ଅମରାସୂରିୟା ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
କଲମ୍ବୋ,୧୮ା୧୧:ଗତ ଗୁରୁବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଏନ୍ପିପି ବିଜୟୀ ହେବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ଶିକ୍ଷାବିତ୍ ହରିନି ଅମରାସୁରିୟାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ କରିଛନ୍ତି। ୨୨୫ ଆସନ ବିଶିଷ୍ଟି ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ନେତୃତ୍ୱାଧୀନ ଏନ୍ପିପି ମେଣ୍ଟ ୧୫୯ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ସୋମବାର ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ବର୍ଷିଆନ୍ ସାଂସଦ ବିଜିଥା ହେରାଥଙ୍କୁ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ପୁନର୍ବାର ନିଯୁକ୍ତ କରାଯାଇଛି। ୨୧ ଜଣିଆ […] The post ଅମରାସୂରିୟା ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ appeared first on Dharitri Odia News.
କଲମ୍ବୋ,୧୮ା୧୧:ଗତ ଗୁରୁବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଏନ୍ପିପି ବିଜୟୀ ହେବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ଶିକ୍ଷାବିତ୍ ହରିନି ଅମରାସୁରିୟାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ କରିଛନ୍ତି। ୨୨୫ ଆସନ ବିଶିଷ୍ଟି ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ନେତୃତ୍ୱାଧୀନ ଏନ୍ପିପି ମେଣ୍ଟ ୧୫୯ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ସୋମବାର ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ବର୍ଷିଆନ୍ ସାଂସଦ ବିଜିଥା ହେରାଥଙ୍କୁ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ପୁନର୍ବାର ନିଯୁକ୍ତ କରାଯାଇଛି। ୨୧ ଜଣିଆ କ୍ୟାବିନେଟ ଗଠନ କରାଯାଇଥିବାବେଳେ ରାଷ୍ଟ୍ରପତି ଅର୍ଥ ଓ ପ୍ରତିରକ୍ଷା ବିଭାଗକୁ ନିଜ ହାତରେ ରଖିଛନ୍ତି।
The post ଅମରାସୂରିୟା ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ appeared first on Dharitri Odia News.