‘ହେ ବନ୍ଧୁ’ ବୃଦ୍ଧା ଆଶ୍ରମର ବାର୍ଷିକ ଉତ୍ସବରେ ବୃଦ୍ଧାଙ୍କୁ ଭଲମନ୍ଦ ପଚାରି ବୁଝିଲେ ବର୍ଷା ପ୍ରିୟଦର୍ଶିନୀ
ସେବା ମନୋଭାବର ପ୍ରତୀକ ହେଉଛି ଏ ଅନୁଷ୍ଠାନ। ଯାହାର ନାଁ ହେଉଛି “ହେ ବନ୍ଧୁ” ବୃଦ୍ଧାଶ୍ରମ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ସତ୍ୟଭାମାପୁରରେ ଆଶ୍ରମଟି ରହିଛି । ଯେଉଁଠାରେ ଅନେକ ବୃଦ୍ଧା ରହୁଛନ୍ତି । କାହାର ପରିବାର ନାହିଁ ତ ଆଉ କାହାର ପରିବାର ଲୋକେ ପଚାରୁ ନାହାଁନ୍ତି । ଅନେକ ଦୁଃଖୀ ରଙ୍କୀ ଏଠାରେ ରହି ନିଜର ବାର୍ଦ୍ଧକ୍ୟତା ଦିନ କାଟୁଛନ୍ତି । ଆଜି ହେ ବନ୍ଧୁ ବୃଦ୍ଧାଶ୍ରମର ଦ୍ୱିତୀୟ ବାର୍ଷିକ ଜନ୍ମଉତ୍ସବ ନିରାଡ଼ମ୍ବର […] The post ‘ହେ ବନ୍ଧୁ’ ବୃଦ୍ଧା ଆଶ୍ରମର ବାର୍ଷିକ ଉତ୍ସବରେ ବୃଦ୍ଧାଙ୍କୁ ଭଲମନ୍ଦ ପଚାରି ବୁଝିଲେ ବର୍ଷା ପ୍ରିୟଦର୍ଶିନୀ appeared first on KNews Odisha.

ସେବା ମନୋଭାବର ପ୍ରତୀକ ହେଉଛି ଏ ଅନୁଷ୍ଠାନ। ଯାହାର ନାଁ ହେଉଛି “ହେ ବନ୍ଧୁ” ବୃଦ୍ଧାଶ୍ରମ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ସତ୍ୟଭାମାପୁରରେ ଆଶ୍ରମଟି ରହିଛି । ଯେଉଁଠାରେ ଅନେକ ବୃଦ୍ଧା ରହୁଛନ୍ତି । କାହାର ପରିବାର ନାହିଁ ତ ଆଉ କାହାର ପରିବାର ଲୋକେ ପଚାରୁ ନାହାଁନ୍ତି । ଅନେକ ଦୁଃଖୀ ରଙ୍କୀ ଏଠାରେ ରହି ନିଜର ବାର୍ଦ୍ଧକ୍ୟତା ଦିନ କାଟୁଛନ୍ତି । ଆଜି ହେ ବନ୍ଧୁ ବୃଦ୍ଧାଶ୍ରମର ଦ୍ୱିତୀୟ ବାର୍ଷିକ ଜନ୍ମଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଉଛି ।
ତେବେ ଏହି ଦ୍ୱିତୀୟ ବାର୍ଷିକ ଜନ୍ମଉତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଅତିଥି ଭାବେ ଯୋଗ ଦେଇଥିଲେ। କିଛିସମୟ ବୃଦ୍ଧାଶ୍ରମରେ ଥିବା ମହିଳାମାନଙ୍କ ସହ ସମୟ ବିତାଇଥିଲେ। ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିଥିଲେ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଶ୍ରମରେ ପହଞ୍ଚିବା କ୍ଷଣି ତାଙ୍କୁ ଫୁଲ ପକାଇ ପାଛୋଟି ଆଣିଥିଲେ । ତା’ ପରେ ଦୀପ ପ୍ରଜ୍ଜଳନ କରାଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ।
ଯେଉଁଠି ସମାଜରୁ କୌଣସି କାରଣ ବଶତଃ ମହିଳାମାନେ ବିଚ୍ୟୁତ ହୋଇ ଏହି ଅନୁଷ୍ଠାନରେ ଏକ ପରିବାର ହୋଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରି ସମୟ କାଟିବା ସହ ଏକାଠି ହୋଇ ରହିପାରୁଛନ୍ତି ତା ଠାରୁ ଆଉ ବଡ କଥା କିଛି ନାହିଁ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ନିଷ୍ଠାର ସହ ନିଜର କର୍ମକୁ ସେବା ମନୋଭାବ ନେଇ ମା ମାନଙ୍କ ସେବାରେ ଲଗାଇ ପାରୁଛନ୍ତି ବୋଲି ଅତିଥିମାନେ କହିଥିଲେ।
ପୁରୁଣା ସମ୍ପର୍କକୁ ଭୁଲି ନୂଆ ସମ୍ପର୍କ ଯୋଡିଛନ୍ତି ଏମାନେ । ଏକାଠି ଦୁଃଖ ସୁଖ ବାଣ୍ଟି ଦିନ କାଟୁଛନ୍ତି । ନିରୂପାୟ, ନିରାଶ୍ରୟ ହୋଇ ଶେଷ ଆଶ୍ରା ତାଙ୍କର ଏହି ଆଶ୍ରୟସ୍ଥଳୀ । ବାକିତକ ଜୀବନ ବିତୁଛି ଅଜଣା ଅଚିହ୍ନା ସ୍ଥାନରେ । ସତରେ ଯଦି ଯୁବ ବର୍ଗ ନିଜ ମାନବିକତାକୁ ନମାରି ବୃଦ୍ଧ ମା ବାପାଙ୍କ ସେବା ଯତ୍ନ କରନ୍ତେ ତାହେଲେ ଏ ବୃଦ୍ଧାଶ୍ରମର ଆବଶ୍ୟକ ବିଲକୁଲ ପଡନ୍ତାନି ।
Also Read:କିରାଣି ଚାକିରି କରାଇଦେବାକୁ କହି ଠକେଇ, ଲକ୍ଷାଧିକ ଟଙ୍କା ଲୁଟିନେଲା ଜିଲ୍ଲା ଜଜ୍ କୋର୍ଟର ପିଅନ
The post ‘ହେ ବନ୍ଧୁ’ ବୃଦ୍ଧା ଆଶ୍ରମର ବାର୍ଷିକ ଉତ୍ସବରେ ବୃଦ୍ଧାଙ୍କୁ ଭଲମନ୍ଦ ପଚାରି ବୁଝିଲେ ବର୍ଷା ପ୍ରିୟଦର୍ଶିନୀ appeared first on KNews Odisha.