କାଉଡିଆ ନଦୀରେ ବୁଡି ଯୁବକ ନିଖୋଜ, ଦୀର୍ଘ ସମୟ ଧରି ଭିଡିଓ କଲ୍‌ରେ ହେଉଥିଲେ କଥା

ପାରାଦୀପ ୧।୫: ପାରାଦୀପ କାଉଡିଆ ନଦୀରେ ଅଘଟଣ । ହଠାତ ନଦୀକୁ ଡେଇଁ ପଡିଲେ ଯୁବକ । ଦୀର୍ଘ ସମୟ ଧରି ଭିଡିଓ କଲରେ କଥା ହେଉଥିଲେ ଯୁବକ । ଅଠରବାଙ୍କି କାଉଡିଆ ନଦୀରେ ଘଟିଛି ଏଭଳି ଅଘଟଣ । ପୋଲ ନିକଟରେ ଥିବା ମୋବାଇଲ ଓ ସାର୍ଟକୁ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଯୁବକଙ୍କ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ତେବେ ନିଖୋଜ ଯୁବକଙ୍କ ଘର ସ୍ଥାନୀୟ ଅମ୍ବିକା ସ୍କୁଲ ଗୋପୀନାଥ କଲୋନୀରେ । ଯୁବକ ଜଣଥ ଉଲ୍ଲାସ ଲେଙ୍କାଙ୍କ ପୁଅ ତ୍ରିଲୋଚନ ଲେଙ୍କା ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।You Can Read :ବିଜେଡିର ମିଶ୍ରଣ ପର୍ବ : ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ ୨୦ରୁ ଉର୍ଦ୍ଧ୍ବ

କାଉଡିଆ ନଦୀରେ ବୁଡି ଯୁବକ ନିଖୋଜ, ଦୀର୍ଘ ସମୟ ଧରି ଭିଡିଓ କଲ୍‌ରେ ହେଉଥିଲେ କଥା

ପାରାଦୀପ ୧।୫: ପାରାଦୀପ କାଉଡିଆ ନଦୀରେ ଅଘଟଣ । ହଠାତ ନଦୀକୁ ଡେଇଁ ପଡିଲେ ଯୁବକ । ଦୀର୍ଘ ସମୟ ଧରି ଭିଡିଓ କଲରେ କଥା ହେଉଥିଲେ ଯୁବକ । ଅଠରବାଙ୍କି କାଉଡିଆ ନଦୀରେ ଘଟିଛି ଏଭଳି ଅଘଟଣ । ପୋଲ ନିକଟରେ ଥିବା ମୋବାଇଲ ଓ ସାର୍ଟକୁ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଯୁବକଙ୍କ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l 

ତେବେ ନିଖୋଜ ଯୁବକଙ୍କ ଘର ସ୍ଥାନୀୟ ଅମ୍ବିକା ସ୍କୁଲ ଗୋପୀନାଥ କଲୋନୀରେ । ଯୁବକ ଜଣଥ ଉଲ୍ଲାସ ଲେଙ୍କାଙ୍କ ପୁଅ ତ୍ରିଲୋଚନ ଲେଙ୍କା ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

You Can Read :

ବିଜେଡିର ମିଶ୍ରଣ ପର୍ବ : ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ ୨୦ରୁ ଉର୍ଦ୍ଧ୍ବ