ଯାତ୍ରା ଦେଖି ଘରକୁ ଫେରୁଥିଲେ ବୃଦ୍ଧ; ବାଟରେ ଆକ୍ରମଣ କଲା ହାତୀ

ଗତକାଲି ରାତିରେ ଗମିଆ ରାଧାଦାମୋଦରପୁରରୁ ଯାତ୍ରୀ ଦେଖି ଘରକୁ ଫେରୁଥିଲେ।

ଯାତ୍ରା ଦେଖି ଘରକୁ ଫେରୁଥିଲେ ବୃଦ୍ଧ; ବାଟରେ ଆକ୍ରମଣ କଲା ହାତୀ

ଯାତ୍ରା ଦେଖି ଘରୁକୁ ଫେରୁଥିଲେ। ବାଟରେ ହାତୀରେ ହାବୁଡ଼ରେ ପଡ଼ିଗଲେ ବୃଦ୍ଧ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଲା। କଟକ ଜିଲ୍ଲା ଆଠଗଡ଼ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କାଣ୍ଡମୁଗୁରୀ ଗାଁରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ଗମିଆ ହନାଗା।

ଗତକାଲି ରାତିରେ ଗମିଆ ରାଧାଦାମୋଦରପୁରରୁ ଯାତ୍ରୀ ଦେଖି ଘରକୁ ଫେରୁଥିଲେ। ମତ୍ସ୍ୟପୁର ଫାର୍ମ ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖୁଣ୍ଟୁଣୀ ରେଞ୍ଜର ଓ ଖୁଣ୍ଟୁଣୀ ପୁଲିସର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତୁ କରୁଛି।