Video Viral: ଦ୍ୱିତୀୟ ବିବାହ କରୁଥିବା ସମୟରେ ପହଞ୍ଚିଗଲେ ଦ୍ୱିତୀୟ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା…
ଉତ୍ତର ପ୍ରଦେଶର ଝାନ୍ସୀର ସଦର ବଜାର ଥାନା ଅଞ୍ଚଳର ଭଟ୍ଟାଗାଓଁରେ ଏକ ବିବାହକୁ ନେଇ ବହୁତ ଆଲୋଚନା ହେଉଛି। ଯେଉଁଠାରେ ଜଣେ ସ୍ବାମୀ ଦ୍ୱିତୀୟ ବିବାହ କରୁଥିବା ସମୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆସି ପହଞ୍ଚିଗଲେ। ଆଉ ତାଙ୍କୁ ପ୍ରବଳ ପିଟିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ମଧ୍ୟ କୁହାଯାଉଛି ଯେ ସ୍ବାମୀ ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେଇଛନ୍ତି। ପ୍ରଥମ ସ୍ତ୍ରୀ ବିବାହ ଉତ୍ସବରେ ଯାଇ ତାଙ୍କ ସ୍ବାମୀଙ୍କୁ ମାଡ଼ […] The post Video Viral: ଦ୍ୱିତୀୟ ବିବାହ କରୁଥିବା ସମୟରେ ପହଞ୍ଚିଗଲେ ଦ୍ୱିତୀୟ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା… appeared first on Dharitri Odia News.
ଉତ୍ତର ପ୍ରଦେଶର ଝାନ୍ସୀର ସଦର ବଜାର ଥାନା ଅଞ୍ଚଳର ଭଟ୍ଟାଗାଓଁରେ ଏକ ବିବାହକୁ ନେଇ ବହୁତ ଆଲୋଚନା ହେଉଛି। ଯେଉଁଠାରେ ଜଣେ ସ୍ବାମୀ ଦ୍ୱିତୀୟ ବିବାହ କରୁଥିବା ସମୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆସି ପହଞ୍ଚିଗଲେ। ଆଉ ତାଙ୍କୁ ପ୍ରବଳ ପିଟିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହା ମଧ୍ୟ କୁହାଯାଉଛି ଯେ ସ୍ବାମୀ ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେଇଛନ୍ତି। ପ୍ରଥମ ସ୍ତ୍ରୀ ବିବାହ ଉତ୍ସବରେ ଯାଇ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିବା ଏବଂ ଦୁର୍ବ୍ୟବହାର କରିବାର ଅଭିଯୋଗ ହୋଇଛି। ଏହି ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ଏବଂ ପ୍ରଥମ ସ୍ତ୍ରୀଙ୍କୁ ଥାନାକୁ ନେଇଥିଲା। ଏହି ଘଟଣା ପରେ ବିବାହରେ ବହୁତ ସମୟ ପର୍ଯ୍ୟନ୍ତ ଗଣ୍ଡଗୋଳ ଏବଂ ହଙ୍ଗାମା ଲାଗି ରହିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆ ’X’ ରେ @AsianNewsUP ନାମକ ଏକ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି।
କୁହାଯାଏ ଯେ, ବିବାହ ମଣ୍ଡପରେ ମାଳା ବଦଳ ହେଉଥିବା ସମୟରେ ପ୍ରଥମ ସ୍ତ୍ରୀ ସେଠାରେ ପହଞ୍ଚି ସ୍ବାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପିଟିବା ଆରମ୍ଭ କରିଦେଲେ। ଏହା ପରେ ଉତ୍ତେଜନା ବୃଦ୍ଧି ପାଇବା ଦେଖି ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ପୋଲିସ ଷ୍ଟେଶନକୁ ନିଆଯାଇଥିଲା। ସେଠାରେ ବର ପୋଲିସକୁ ଛାଡପତ୍ର କାଗଜପତ୍ର ଦେଖାଇଥିଲେ। ଏହା ପରେ ପୋଲିସ ବରକୁ ପୁଣି ଥରେ ବିବାହ କରିବାକୁ ଅନୁମତି ଦେଇଥିଲା।
ସୂଚନା ଅନୁଯାୟୀ, ହଂସରୀର ବାସିନ୍ଦା ଦିବ୍ୟ ପ୍ରକାଶ ବିକ୍ରମ ୨୦୨୦ରେ କନୌଜର ବାସିନ୍ଦା ସାରିକାଙ୍କୁ ବିବାହ କରିଥିଲେ। ବିବାହର ତିନି ମାସ ପରେ ସାରିକା ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ତାଙ୍କ ଘରକୁ ପଳାଇଥିଲେ। ଏହା ପରେ ପ୍ରକାଶ ଅକ୍ଟୋବର ୩ ତାରିଖରେ କୋର୍ଟରେ ଏକ ମାମଲା ଦାୟର କରିଥିଲେ ଏବଂ ୨୦୨୩ରେ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଥିଲେ। ଅନେକ ଥର ନୋଟିସ ପଠାଇବା ସତ୍ତ୍ୱେ, ପ୍ରଥମ ସ୍ତ୍ରୀ କୌଣସି ଉତ୍ତର ଦେଇ ନ ଥିଲେ। ଯାହା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଦିବ୍ୟ ପ୍ରକାଶ ବିଜ୍ଞାପନ ପ୍ରକାଶ କରିଥିଲେ। ଏହା ପରେ ମଧ୍ୟ ସାରିକା ପହଞ୍ଚି ନଥିଲେ ଏବଂ ଏହା ପରେ କୋର୍ଟ ୨୦ ଏପ୍ରିଲ ୨୦୨୪ରେ ଏକ ପକ୍ଷ ନିର୍ଦ୍ଦେଶ ଦେଇ ଛାଡପତ୍ର ଦେଇଥିଲେ।
#Jhansi
झांसी में शादी समारोह में देर रात तक चला हाई वोल्टेज ड्रामाबारात के पहुंचते ही दूल्हे की पहली पत्नी ने काटा बवाल
दूल्हे के साथ पहली पत्नी ने की मारपीट
जयमाला से पहले हुआ हाईवोल्टेज ड्रामा
झांसी के सदर बाजार थाना क्षेत्र अंतर्गत का है पूरा मामला@jhansipolice pic.twitter.com/SvjsuDXcJr
— Asian News UP (@AsianNewsUP) February 3, 2025
The post Video Viral: ଦ୍ୱିତୀୟ ବିବାହ କରୁଥିବା ସମୟରେ ପହଞ୍ଚିଗଲେ ଦ୍ୱିତୀୟ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା… appeared first on Dharitri Odia News.