ଯାତ୍ରା ମଞ୍ଚରେ ଲାଗିଲା ପୋଲିସ୍ କ୍ୟାମେରା, ପୋଲିସ ଛାଉଣୀରେ ଚାଲିଲା ଆଇଟମ ଡ୍ୟାନ୍ସ
ମାଲକାନଗିରି ୩୧/୧୨: ଯାତ୍ରା ମଞ୍ଚରେ ଲାଗିଲା ପୋଲିସ୍ କ୍ୟାମେରା । ପୋଲିସ ଛାଉଣୀରେ ଚାଲିଲା ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡାନ୍ସ । ଅପେରା ପେଣ୍ଡାଲରେ ନିଶା ମହାରଣାଙ୍କ ଉପରେ ଫୋକସ ରଖିଲା କ୍ୟାମେରା ଲେନ୍ସ । ସୋମବାର ରାତିରେ ମାଲକାନଗିରି ଡିଏନକେ ଖେଳ ପଡିଆଠାରେ ଚାଲିଥିବା ତାରୀଣି ଗଣନାଟ୍ୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାଥାଉକି, ପୂର୍ବରୁୁ କୋତାମେଟାରେ ଅନୁଷ୍ଠିତ ହୋଇଥିବା ଶ୍ରୀକ୍ଷେତ୍ର ଅପେରାରେ ଆଇଟମ ଗାର୍ଲ ସାହୁ ଭାଉଜ ଯେପରି ଅଶ୍ଳିଳ ଅଙ୍ଗ ପ୍ରଦର୍ଶନ କରିଥିଲେ ତାହାକୁ ନେଇ ବଦନାମ ହୋଇଛି ମାଲକାନଗିରି ପୋଲିସ । ତେଣୁ ଏହାର ପୁନରାବୃତ୍ତି ନଘଟିବା ଲାଗି ତାରୀଣି ଗଣନାଟ୍ୟ ଉପରେ ନଜର ରଖିଥିଲା ପୋଲିସ । ଯାତ୍ରା କମିଟି ଠାରୁ ଲିଖିତ ଗ୍ରହଣ କରି ନିଶା ମହାରଣାଙ୍କ ସୋ ଲାଗି ଅନୁମତି ଦେଇଥିଲା ମାଲକାନଗିରି ପୋଲିସ । ହେଲେ ଅପେରା ପେଣ୍ଡାଲରେ ନିଶା ମହାରଣା ଆସିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ହୋ ହଲ୍ଲା ସୃଷ୍ଟି ହୋଇଥିଲା । ହେଲେ ଉପସ୍ଥିତ ଦର୍ଶକ ମାନଙ୍କୁ ନିଶା ମହାରଣା କହିଥିଲେ ଯେ ଆପଣ ମାନେ ଯେଉଁଥି ଲାଗି ଚିଲ୍ଲାଉଛନ୍ତି ତାହା ଏଇଠି ହୋଇପାରିବ ନାହିଁ । କେବଳ ମୋର ଡ୍ୟାନ୍ସ ଦେଖି ଖୁସି ହୁଅନ୍ତୁ ।
ମାଲକାନଗିରି ୩୧/୧୨: ଯାତ୍ରା ମଞ୍ଚରେ ଲାଗିଲା ପୋଲିସ୍ କ୍ୟାମେରା । ପୋଲିସ ଛାଉଣୀରେ ଚାଲିଲା ଆଇଟମ ଗାର୍ଲ ନିଶା ମହାରଣାଙ୍କ ହଟ୍ ଡାନ୍ସ । ଅପେରା ପେଣ୍ଡାଲରେ ନିଶା ମହାରଣାଙ୍କ ଉପରେ ଫୋକସ ରଖିଲା କ୍ୟାମେରା ଲେନ୍ସ । ସୋମବାର ରାତିରେ ମାଲକାନଗିରି ଡିଏନକେ ଖେଳ ପଡିଆଠାରେ ଚାଲିଥିବା ତାରୀଣି ଗଣନାଟ୍ୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନାଥାଉକି, ପୂର୍ବରୁୁ କୋତାମେଟାରେ ଅନୁଷ୍ଠିତ ହୋଇଥିବା ଶ୍ରୀକ୍ଷେତ୍ର ଅପେରାରେ ଆଇଟମ ଗାର୍ଲ ସାହୁ ଭାଉଜ ଯେପରି ଅଶ୍ଳିଳ ଅଙ୍ଗ ପ୍ରଦର୍ଶନ କରିଥିଲେ ତାହାକୁ ନେଇ ବଦନାମ ହୋଇଛି ମାଲକାନଗିରି ପୋଲିସ । ତେଣୁ ଏହାର ପୁନରାବୃତ୍ତି ନଘଟିବା ଲାଗି ତାରୀଣି ଗଣନାଟ୍ୟ ଉପରେ ନଜର ରଖିଥିଲା ପୋଲିସ । ଯାତ୍ରା କମିଟି ଠାରୁ ଲିଖିତ ଗ୍ରହଣ କରି ନିଶା ମହାରଣାଙ୍କ ସୋ ଲାଗି ଅନୁମତି ଦେଇଥିଲା ମାଲକାନଗିରି ପୋଲିସ ।
ହେଲେ ଅପେରା ପେଣ୍ଡାଲରେ ନିଶା ମହାରଣା ଆସିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ହୋ ହଲ୍ଲା ସୃଷ୍ଟି ହୋଇଥିଲା । ହେଲେ ଉପସ୍ଥିତ ଦର୍ଶକ ମାନଙ୍କୁ ନିଶା ମହାରଣା କହିଥିଲେ ଯେ ଆପଣ ମାନେ ଯେଉଁଥି ଲାଗି ଚିଲ୍ଲାଉଛନ୍ତି ତାହା ଏଇଠି ହୋଇପାରିବ ନାହିଁ । କେବଳ ମୋର ଡ୍ୟାନ୍ସ ଦେଖି ଖୁସି ହୁଅନ୍ତୁ ।