ଯାତ୍ରା ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ, ରାଜନନ୍ଦିନୀର ଆଖଡ଼ା ପୂଜା
ଭଦ୍ରକ: ଯାତ୍ରା ଋତୁ ପାଇଁ ଆରମ୍ଭ ହେଲାଣି ସଜବାଜ । ବିଭିନ୍ନ ଯାତ୍ରା ଅନୁଷ୍ଠାନ ପ୍ରାରମ୍ଭିକ ଭାବେ ଆଖଡ଼ା ପୂଜା ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ଭଦ୍ରକ ଜିଲ୍ଲା ବରାଙ୍ଗ ନିକଟରେ ଯାତ୍ରା ଅନୁଷ୍ଠାନ ଯାତ୍ରା ସୁନ୍ଦରୀ ରାଜନନ୍ଦିନୀ ଆଖଡା ପୂଜା କରିଛି । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଯାତ୍ରା ପରିଚାଳକ ଓ ମାଲିକଙ୍କ ଉପସ୍ଥିତିରେ ନୂଆ ନାଟକର ଅଭ୍ୟାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ କଳାକାରଙ୍କ ସହ ନାଟକର ଲେଖକମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜନନ୍ଦିନୀ ଏଥର ସାମାଜିକ ନାଟକ ଉପରେ ଗୁରୁତ୍ୱ ଦେଉଛି ।
ଭଦ୍ରକ: ଯାତ୍ରା ଋତୁ ପାଇଁ ଆରମ୍ଭ ହେଲାଣି ସଜବାଜ । ବିଭିନ୍ନ ଯାତ୍ରା ଅନୁଷ୍ଠାନ ପ୍ରାରମ୍ଭିକ ଭାବେ ଆଖଡ଼ା ପୂଜା ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ଭଦ୍ରକ ଜିଲ୍ଲା ବରାଙ୍ଗ ନିକଟରେ ଯାତ୍ରା ଅନୁଷ୍ଠାନ ଯାତ୍ରା ସୁନ୍ଦରୀ ରାଜନନ୍ଦିନୀ ଆଖଡା ପୂଜା କରିଛି ।

ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଯାତ୍ରା ପରିଚାଳକ ଓ ମାଲିକଙ୍କ ଉପସ୍ଥିତିରେ ନୂଆ ନାଟକର ଅଭ୍ୟାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ କଳାକାରଙ୍କ ସହ ନାଟକର ଲେଖକମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜନନ୍ଦିନୀ ଏଥର ସାମାଜିକ ନାଟକ ଉପରେ ଗୁରୁତ୍ୱ ଦେଉଛି ।