ଯାତ୍ରା କଳିରେ ଯବନିକା, ଅଭିନେତା ପୀୟୂଷ ତ୍ରିପାଠୀ କହିଲେ ସିଂହବାହିନୀ ସହ ୫ ବର୍ଷ କାମ କରିବି

ଭୁବନେଶ୍ୱର ୨୪/୦୬: ତୁଟିଲା ଯାତ୍ରା କଳି । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । କହିଲେ ୫ ବର୍ଷ ଡିଲ୍ କରିଛି ଯିବି କୁଆଡେ । ହେଲେ ଆସନ୍ତା  ବର୍ଷରୁ ପୁଣିଥରେ ସିଂହବାହିନୀ ମଞ୍ଚରେ ମୋତେ ଦେଖିବାକୁ ପାଇବେ ଦର୍ଶକ । ସେ ଆହୁରି କହିଛନ୍ତି ଯଦି ଦର୍ଶକଙ୍କ ଭଲପାଇବା ମିଳେ ତେବେ ଏବର୍ଷ ବି ଯାତ୍ରା କରିବି । କାରଣ ମୁଁ ପୂର୍ବରୁ ସିଂହବାହିନୀ ସହ ଜଡ଼ିତ ଅଛି । ଯାତ୍ରା କଳାକାର ବିବାଦ ଭିତରେ ଆଜି ମୁହଁ ଖୋଲିଛନ୍ତି ପୀୟୂଷ । ସେ କହିଛନ୍ତି ସମସ୍ୟା ପୂର୍ବରୁ ଥିଲା । ସମସ୍ୟାର ଅନ୍ତ ବି ହୋଇନି । ସେଥିପାଇଁ ବାଧ୍ୟ ହୋଇ ମୁଁ ଯାତ୍ରା ଜଗତରୁ ବର୍ଷକ ପାଇଁ ଛୁଟି ନେଇଥିଲି । ଦୁଇ ମାଲିକଙ୍କ ସମ୍ମାନକୁ ଜଣାଇ ମୁଁ ସ୍ୱାସ୍ଥ୍ୟଗତ ସମ୍ମାନ ଜଣାଇ ବର୍ଷକ ପାଇଁ ଯାତ୍ରାରୁ ବିରାମ ନେଇଥିଲି । ଏବେ ଅନ୍ୟ କେଉଁଠିକି ଯିବାର ପ୍ରଶ୍ନ ବି ନାହିଁ । ସିଂହବାହିନୀ ମାଲିକଙ୍କୁ ଟଙ୍କା ଓ ଗାଡି ଫେରାଇବା ପ୍ରଶ୍ନର ବି ଉତ୍ତର ରଖିଥିଲେ ପୀୟୁଷ । ତେବେ ପୀୟୂଷ ଖୋଲା ଖୋଲି କହିଥିଲେ କି, ମୁଁ ଟଙ୍କା କାହିଁ ଫେରାଇବି, ଗାଡି କାହିଁ ଫେରାଇବି । ମୁଁ ସିଂହବାହିନୀ ସହ ୫ ବର୍ଷର ଡିଲ୍ କରିଛି । ତ ପଇସା ଫେରାଇବାର ପ୍ରଶ୍ନ ଉଠୁଛି କେଉଁଠୁ । ଯାତ୍ରାରେ ଦେଖାଦେଇଥିବା ବିବାଦକୁ ନେଇ ବି ମୁହଁ ଖୋଲିଥିଲେ ପୀୟୂଷ । ତାଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଜଣେ ମୁଁ ଶବ୍ଦ ନ ଛାଡିଛି ସେ ଆଗକୁ ବଢିବ ନାହିଁ । ମୁଁ ଛା

ଯାତ୍ରା କଳିରେ ଯବନିକା, ଅଭିନେତା ପୀୟୂଷ ତ୍ରିପାଠୀ କହିଲେ ସିଂହବାହିନୀ ସହ ୫ ବର୍ଷ କାମ କରିବି

ଭୁବନେଶ୍ୱର ୨୪/୦୬: ତୁଟିଲା ଯାତ୍ରା କଳି । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । କହିଲେ ୫ ବର୍ଷ ଡିଲ୍ କରିଛି ଯିବି କୁଆଡେ । ହେଲେ ଆସନ୍ତା  ବର୍ଷରୁ ପୁଣିଥରେ ସିଂହବାହିନୀ ମଞ୍ଚରେ ମୋତେ ଦେଖିବାକୁ ପାଇବେ ଦର୍ଶକ । ସେ ଆହୁରି କହିଛନ୍ତି ଯଦି ଦର୍ଶକଙ୍କ ଭଲପାଇବା ମିଳେ ତେବେ ଏବର୍ଷ ବି ଯାତ୍ରା କରିବି । କାରଣ ମୁଁ ପୂର୍ବରୁ ସିଂହବାହିନୀ ସହ ଜଡ଼ିତ ଅଛି । 

ଯାତ୍ରା କଳାକାର ବିବାଦ ଭିତରେ ଆଜି ମୁହଁ ଖୋଲିଛନ୍ତି ପୀୟୂଷ । ସେ କହିଛନ୍ତି ସମସ୍ୟା ପୂର୍ବରୁ ଥିଲା । ସମସ୍ୟାର ଅନ୍ତ ବି ହୋଇନି । ସେଥିପାଇଁ ବାଧ୍ୟ ହୋଇ ମୁଁ ଯାତ୍ରା ଜଗତରୁ ବର୍ଷକ ପାଇଁ ଛୁଟି ନେଇଥିଲି । ଦୁଇ ମାଲିକଙ୍କ ସମ୍ମାନକୁ ଜଣାଇ ମୁଁ ସ୍ୱାସ୍ଥ୍ୟଗତ ସମ୍ମାନ ଜଣାଇ ବର୍ଷକ ପାଇଁ ଯାତ୍ରାରୁ ବିରାମ ନେଇଥିଲି । ଏବେ ଅନ୍ୟ କେଉଁଠିକି ଯିବାର ପ୍ରଶ୍ନ ବି ନାହିଁ । 

ସିଂହବାହିନୀ ମାଲିକଙ୍କୁ ଟଙ୍କା ଓ ଗାଡି ଫେରାଇବା ପ୍ରଶ୍ନର ବି ଉତ୍ତର ରଖିଥିଲେ ପୀୟୁଷ । ତେବେ ପୀୟୂଷ ଖୋଲା ଖୋଲି କହିଥିଲେ କି, ମୁଁ ଟଙ୍କା କାହିଁ ଫେରାଇବି, ଗାଡି କାହିଁ ଫେରାଇବି । ମୁଁ ସିଂହବାହିନୀ ସହ ୫ ବର୍ଷର ଡିଲ୍ କରିଛି । ତ ପଇସା ଫେରାଇବାର ପ୍ରଶ୍ନ ଉଠୁଛି କେଉଁଠୁ । 

ଯାତ୍ରାରେ ଦେଖାଦେଇଥିବା ବିବାଦକୁ ନେଇ ବି ମୁହଁ ଖୋଲିଥିଲେ ପୀୟୂଷ । ତାଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଜଣେ ମୁଁ ଶବ୍ଦ ନ ଛାଡିଛି ସେ ଆଗକୁ ବଢିବ ନାହିଁ । ମୁଁ ଛାଡିଦେଲେ ସବୁ ସମସ୍ୟାର ସମାଧାନ ହେବ । ରାଣୀ ପଣ୍ଡା ଯାତ୍ରା ପାର୍ଟି ପ୍ରସଙ୍ଗରେ ବି ସେ ରଖିଛନ୍ତି ପ୍ରତିକ୍ରିୟା । ରାଣୀ ସବୁ ଜାଣିଛି ଛୋଟ ପିଲା ନୁହେଁ ସେ କାଇଁ ମୋତେ ବାଧ୍ୟ କରିବ ବୋଲି ସିଧା ସିଧା ଶୁଣାଇଦେଇଛନ୍ତି । ଶେଷରେ ସେ ଏକଥା ବି କହିଛନ୍ତି ଯେ, ଚୁକ୍ତି ଯେଉଁଠି କରିଛି ସେଠାକୁ ଯିବି । ଅନ୍ୟ କୌଣସି ପାର୍ଟିକୁ ଯିବିନି କି ବିବାଦକୁ ପଶିବିନି । 

ସୂଚନା ଥାଉକି, ଓଡ଼ିଶା ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିବା ବେଳେ ପୁଣି ୫ ବର୍ଷ ପାଇଁ ନେବେ ବୋଲି ଯାତ୍ରା ସିଂହବାହିନୀର ମାଲିକ ଘୋଷଣା କରିଥିଲେ । ଏହାପରେ ମାଲିକ ସଂଘରେ ଜଳ ଜଳ ଫାଟ ଥିବା ଜଣାପଡିଥିଲା । ଯାତ୍ରା ସୂର୍ଯ୍ୟମନ୍ଦିରର ମାଲିକଙ୍କ ଧମକ ଦେଇ କହିଥିଲେ ଯଦି ପୀୟୂଷ  ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି । 

ମାଲିକ ସଂଜୀବ ପାଢ଼ୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ପୀୟୂଷ  ଯାତ୍ରା ସିଂହବାହିନୀରେ ଯୋଗଦେବା ଥୟ । କେବେ ଯୋଗଦେବେ ସେ କଥା କହିବିନି । ଏହାଛଡ଼ା ହାସ୍ୟାଭିନେତା ନରି ପଣ୍ଡାଙ୍କ ଭଳି ସବୁ କଳାକାରଙ୍କ ଉପରୁ ବ୍ୟାନ୍‌ ହଟୁ ବୋଲି ବି ସେ କହିଛନ୍ତି । 

ସେପଟେ ଯାତ୍ରା ସୂର୍ଯ୍ୟମନ୍ଦିରର ମାଲିକ ପ୍ରମୋଦ ସ୍ୱାଇଁ କହିଛନ୍ତି, ପୀୟୂଷ ଯଦି ମଞ୍ଚକୁ ଚଢ଼ନ୍ତି ପରିଣାମ ଖରାପ ହେବ । ଆମେ ଆଇନ୍‌ର ଆଶ୍ରୟ ନେବୁ ବୋଲି ସେ ଧମକ ଦେଇଛନ୍ତି । ଏଠି ପ୍ରଶ୍ନ, ପୀୟୂଷଙ୍କୁ ଓଡ଼ିଶା ଯାତ୍ରା ମାଲିକ ସଂଘର ନିଷ୍ପତ୍ତି କ୍ରମେ ବର୍ଷେ ବିଶ୍ରାମ ଦିଆଯାଇଥିଲା ବେଳେ ସଞ୍ଜୀବ ପାଢ଼ୀଙ୍କ ଏଭଳି କଥା ପଛର ରହସ୍ୟ କ’ଣ?