ଯାତ୍ରୀ ସୁବିଧାକୁ ପୂର୍ତ୍ତ ବିଭାଗର ଅଣଦେଖା,ସମସ୍ୟା ବଢିବା ସମ୍ଭାବନା-ସୂର୍ଯ୍ୟ ପାଣିଗ୍ରାହୀ
ସମ୍ବଲପୁର:ଜେଲଛକରୁ ଧନୁପାଲି ଛକ ଯାଏ ରାସ୍ତା ପ୍ରଶସ୍ତି କରଣ ଚାଲିଛି। ଦୀର୍ଘ ଏକ ବର୍ଷ ହେଲା କାମ ଚାଲିଥିଲେବି ଏଯାଏ କାମ ସରିନି।ଏଥିପାଇଁ ଜନସାଧାରଣ ନାହିଁନଥିବା ହଇରାଣ ଭୋଗୁଛନ୍ତି।ବର୍ଷ ବର୍ଷ ଧରି ଚାଲିଥିବା ଏହି କାମରେ ଆଜିଯାଏ ଲୋକଙ୍କୁ ଆଶ୍ବସ୍ତି ମିଳିନଥିବା ଦୁର୍ଭାଗ୍ୟର ବିଷୟ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l ଜିଲ୍ଲା ପ୍ରଶାସନ ଅଧିନସ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ଧୀନ ଏହି ରାସ୍ତାର […] The post ଯାତ୍ରୀ ସୁବିଧାକୁ ପୂର୍ତ୍ତ ବିଭାଗର ଅଣଦେଖା,ସମସ୍ୟା ବଢିବା ସମ୍ଭାବନା-ସୂର୍ଯ୍ୟ ପାଣିଗ୍ରାହୀ appeared first on Odisha.News.

ସମ୍ବଲପୁର:ଜେଲଛକରୁ ଧନୁପାଲି ଛକ ଯାଏ ରାସ୍ତା ପ୍ରଶସ୍ତି କରଣ ଚାଲିଛି। ଦୀର୍ଘ ଏକ ବର୍ଷ ହେଲା କାମ ଚାଲିଥିଲେବି ଏଯାଏ କାମ ସରିନି।ଏଥିପାଇଁ ଜନସାଧାରଣ ନାହିଁନଥିବା ହଇରାଣ ଭୋଗୁଛନ୍ତି।ବର୍ଷ ବର୍ଷ ଧରି ଚାଲିଥିବା ଏହି କାମରେ ଆଜିଯାଏ ଲୋକଙ୍କୁ ଆଶ୍ବସ୍ତି ମିଳିନଥିବା ଦୁର୍ଭାଗ୍ୟର ବିଷୟ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l
ଜିଲ୍ଲା ପ୍ରଶାସନ ଅଧିନସ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ଧୀନ ଏହି ରାସ୍ତାର କୌଣସି ଗୋଟିଏ ପୂର୍ବ ନିର୍ଦ୍ଧାରିତ ଯୋଜନା ଥିଲା ଭଳିଆ ଉପଲବ୍ଧି ହେଉନାହିଁ l ଥରକୁ ଥର ଜମି ଅଧିଗ୍ରହଣ ପାଇଁ ଦିଆଯାଉଥିବା ଚି଼ହ୍ନ ବଦଳୁଛି l ସିଧାସଳଖ ନିର୍ମାଣ ହେବାକୁ ଥିବା ରାସ୍ତା ଅନେକାଂଶରେ ତେର୍ଚ୍ଚା ହୋଇଯାଉଛି l କେଉଁଠି ପ୍ରଶସ୍ତ ଥିବା ବେଳେ କେଉଁଠି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯାଇଛି lସାଧାରଣତଃ କୌଣସି ବିକାଶ କାର୍ଯ୍ୟ ଲୋକଙ୍କର ସୁବିଧା ତଥା ହିତ ଉଦ୍ଦେଶ୍ୟରେ ହୋଇଥାଏ।ହେଲେ ଏହି ରାସ୍ତା ନିର୍ମାଣ ଲୋକଙ୍କୁ ହଇରାଣରେ ପକାଇବାପାଇଁ ଉଦ୍ଧିଷ୍ଟ ବୋଲି ଅନୁଭବ ହେଉଛି ବୋଲି ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି l
ବିଶେଷ ଭାବରେ ଗୋବିନ୍ଦତୋଳା ହରଡ଼ ଜୋର ବ୍ରିଜରୁ ଧନୁପାଲି ଛକ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ l ଏହି ରାସ୍ତା କଡରେ ଅନେକ ଜନବସତିକୁ ରାସ୍ତା ଯାଇଛି, ପେଟ୍ରୋଲ ପମ୍ପ ରହିଛି, ମନ୍ଦିର ରହିଛି, ସପିଙ୍ଗ ମଲ ରହିଛି, ଶିକ୍ଷାନୁଷ୍ଠାନ ଗୁଡିକ ରହିଛି ଏପରି ସ୍ଥଳେ ଦୁଇଥାକିଆ ରାସ୍ତା କରିବାର ଦ୍ୱାରା କଣ ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ଦୁଇଥାକିଆ ରାସ୍ତା କଲେ ଓଲଟା ଦୁର୍ଘଟଣାର ସଂଖ୍ୟା ବଢିବାର ସମ୍ଭାବନା ରହିଛି l ରାସ୍ତାକୁ ପ୍ରଶସ୍ତ କରିବା ଉଚିତ ହୋଇଛି ହେଲେ ମଝି ମଝିରେ ରାସ୍ତା ନଛାଡି କିମ୍ବା ସର୍ଭିସ ରୋଡ ନଦେଇ ଦୁଇ ଥାକିଆ କରିଦେଲେ ଜନସାଧାରଣ ଅନେକ ସମସ୍ୟାର ସମ୍ବୁଖୀନ ହେବେ l ତେଣୁ ଏହି ନିର୍ମାଣ କାର୍ଯ୍ୟ ଉପରେ ପୁନର୍ବିଚାର କରି ଜନସାଧାରଣ ହିତରେ କାର୍ଯ୍ୟ କରିବାକୁ ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି l ଏହି ରାସ୍ତାକୁ ନେଇ ଜନ ଅସନ୍ତୋଷ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
The post ଯାତ୍ରୀ ସୁବିଧାକୁ ପୂର୍ତ୍ତ ବିଭାଗର ଅଣଦେଖା,ସମସ୍ୟା ବଢିବା ସମ୍ଭାବନା-ସୂର୍ଯ୍ୟ ପାଣିଗ୍ରାହୀ appeared first on Odisha.News.