ଯୁଦ୍ଧବିରାମ ଆଲୋଚନା ଭିତରେ ଇସ୍ରାଏଲ ବନ୍ଧକଙ୍କ ମୃତଦେହ ଠାବ; ଗାଜାରୁ ଆସିଲା ଭୀଷଣ ଯୁଦ୍ଧର ଆଭାସ

ନୂଆଦିଲ୍ଲୀ; ଦକ୍ଷିଣ ଗାଜାରେ ଇସ୍ରାଏଲ୍ ବନ୍ଧକ । ଆଇଡିଏଫ୍ ଉଦ୍ଧାର କଲା ୬ ଡେଡ୍‌ବଡି । ରକ୍ତମୁଖା ଇସ୍ରାଏଲ ସେନା । ଆହୁରି ଭୀଷଣ ହେବ ସିଜ୍ ଫାୟାର । ନେତାନ୍ୟାହୁଙ୍କ ପ୍ରତିକ୍ରିୟା ଭୟଙ୍କର ହେବ ପରିଣାମ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରାମ ଚର୍ଚ୍ଚା ଜାରି ରହଛି  । ସିଜ୍ ଫାୟାର ବନ୍ଦ କରିବାକୁ ଲାଗିପଡ଼ିଛନ୍ତି ମଧ୍ୟସ୍ଥି ଦେଶମାନେ । ହେଲେ ଏହାରି ଭିତରେ ଗାଜାରୁ ଆସିଛି ଭୀଷଣ ଯୁଦ୍ଧର ଭୟଙ୍କର ଆଭାସ । ହମାସ୍ ଦ୍ବାରା ଅପହୃତ ଇସ୍ରାଏଲୀ ବନ୍ଧକଙ୍କ ଶବ ଠାବ ହେବାପରେ ରକ୍ତମୁଖା ହୋଇଛି ଉଠିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଆତଙ୍କବାଦୀଙ୍କ ଔଦ୍ଧତ୍ୟର ପରିଣାମ ଅତି ଭୟଙ୍କର ହେବ ବୋଲି ଚେତାଇ ଦେଇଛି ଆଇଡିଏଫ । ଇସ୍ରାଏଲର ୬ଜଣ ବନ୍ଧକଙ୍କ ହତ୍ୟା କରି ହମାସ୍ ନିଜ ପାଇଁ କବର ଖୋଳିଛି । ଫଳରେ ଆଗକୁ ମଧ୍ୟପ୍ରାଚ୍ୟ ଏକ ବଡ଼ ଯୁଦ୍ଧର ସାକ୍ଷୀ ରହିବ ବୋଲି ଇସ୍ରାଏଲ୍ ସେନା ଅଧିକାରୀ କହିଛନ୍ତି । ମଙ୍ଗଳବାର ଦକ୍ଷିଣ ଗାଜାରେ ଅପରେସନ ‘ହମାସ୍ ମୂଳପୋଛ’ ଆରମ୍ଭ କରିଥିଲା ଇସ୍ରାଏଲ ସେନା । ଏହି ଅଭିଯାନ ବିଲମ୍ବିତ ରାତି ପର୍ଯ୍ୟନ୍ତ ଚାଳିଥିଲା । ହସ୍ପିଟାଲଠାରୁ ଆଶ୍ରୟସ୍ଥଳୀ ସବୁ ସ୍ଥାନରେ ତନ ତନ କରି ଛାନବିନ୍ କରିଥିଲା ଆଇଡିଏଫ୍ । ହେଲେ ଏହି ‘ଆତଙ୍କୀ ଶେଷ’ ଅଭିଯାନରେ ହମସା ବଦଳରେ ସେନାକୁ ମିଳିଥିଲା ବନ୍ଧକଙ୍କ ଶବ । ଗାଜାରୁ ଉଦ୍ଧାର ହୋଇଛି ୬ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କ ମୃତଦେହ । ମୃତକଙ୍କ ପରିଚୟ ମିଳିଥିଲେ ମଧ୍ୟ

ଯୁଦ୍ଧବିରାମ ଆଲୋଚନା ଭିତରେ ଇସ୍ରାଏଲ ବନ୍ଧକଙ୍କ ମୃତଦେହ ଠାବ; ଗାଜାରୁ ଆସିଲା ଭୀଷଣ ଯୁଦ୍ଧର ଆଭାସ

ନୂଆଦିଲ୍ଲୀ; ଦକ୍ଷିଣ ଗାଜାରେ ଇସ୍ରାଏଲ୍ ବନ୍ଧକ । ଆଇଡିଏଫ୍ ଉଦ୍ଧାର କଲା ୬ ଡେଡ୍‌ବଡି । ରକ୍ତମୁଖା ଇସ୍ରାଏଲ ସେନା । ଆହୁରି ଭୀଷଣ ହେବ ସିଜ୍ ଫାୟାର । ନେତାନ୍ୟାହୁଙ୍କ ପ୍ରତିକ୍ରିୟା ଭୟଙ୍କର ହେବ ପରିଣାମ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରାମ ଚର୍ଚ୍ଚା ଜାରି ରହଛି  । ସିଜ୍ ଫାୟାର ବନ୍ଦ କରିବାକୁ ଲାଗିପଡ଼ିଛନ୍ତି ମଧ୍ୟସ୍ଥି ଦେଶମାନେ । ହେଲେ ଏହାରି ଭିତରେ ଗାଜାରୁ ଆସିଛି ଭୀଷଣ ଯୁଦ୍ଧର ଭୟଙ୍କର ଆଭାସ । ହମାସ୍ ଦ୍ବାରା ଅପହୃତ ଇସ୍ରାଏଲୀ ବନ୍ଧକଙ୍କ ଶବ ଠାବ ହେବାପରେ ରକ୍ତମୁଖା ହୋଇଛି ଉଠିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଆତଙ୍କବାଦୀଙ୍କ ଔଦ୍ଧତ୍ୟର ପରିଣାମ ଅତି ଭୟଙ୍କର ହେବ ବୋଲି ଚେତାଇ ଦେଇଛି ଆଇଡିଏଫ । ଇସ୍ରାଏଲର ୬ଜଣ ବନ୍ଧକଙ୍କ ହତ୍ୟା କରି ହମାସ୍ ନିଜ ପାଇଁ କବର ଖୋଳିଛି । ଫଳରେ ଆଗକୁ ମଧ୍ୟପ୍ରାଚ୍ୟ ଏକ ବଡ଼ ଯୁଦ୍ଧର ସାକ୍ଷୀ ରହିବ ବୋଲି ଇସ୍ରାଏଲ୍ ସେନା ଅଧିକାରୀ କହିଛନ୍ତି । 

ମଙ୍ଗଳବାର ଦକ୍ଷିଣ ଗାଜାରେ ଅପରେସନ ‘ହମାସ୍ ମୂଳପୋଛ’ ଆରମ୍ଭ କରିଥିଲା ଇସ୍ରାଏଲ ସେନା । ଏହି ଅଭିଯାନ ବିଲମ୍ବିତ ରାତି ପର୍ଯ୍ୟନ୍ତ ଚାଳିଥିଲା । ହସ୍ପିଟାଲଠାରୁ ଆଶ୍ରୟସ୍ଥଳୀ ସବୁ ସ୍ଥାନରେ ତନ ତନ କରି ଛାନବିନ୍ କରିଥିଲା ଆଇଡିଏଫ୍ । ହେଲେ ଏହି ‘ଆତଙ୍କୀ ଶେଷ’ ଅଭିଯାନରେ ହମସା ବଦଳରେ ସେନାକୁ ମିଳିଥିଲା ବନ୍ଧକଙ୍କ ଶବ । ଗାଜାରୁ ଉଦ୍ଧାର ହୋଇଛି ୬ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କ ମୃତଦେହ । ମୃତକଙ୍କ ପରିଚୟ ମିଳିଥିଲେ ମଧ୍ୟ ଏମାନଙ୍କୁ କିଏ, କିପରି ଏବଂ କେବେ ହତ୍ୟା କରିଛି, ଏହାର କୌଣସି ସୂଚନା  ଦିଆଯାଇନାହିଁ । ହେଲେ ଏହାକୁ ନେଇ ତେଲଆଭିବୀରେ କମ୍ପନ ସୃଷ୍ଟି ହୋଇଛି । ଚିହିଁକି ଉଠିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ହମାସ ଆତଙ୍କୀ ସଂଗଠନର ସବୁ ପାପର କଡ଼ା ଗଣ୍ଡା କରି ହିସାବ ଦିଆଯିବ ବୋଲି ନେତାନ୍ୟାହୁ କହିଛନ୍ତି ।

ଅସ୍ତ୍ରବିରତି ଚର୍ଚ୍ଚା ସମୟରେ ମହାଯୁଦ୍ଧର ସଙ୍କେତ । ବନ୍ଦୀଙ୍କୁ ମୁକ୍ତ କରିବା ଆଲୋଚନା ବେଳେ ବନ୍ଧକଙ୍କୁ ହତ୍ୟା । ଇସ୍ରାଏଲ-ହମାସ ଯୁଦ୍ଧରେ ବ୍ରେକ୍ ଲଗାଇବାକୁ ମଧ୍ୟପ୍ରାଚ୍ୟରେ ଜାରି ରହିଛି ଆଲୋଚନା । ଇଜିପ୍ଟରେ ଆମେରିକା ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ ପାଇଁ ଅନ୍ତିମ ପ୍ରୟାସ ଚଳାଇଛି । ଏଥିରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ ଯୋଜନା ଚାଲିଥିବା ବେଳେ ଏପଟେ ଦକ୍ଷିଣ ଗାଜାରୁ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ଠାବ ଘଟଣା ସବୁ ଉଦ୍ୟମରେ ଫସର ଫାଟିଛି ।

୨୦୨୩ ଅକ୍ଟୋବର ମାସରୁ ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ସୀମାନ୍ତରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ୧୨ଶହରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୫୦ ଇସ୍ରାଏଲୀଙ୍କୁ ବନ୍ଦୀ କରିନେଇଥିଲା । ସେବେ ଠାରୁ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ପ୍ରାୟ ୧୦ମାସ ହେଲା ଗାଜାରେ ନରସଂହାର ଜାରି ରଖିଛି ଇସ୍ରାଏଲ ସେନା । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୦ ହଜାର ଫିଲିସ୍ତାନୀ ପ୍ରାଣ ହରାଇଥିବା ବେଳେ ୯୦ ହଜାର ଆହତ ହୋଇଛନ୍ତି । ସେପଟେ ଏବେବି ୧୧୦ଜଣ ଇସ୍ରାଏଲୀ ପଣବନ୍ଦୀ ହମାସ କବଳରେ ରହିଛନ୍ତି ।