ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍‌ କରୁଛନ୍ତି? ଖୋଲିଲେ ମୁହଁ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିଚ୍ଛେଦ ସମୟରେ ଚହଲଙ୍କୁ RJ ମହବଶଙ୍କ ସହ ଦେଖାଯିବା ପରେ ‘ପ୍ରତାରଣା’ ଓ ‘ଲିଙ୍କ-ଅପ୍‌’ ନେଇ ଗୁଜବ ଜୋର ଧରିଥିଲା। ଅବଶେଷରେ ଚହଲ ରାଜ ଶମାନୀଙ୍କ ସହ ଆଲୋଚନାରେ ଏହା ଉପରେ ମୌନ ଭାଙ୍ଗିଛନ୍ତି। ଚହଲ କହିଛନ୍ତି, କପିଲ ଶର୍ମାଙ୍କ ସୋ’ରେ ସୁଟିଂ ପରେ ସେ ଦୁଇ ବନ୍ଧୁଙ୍କ ସହ ମହବଶଙ୍କୁ ନେଇ ଫଟୋଗ୍ରାଫ ହୋଇଥିଲେ, ଯଦିଓ ସେ […] The post ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍‌ କରୁଛନ୍ତି? ଖୋଲିଲେ ମୁହଁ appeared first on Dharitri Odia News.

ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍‌ କରୁଛନ୍ତି? ଖୋଲିଲେ ମୁହଁ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିଚ୍ଛେଦ ସମୟରେ ଚହଲଙ୍କୁ RJ ମହବଶଙ୍କ ସହ ଦେଖାଯିବା ପରେ ‘ପ୍ରତାରଣା’ ଓ ‘ଲିଙ୍କ-ଅପ୍‌’ ନେଇ ଗୁଜବ ଜୋର ଧରିଥିଲା। ଅବଶେଷରେ ଚହଲ ରାଜ ଶମାନୀଙ୍କ ସହ ଆଲୋଚନାରେ ଏହା ଉପରେ ମୌନ ଭାଙ୍ଗିଛନ୍ତି।

ଚହଲ କହିଛନ୍ତି, କପିଲ ଶର୍ମାଙ୍କ ସୋ’ରେ ସୁଟିଂ ପରେ ସେ ଦୁଇ ବନ୍ଧୁଙ୍କ ସହ ମହବଶଙ୍କୁ ନେଇ ଫଟୋଗ୍ରାଫ ହୋଇଥିଲେ, ଯଦିଓ ସେ ପାପାରାଜିଙ୍କୁ ଫଟୋ ନ ଉଠାଇବାକୁ ଅନୁରୋଧ କରିଥିଲେ। କେବଳ ମହବଶଙ୍କୁ ହାଇଲାଇଟ କରି ‘ଲିଙ୍କ-ଅପ୍‌’ ଗୁଜବ ରଚାଯାଇଥିଲା, ଯାହା ଭୁଲ୍‌ ବୋଲି ସେ କହିଛନ୍ତି। ଡେଟିଂ ପ୍ରଶ୍ନରେ ସେ କହିଛନ୍ତି, “ମୁଁ କାହାକୁ ଡେଟ୍‌ କରୁନାହିଁ, ଲୋକେ ଯାହା ଭାବନ୍ତୁ ଭାବୁନ୍ତୁ।”

ସେ ଆହୁରି କହିଛନ୍ତି, ପୁଣି ପ୍ରେମରେ ପଡ଼ିବାକୁ ଭୟ ନାହିଁ, କିନ୍ତୁ ପ୍ରିୟଜନଙ୍କୁ ହରାଇବା ଓ ଏକାକୀତାର ଭୟ ରହିଛି। ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର ୨୦୨୫ ମାର୍ଚ୍ଚ ୨୦ରେ ହୋଇଥିଲା।

The post ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍‌ କରୁଛନ୍ତି? ଖୋଲିଲେ ମୁହଁ appeared first on Dharitri Odia News.