ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ କରାଯାଇଛି। ବିଷ୍ଣୁ ଗ୍ରାମରେ ହେଉଥିବା ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ। ଆଜି ସକାଳେ ଗ୍ରାମବାସୀ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇ ସେଠାରେ ଜଣଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ। ଗ୍ରାମକୁ ଖବର ଦେବା ପରେ ଗ୍ରାମବାସୀ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ନାଳ ନିକଟରେ ପଡ଼ିଥିବା […] The post ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ appeared first on Dharitri Odia News.

ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ କରାଯାଇଛି। ବିଷ୍ଣୁ ଗ୍ରାମରେ ହେଉଥିବା ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ। ଆଜି ସକାଳେ ଗ୍ରାମବାସୀ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇ ସେଠାରେ ଜଣଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ। ଗ୍ରାମକୁ ଖବର ଦେବା ପରେ ଗ୍ରାମବାସୀ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ନାଳ ନିକଟରେ ପଡ଼ିଥିବା ଜୋତାରୁ ବିଷ୍ଣୁଙ୍କ ପରିଚୟ ମିଳିଥିଲା। ପରେ ଗ୍ରାମବାସୀ ଭୁବନ ପୋଲିସକୁ ଜଣାଇଥିଲେ। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି। ବିଷ୍ଣୁ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ଥିବାରୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

The post ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ appeared first on Dharitri Odia News.