ଯୁଦ୍ଧର ଅଷ୍ଟମ ଦିନ, ଇସ୍ରାଏଲ ବିରୋଧରେ ଇରାନ ସହ ଯୁଦ୍ଧରେ ସାମିଲ ହେଲା ହିଜ୍ବୁଲ୍ଲା
ନୂଆଦିଲ୍ଲୀ ୨୦/୦୬: ତୀବ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ । ଅଷ୍ଟମ ଦିନରେ ଚାଲିଥିବା ଯୁଦ୍ଧ ଏବେ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ସଂଘର୍ଷର ଅଷ୍ଟମ ଦିନରେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ ବଡ଼ ଧରଣର ଆକ୍ରମଣ କରୁଛନ୍ତି । ସମ୍ବାଦ ସରବରାହ ସଂସ୍ଥା ISNA ଅନୁଯାୟୀ, ଇସ୍ରାଏଲ ଗୁରୁବାର ଦିନ ଇରାନ ଉପରେ ରାତାରାତି ଆକ୍ରମଣ କରିଥିଲା । ବିଭିନ୍ନ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି ଏହି ଆଟାକ୍ କରାଯାଇଛି । ତେବେ ଗମ୍ଭୀର ସ୍ଥିତି ମଧ୍ୟରେ ଯୁଦ୍ଧ ମୈଦାନରେ ଏଣ୍ଟ୍ରି କରିଛି ହିଜ୍ବୁଲ୍ଲା । ଜେରୁସାଲେମ ପୋଷ୍ଟ ଅନୁଯାୟୀ, ହିଜ୍ବୁଲ୍ଲାର ଉପନେତା ଶେଖ ନଇମ କାସେମ ଇସ୍ରାଏଲ ଓ ଆମେରିକା ସହିତ ସ୍ଥିତିରେ ଇରାନକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗୁରୁବାର ଦିନ ଏକ ଭାଷଣରେ କାସେମ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ଜାତୀୟ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ବର୍ଣ୍ଣନା କରିଥିଲେ । ସେ ଦାବି କରିଥିଲେ ଯେ ଇରାନ ପ୍ରତି ବିଶ୍ୱବ୍ୟାପୀ ବିରୋଧ ଏହାର ପରମାଣୁ ମହତ୍ତ୍ୱାକାଂକ୍ଷାରୁ ନୁହେଁ ବରଂ 'ବିଶ୍ୱାସ, ଜ୍ଞାନ ଏବଂ ସ୍ୱାଧୀନତା' ଉପରେ ଏହାର ଦୃଷ୍ଟିକୋଣରୁ ସୃଷ୍ଟି ହୋଇଛି । ଯାହା ଦଳିତମାନଙ୍କୁ ସଶକ୍ତ କରିଥାଏ।AP ର ରିପୋର୍ଟ ଅନୁଯାୟୀ, ପ୍ରତିଶୋଧ ସ୍ୱରୂପ, ଇରାନ ମିସାଇଲ୍ ଆଟାକ୍ କରିଥିଲା । ଯାହା ଇସ୍ରାଏଲର ଏକ ମେଡିକାଲ୍ ଭବନ ଉପରେ ପଡ଼ିଥିଲା । ନିକଟବର୍ତ୍ତୀ ଆପାର୍ଟମେଣ୍ଟଗୁଡ଼ିକୁ କ୍ଷତ
ନୂଆଦିଲ୍ଲୀ ୨୦/୦୬: ତୀବ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ । ଅଷ୍ଟମ ଦିନରେ ଚାଲିଥିବା ଯୁଦ୍ଧ ଏବେ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ସଂଘର୍ଷର ଅଷ୍ଟମ ଦିନରେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ ବଡ଼ ଧରଣର ଆକ୍ରମଣ କରୁଛନ୍ତି । ସମ୍ବାଦ ସରବରାହ ସଂସ୍ଥା ISNA ଅନୁଯାୟୀ, ଇସ୍ରାଏଲ ଗୁରୁବାର ଦିନ ଇରାନ ଉପରେ ରାତାରାତି ଆକ୍ରମଣ କରିଥିଲା ।
ବିଭିନ୍ନ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି ଏହି ଆଟାକ୍ କରାଯାଇଛି । ତେବେ ଗମ୍ଭୀର ସ୍ଥିତି ମଧ୍ୟରେ ଯୁଦ୍ଧ ମୈଦାନରେ ଏଣ୍ଟ୍ରି କରିଛି ହିଜ୍ବୁଲ୍ଲା । ଜେରୁସାଲେମ ପୋଷ୍ଟ ଅନୁଯାୟୀ, ହିଜ୍ବୁଲ୍ଲାର ଉପନେତା ଶେଖ ନଇମ କାସେମ ଇସ୍ରାଏଲ ଓ ଆମେରିକା ସହିତ ସ୍ଥିତିରେ ଇରାନକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଗୁରୁବାର ଦିନ ଏକ ଭାଷଣରେ କାସେମ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ଜାତୀୟ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ବର୍ଣ୍ଣନା କରିଥିଲେ । ସେ ଦାବି କରିଥିଲେ ଯେ ଇରାନ ପ୍ରତି ବିଶ୍ୱବ୍ୟାପୀ ବିରୋଧ ଏହାର ପରମାଣୁ ମହତ୍ତ୍ୱାକାଂକ୍ଷାରୁ ନୁହେଁ ବରଂ 'ବିଶ୍ୱାସ, ଜ୍ଞାନ ଏବଂ ସ୍ୱାଧୀନତା' ଉପରେ ଏହାର ଦୃଷ୍ଟିକୋଣରୁ ସୃଷ୍ଟି ହୋଇଛି । ଯାହା ଦଳିତମାନଙ୍କୁ ସଶକ୍ତ କରିଥାଏ।
AP ର ରିପୋର୍ଟ ଅନୁଯାୟୀ, ପ୍ରତିଶୋଧ ସ୍ୱରୂପ, ଇରାନ ମିସାଇଲ୍ ଆଟାକ୍ କରିଥିଲା । ଯାହା ଇସ୍ରାଏଲର ଏକ ମେଡିକାଲ୍ ଭବନ ଉପରେ ପଡ଼ିଥିଲା । ନିକଟବର୍ତ୍ତୀ ଆପାର୍ଟମେଣ୍ଟଗୁଡ଼ିକୁ କ୍ଷତିଗ୍ରସ୍ତ କରିଥିଲା । AFP ର ରିପୋର୍ଟ ଅନୁଯାୟୀ, ଆକ୍ରମଣ ପରେ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ 'ଆଉ ବଞ୍ଚିବାକୁ ଚାନ୍ସ ଦିଆଯିବନି ।