ଯୁଦ୍ଧ ଭୂମି ଛାଡ଼ି ବାର୍‌, କ୍ଲବ୍‌ରେ ସମୟ ବିତାଉଛନ୍ତି ୟୁକ୍ରେନୀୟ ଯୁବକ, ରେଡ୍‌ ମାରି ଧରୁଛି ସେନା

ନୂଆଦିଲ୍ଲୀ: ଦିନକୁ ଦିନ ୟୁକ୍ରେନ ଓ ଋଷ ତିକ୍ତତା ବଢିବାରେ ଲାଗିଛି। ଗୋଟିଏ ପଟେ ଲଢ଼େଇ ଚାଲୁଥିବା ବେଳେ ଏବେ ୟୁକ୍ରେନକୁ ଘାରିଲାଣି ସେନା ଅଭାବର ଚିନ୍ତା। ରେସ୍ତୋରାଁ, ବିବାହ ମଣ୍ଡପରେ ଚଢଉ କରୁଛନ୍ତି ୟୁକ୍ରେନ ସେନା। ଆଉ ଏହା ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁଠୁ ବଡ଼ କଥା ହେଲା ଯୁଦ୍ଧ ଭୟରେ ସୈନ୍ୟମାନେ ଲୁଚି ପଳାଉଛନ୍ତି। କେବଳ ସେତିକି ନୁହେଁ, କିଛି ସୈନ୍ୟ ପ୍ରେମ ପାଇଁ ଚାକିରି ଛାଡି ଦେଉଛନ୍ତି। ସୈନ୍ୟମାନେ ବିବାହ ପରେ ଆଉ ଯୁଦ୍ଧ କେନ୍ଦ୍ରକୁ ଫେରୁ ନାହାନ୍ତି। ଯାହାଫଳରେ କମିବାରେ ଲାଗିଛନ୍ତି ୟୁକ୍ରେନ ସେନା।ସୁରକ୍ଷା ବଳ ନେଇ ଚିନ୍ତାରେ ୟୁକ୍ରେନ। ଏହା ବିରୋଧରେ କଡ଼ା ପଦକ୍ଷେପ ନେଇ ୟୁକ୍ରେନ ସରକାର। ଲୁଚିଥିବା ସେନାଙ୍କୁ ଧରିବା ପାଇଁ ବାର୍, ରେସ୍ତୋରାଁ, ବିବାହ ମଣ୍ଡପ ଏବଂ ବଡ଼ ବଡ଼ ହୋଟେଲରେ ରେଡ୍‌ କରୁଛି ନିଜ ଦେଶର ସେନା।  ରାଜଧାନୀ କିଭରେ ଥିବା ପ୍ରମୁଖ ବାର୍, ନାଇଟ କ୍ଲବ୍, ରେସ୍ତୋରାଁ  ଏବଂ ବିବାହ ମଣ୍ଡପରେ ସେନା ରେଡ୍‌ କରିବାର ଦୃଶ୍ୟ ଭାଇରାଲ ହେଉଛି। ତେବେ ୟୁକ୍ରେନ ସେନାରେ କେତେ ସଂଖ୍ୟାରେ ସୈନ୍ୟ ହ୍ରାସ ପାଇଛନ୍ତି ତାହା ଏହି ଚଢାଉରୁ ଜଣାପଡୁଛି।ସେପଟେ ସୈନ୍ୟ ସଂଖ୍ୟା କମୁଥିବାରୁ ଏହା ଦୃଷ୍ଟିରେ ରଖି ସେନା ନିଯୁକ୍ତି ଓ କାର୍ଯ୍ୟ କଟକଣାକୁ କୋହଳ କରିଛନ୍ତି ସରକାର। ଏଥିସହ ପୂର୍ବରୁ ନିଯୁକ୍ତି ପାଇଁ ବୟସ ସୀମା ୨୭ ଥିବାବେଳେ ଏହାକୁ ୨୫ ବର୍ଷକୁ ହ୍ରାସ କରାଯାଇଛି। ସେହି

ଯୁଦ୍ଧ ଭୂମି ଛାଡ଼ି ବାର୍‌, କ୍ଲବ୍‌ରେ ସମୟ ବିତାଉଛନ୍ତି ୟୁକ୍ରେନୀୟ ଯୁବକ, ରେଡ୍‌ ମାରି ଧରୁଛି ସେନା

ନୂଆଦିଲ୍ଲୀ: ଦିନକୁ ଦିନ ୟୁକ୍ରେନ ଓ ଋଷ ତିକ୍ତତା ବଢିବାରେ ଲାଗିଛି। ଗୋଟିଏ ପଟେ ଲଢ଼େଇ ଚାଲୁଥିବା ବେଳେ ଏବେ ୟୁକ୍ରେନକୁ ଘାରିଲାଣି ସେନା ଅଭାବର ଚିନ୍ତା। ରେସ୍ତୋରାଁ, ବିବାହ ମଣ୍ଡପରେ ଚଢଉ କରୁଛନ୍ତି ୟୁକ୍ରେନ ସେନା। ଆଉ ଏହା ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁଠୁ ବଡ଼ କଥା ହେଲା ଯୁଦ୍ଧ ଭୟରେ ସୈନ୍ୟମାନେ ଲୁଚି ପଳାଉଛନ୍ତି। କେବଳ ସେତିକି ନୁହେଁ, କିଛି ସୈନ୍ୟ ପ୍ରେମ ପାଇଁ ଚାକିରି ଛାଡି ଦେଉଛନ୍ତି। ସୈନ୍ୟମାନେ ବିବାହ ପରେ ଆଉ ଯୁଦ୍ଧ କେନ୍ଦ୍ରକୁ ଫେରୁ ନାହାନ୍ତି। ଯାହାଫଳରେ କମିବାରେ ଲାଗିଛନ୍ତି ୟୁକ୍ରେନ ସେନା।

ସୁରକ୍ଷା ବଳ ନେଇ ଚିନ୍ତାରେ ୟୁକ୍ରେନ। ଏହା ବିରୋଧରେ କଡ଼ା ପଦକ୍ଷେପ ନେଇ ୟୁକ୍ରେନ ସରକାର। ଲୁଚିଥିବା ସେନାଙ୍କୁ ଧରିବା ପାଇଁ ବାର୍, ରେସ୍ତୋରାଁ, ବିବାହ ମଣ୍ଡପ ଏବଂ ବଡ଼ ବଡ଼ ହୋଟେଲରେ ରେଡ୍‌ କରୁଛି ନିଜ ଦେଶର ସେନା।  ରାଜଧାନୀ କିଭରେ ଥିବା ପ୍ରମୁଖ ବାର୍, ନାଇଟ କ୍ଲବ୍, ରେସ୍ତୋରାଁ  ଏବଂ ବିବାହ ମଣ୍ଡପରେ ସେନା ରେଡ୍‌ କରିବାର ଦୃଶ୍ୟ ଭାଇରାଲ ହେଉଛି। ତେବେ ୟୁକ୍ରେନ ସେନାରେ କେତେ ସଂଖ୍ୟାରେ ସୈନ୍ୟ ହ୍ରାସ ପାଇଛନ୍ତି ତାହା ଏହି ଚଢାଉରୁ ଜଣାପଡୁଛି।

ସେପଟେ ସୈନ୍ୟ ସଂଖ୍ୟା କମୁଥିବାରୁ ଏହା ଦୃଷ୍ଟିରେ ରଖି ସେନା ନିଯୁକ୍ତି ଓ କାର୍ଯ୍ୟ କଟକଣାକୁ କୋହଳ କରିଛନ୍ତି ସରକାର। ଏଥିସହ ପୂର୍ବରୁ ନିଯୁକ୍ତି ପାଇଁ ବୟସ ସୀମା ୨୭ ଥିବାବେଳେ ଏହାକୁ ୨୫ ବର୍ଷକୁ ହ୍ରାସ କରାଯାଇଛି। ସେହିପରି ୧୮ରୁ ୬୦ ବର୍ଷର ପୁଅମାନଙ୍କୁ ଦେଶ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

ଯୁଦ୍ଧ ପରେ ସେନାଙ୍କ ଆବଶ୍ୟକତା ହେତୁ ଦେଶର ନାଗରିକଙ୍କୁ ଜବରଦସ୍ତି ଭର୍ତ୍ତି କରାଯାଇଥିଲା। ସୈନ୍ୟଙ୍କ ମୃତ୍ୟୁ ସାଙ୍ଗକୁ ଅନ୍ୟ କିଛି ସୈନ୍ୟ ସେନା ଚାକିରି ଛାଡ଼ି ବାହା ହୋଇ ଘର ସଂସାର କରୁଛନ୍ତି। ସେମାନେ ବିବାହ ମଣ୍ଡପ, ବାର୍ ଏବଂ କ୍ଲବରେ ରହୁଥିବା  ଜଣାପଡ଼ିବା ଚଢଉ କରାଯାଉଛି। ୨୦୨୨ ଫେବ୍ରୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ। ଏହାରି ଭତରେ ୧୦ ହଜାର ୫୮୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇସାରିଛି। ହଜାର ହଜାର ନାଗରିକ ଆହତ ହୋଇଛନ୍ତି।