ଆମେରିକାରେ ଜୋରଦାର୍‌ ଚର୍ଚ୍ଚା; ଏଲନ ମସ୍କ ହେବେ ଆମେରିକାର ନୂଆ ଅର୍ଥମନ୍ତ୍ରୀ !

ନୂଆଦିଲ୍ଲୀ ୩୦।୧୦: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ହୋଇପାରନ୍ତି ଆମେରିକାର ନୂଆ ଅର୍ଥମନ୍ତ୍ରୀ । ବାସ୍ତବରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ବାକି ରହିଛି ଆଉ ଗୋଟିଏ ସପ୍ତାହ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପକୁ ଜୋରଦାର ସମର୍ଥନ ଦେଉଛନ୍ତି ମସ୍କ । ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ୨୦୨୫ ଫେବ୍ରୁଆରିରେ ମସ୍କଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ କରିବେ । ଏନେଇ ଆମେରିକାରେ ହେଉଛି ଜୋରଦାର ଚର୍ଚ୍ଚା । ନିକଟରେ ନ୍ୟୁୟର୍କର ଏକ ନିର୍ବାଚନ ରାଲିରେ ଏଲନ ମସ୍କ ଆମେରିକାରେ ବଢ଼ୁଥିବା ଋଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଦେଶର ଅର୍ଥ ବର୍ବାଦ ହେଉଥିବାରୁ ଏଥିରେ ଅନ୍ତତଃ ପକ୍ଷେ ୨ ଲକ୍ଷ କୋଟି ଡଲାର ବଞ୍ଚାଇ ପାରିବି ବୋଲି କହିଥିଲେ ମସ୍କ । ଆମେରିକାର ଋଣ ଏବେ ୩୫.୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇଛି । ଏହି ସମୟରେ ତାଙ୍କର ଏଭଳି ଏକ ବୟାନକୁ ନେଇ ଜୋରଦାର ଚର୍ଚ୍ଚା । ଆମେରିକା ସରକାର ବର୍ଷକୁ ୧ ଲକ୍ଷ କୋଟି ଡଲାର ଋଣ ପଇଠ କରିବାରେ ଖର୍ଚ୍ଚ କରୁଛନ୍ତି । ଟିକସରୁ ଆସୁଥିବା ଅର୍ଥ ମଧ୍ୟରୁ ୨୩% କେବଳ ଋଣ ପଇଠ କରିବାରେ ଲଗାଉଛନ୍ତି ।ଏହି ସଙ୍କଟର ତ୍ୱରିତ ସମାଧାନ ଜରୁରି ବୋଲି କହିଛନ୍ତି ମସ୍କ । ମସ୍କଙ୍କର ଏଭଳି ଆଭିମୁଖ୍ୟ ଦେଖି ସେ ଆମେରିକାର ଅର୍ଥମନ୍ତ୍ରୀ ହେବା ରେସ୍‌ରେ ଅଛନ୍ତି ବୋଲି ଅନେକେ କହୁଛନ୍ତି । ତାଙ୍କୁ ଖର୍ଚ୍ଚ କାଟ କରିବା ଭଳି କାମ ମିଳିପାରେ ବୋଲି ମଧ୍ୟ କୁହାଯାଉଛି । ତେବ

ଆମେରିକାରେ ଜୋରଦାର୍‌ ଚର୍ଚ୍ଚା; ଏଲନ ମସ୍କ ହେବେ ଆମେରିକାର ନୂଆ ଅର୍ଥମନ୍ତ୍ରୀ !

ନୂଆଦିଲ୍ଲୀ ୩୦।୧୦: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ହୋଇପାରନ୍ତି ଆମେରିକାର ନୂଆ ଅର୍ଥମନ୍ତ୍ରୀ । ବାସ୍ତବରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ବାକି ରହିଛି ଆଉ ଗୋଟିଏ ସପ୍ତାହ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପକୁ ଜୋରଦାର ସମର୍ଥନ ଦେଉଛନ୍ତି ମସ୍କ । ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ୨୦୨୫ ଫେବ୍ରୁଆରିରେ ମସ୍କଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ କରିବେ । ଏନେଇ ଆମେରିକାରେ ହେଉଛି ଜୋରଦାର ଚର୍ଚ୍ଚା । 

ନିକଟରେ ନ୍ୟୁୟର୍କର ଏକ ନିର୍ବାଚନ ରାଲିରେ ଏଲନ ମସ୍କ ଆମେରିକାରେ ବଢ଼ୁଥିବା ଋଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଦେଶର ଅର୍ଥ ବର୍ବାଦ ହେଉଥିବାରୁ ଏଥିରେ ଅନ୍ତତଃ ପକ୍ଷେ ୨ ଲକ୍ଷ କୋଟି ଡଲାର ବଞ୍ଚାଇ ପାରିବି ବୋଲି କହିଥିଲେ ମସ୍କ । ଆମେରିକାର ଋଣ ଏବେ ୩୫.୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇଛି । ଏହି ସମୟରେ ତାଙ୍କର ଏଭଳି ଏକ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ।

 ଆମେରିକା ସରକାର ବର୍ଷକୁ ୧ ଲକ୍ଷ କୋଟି ଡଲାର ଋଣ ପଇଠ କରିବାରେ ଖର୍ଚ୍ଚ କରୁଛନ୍ତି । ଟିକସରୁ ଆସୁଥିବା ଅର୍ଥ ମଧ୍ୟରୁ ୨୩% କେବଳ ଋଣ ପଇଠ କରିବାରେ ଲଗାଉଛନ୍ତି ।ଏହି ସଙ୍କଟର ତ୍ୱରିତ ସମାଧାନ ଜରୁରି ବୋଲି କହିଛନ୍ତି ମସ୍କ । ମସ୍କଙ୍କର ଏଭଳି ଆଭିମୁଖ୍ୟ ଦେଖି ସେ ଆମେରିକାର ଅର୍ଥମନ୍ତ୍ରୀ ହେବା ରେସ୍‌ରେ ଅଛନ୍ତି ବୋଲି ଅନେକେ କହୁଛନ୍ତି । 

ତାଙ୍କୁ ଖର୍ଚ୍ଚ କାଟ କରିବା ଭଳି କାମ ମିଳିପାରେ ବୋଲି ମଧ୍ୟ କୁହାଯାଉଛି । ତେବେ ସେ ଟେସଲା ଏବଂ ସ୍ପେଶ ଭଳି ଘରୋଇ କମ୍ପାନିର ମାଲିକ ହୋଇଥିବାରୁ ଏହା ତାଙ୍କ କମ୍ପାନି ପ୍ରତି କ୍ଷତିକାରକ ହୋଇପାରେ । କାରଣ ଏହା ସ୍ୱାର୍ଥନିହୀତ ଦ୍ୱନ୍ଦ୍ୱ ହେବ ବୋଲି ମଧ୍ୟ କୁହାଯାଉଛି ।