि NDA के किन नेताओं का हेलीकॉप्टर चुनाव अभियान के दौरान चेक किया गया l@ANI pic.twitter.com/oD8ITS61xM— Rajesh Rathorre (@RajeshRathorre1) May 12, 2024
କଂଗ୍ରେସର ବିହାର ୟୁନିଟ୍ ମୁଖ୍ୟ ମୁଖପାତ୍ର ରାଠୋର ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତିପୁରରେ ଖଡଗେ ହେଲିକପ୍ଟର ଯାଞ୍ଚକୁ ନେଇ ତଦରାଖ କରୁଛନ୍ତି। ଭିଡିଓରେ ଏକ ହେଲିକପ୍ଟର ଦେଖିବାକୁ ମିଳିଥିବା ବେଳେ ଏହାର ଚାରିପାଖରେ ପୁଲିସ ସମେତ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
ପ୍ରତିଦିନ କେବଳ କଂଗ୍ରେସ ନେତାଙ୍କ ହେଲିକପ୍ଟରର ଏଭଳି ଯାଞ୍ଚ କରାଯାଉଛି। ଏନଡିଏର ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ସମାନ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ନିର୍ବାଚନ ଆୟୋଗ (ଇସି) ସ୍ପଷ୍ଟ କରିବା ଉଚିତ। ନିର୍ବାଚନ କମିଶନ ଏଭଳି ସମସ୍ତ ରେକର୍ଡକୁ ସାର୍ବଜନୀନ କରିବା ଉଚିତ୍ ବୋଲି ରାଠୋର୍ ନିଜ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି।