ଯୁଦ୍ଧରେ ପ୍ରମୁଖ ଭୂମିକାରେ ରୁଷ୍ର ଫାଇବର-ଅପ୍ଟିକ୍ ଡ୍ରୋନ୍ , ୟୁକ୍ରେନକୁ ପକାଉଛି ମୁସ୍କିଲରେ
କିଭ୍ / ମସ୍କୋ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ନୂଆ ବିପଦ ସାଜି ଏବେ ସାମ୍ନାକୁ ଆସିଛି ଫାଇଭର-ଅପ୍ଟିକ୍ ଡ୍ରୋନ୍। ଏହି ଡ୍ରୋନ୍ ପୁରୁଣା ୱାୟରଲେସ୍ ମଡେଲରୁ ପୂରା ଅଲଗା, କାରଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ପତଳା ଫାଇବର – ଅପ୍ଟିକ୍ କେବଲର ବ୍ୟବହାର ହୋଇଥାଏ, ଯାହା ରେଡିଓ ସିଗନାଲ ଜେମିଂ ଟେକନିକ୍କୁ ପ୍ରଭାବହୀନ କରି ଦିଏ। ରୁଷ୍ର ଏହି ଜେମ୍-ପ୍ରୁଫ୍ ଡ୍ରୋନ୍ ଯୁଦ୍ଧରେ ପ୍ରମୁଖ ଭୂମିକା ସାଜିଛି ଏବଂ ୟୁକ୍ରେନ ସେନା ଏଗୁଡ଼ିକୁ କାଉଣ୍ଟର କରିବାରେ ଲଗାତାର ବିଫଳ ହେଉଛନ୍ତି। ଦ ୱାଶିଂଟନ ପୋଷ୍ଟ ମୁତାବିକ , ୟୁକ୍ରେନୀ ସୈନିକ ଏହି ଡ୍ରୋନ୍କୁ ନେଇ ବର୍ତ୍ତମାନ ସୁଦ୍ଧା ଅବଗତ ଥିଲେ , ଯାହାକି ତାଙ୍କର ବାହନ ଗୁଡ଼ିକୁ ପିଛା କରୁଥିଲା ଏବଂ ଝରକା-କବାଟ ଦେଇ ଘରେ ପଶି ଯାଉ ଥିଲା, କିନ୍ତୁ ଅନ୍ୟପଟେ ଏମିତି ଡ୍ରୋନ୍କୁ ନେଇ ମୁସ୍କିଲରେ ପଡ଼ି ଯାଇଛନ୍ତି ୟୁକ୍ରେନୀ ସୈନିକ , ଏହି ଡ୍ରୋନ୍କୁ ରୋକିବାରେ ବିଫଳ ହୋଇଛନ୍ତି। ଏହି ନୂଆ ଡ୍ରୋନ୍ କେବଳ ରେଡିଓ ସିଗନାଲ ଉପରେ ନିର୍ଭର କରେ ନାହିଁ ,ଏହା ଅପେଟରଙ୍କର ଠାରୁ ଡ୍ରୋନ୍ ଯାଏ ସିଧା ନିୟନ୍ତ୍ରିତ କରିଥାଏ।ସୂଚନା ଅନୁସାରେ, ରୁଷ୍ ଗତ କିଛି ମାସରୁ ଏହି ଡ୍ରୋନ୍ର ସଂଖ୍ୟାରେ ଖୁବ୍ ବୃଦ୍ଧି କରିଛି। ଏହି ଡ୍ରୋନ୍ ୧୨ ମାଇଲ୍ ଯାଏ ଦୂରତାରେ ଥିବା ଲକ୍ଷ୍ୟଭେଦୀ କରି ପାରେ ଏବଂ ଦୀର୍ଘ ବ୍ୟାଟେରୀ ଲାଇଫ୍ ତଥା ଭଲ ଟାର୍ଗେଟ୍ର ବିଶେଷତ୍ୱ ରଖିଥାଏ। ବି
କିଭ୍ / ମସ୍କୋ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ନୂଆ ବିପଦ ସାଜି ଏବେ ସାମ୍ନାକୁ ଆସିଛି ଫାଇଭର-ଅପ୍ଟିକ୍ ଡ୍ରୋନ୍। ଏହି ଡ୍ରୋନ୍ ପୁରୁଣା ୱାୟରଲେସ୍ ମଡେଲରୁ ପୂରା ଅଲଗା, କାରଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ପତଳା ଫାଇବର – ଅପ୍ଟିକ୍ କେବଲର ବ୍ୟବହାର ହୋଇଥାଏ, ଯାହା ରେଡିଓ ସିଗନାଲ ଜେମିଂ ଟେକନିକ୍କୁ ପ୍ରଭାବହୀନ କରି ଦିଏ। ରୁଷ୍ର ଏହି ଜେମ୍-ପ୍ରୁଫ୍ ଡ୍ରୋନ୍ ଯୁଦ୍ଧରେ ପ୍ରମୁଖ ଭୂମିକା ସାଜିଛି ଏବଂ ୟୁକ୍ରେନ ସେନା ଏଗୁଡ଼ିକୁ କାଉଣ୍ଟର କରିବାରେ ଲଗାତାର ବିଫଳ ହେଉଛନ୍ତି।
ଦ ୱାଶିଂଟନ ପୋଷ୍ଟ ମୁତାବିକ , ୟୁକ୍ରେନୀ ସୈନିକ ଏହି ଡ୍ରୋନ୍କୁ ନେଇ ବର୍ତ୍ତମାନ ସୁଦ୍ଧା ଅବଗତ ଥିଲେ , ଯାହାକି ତାଙ୍କର ବାହନ ଗୁଡ଼ିକୁ ପିଛା କରୁଥିଲା ଏବଂ ଝରକା-କବାଟ ଦେଇ ଘରେ ପଶି ଯାଉ ଥିଲା, କିନ୍ତୁ ଅନ୍ୟପଟେ ଏମିତି ଡ୍ରୋନ୍କୁ ନେଇ ମୁସ୍କିଲରେ ପଡ଼ି ଯାଇଛନ୍ତି ୟୁକ୍ରେନୀ ସୈନିକ , ଏହି ଡ୍ରୋନ୍କୁ ରୋକିବାରେ ବିଫଳ ହୋଇଛନ୍ତି। ଏହି ନୂଆ ଡ୍ରୋନ୍ କେବଳ ରେଡିଓ ସିଗନାଲ ଉପରେ ନିର୍ଭର କରେ ନାହିଁ ,ଏହା ଅପେଟରଙ୍କର ଠାରୁ ଡ୍ରୋନ୍ ଯାଏ ସିଧା ନିୟନ୍ତ୍ରିତ କରିଥାଏ।
ସୂଚନା ଅନୁସାରେ, ରୁଷ୍ ଗତ କିଛି ମାସରୁ ଏହି ଡ୍ରୋନ୍ର ସଂଖ୍ୟାରେ ଖୁବ୍ ବୃଦ୍ଧି କରିଛି। ଏହି ଡ୍ରୋନ୍ ୧୨ ମାଇଲ୍ ଯାଏ ଦୂରତାରେ ଥିବା ଲକ୍ଷ୍ୟଭେଦୀ କରି ପାରେ ଏବଂ ଦୀର୍ଘ ବ୍ୟାଟେରୀ ଲାଇଫ୍ ତଥା ଭଲ ଟାର୍ଗେଟ୍ର ବିଶେଷତ୍ୱ ରଖିଥାଏ। ବିଶେଷକରି ରୁଷ୍ର ପଶ୍ଚିମୀ କୁର୍ସ୍କ ଅଞ୍ଚଳରେ ଏହି ଡ୍ରୋନ୍ ୟୁକ୍ରେନୀ ସୈନିକଙ୍କ ପାଇଁ ଲଜିଷ୍ଟିକ୍ ଓ ସେନା ଗତିବିଧିକୁ ଖୁବ୍ ବିପଦପୂର୍ଣ୍ଣ କରି ଦେଇଛି।
ୟୁକ୍ରେନ୍ ମଧ୍ୟ ଏହି ଫାଇବର-ଅପଟିକ୍ ଡ୍ରୋନ୍ର ଉତ୍ପାଦନ ତ କରୁଛି , କିନ୍ତୁ ସଂଖ୍ୟା ଓ ଟେକନିକ୍ରେ ରୁଷ୍ର ତୁଳନାରେ ଏବେ ପଛରେ ଅଛି। ୟୁକ୍ରେନର ଡିଜିଟାଲ ଟ୍ରାନ୍ସଫର୍ମେସନ ମନ୍ତ୍ରୀ ମିଖାଇଲୋ ଫେଡୋରୋଭଙ୍କ ଅନୁସାରେ, ଦେଶର ପାଖାପାଖି ୧୫ ଡ୍ରୋନ୍ ନିର୍ମାତା ଫାଇବର-ଅପ୍ଟିକ୍ ଡ୍ରୋନ୍ରେ କାମ କରୁଛନ୍ତି, ୨୦ଟି କମ୍ପାନୀ କେବଳ ଏହାକୁ ତିଆରି କରିବାରେ ଲାଗିଛନ୍ତି। ସୈନିକମାନେ କହିଛନ୍ତି ଯେ, ଫାଇବର-ଅପ୍ଟିକ୍ ଡ୍ରୋନ ଗୁଡ଼ିକ ପ୍ରାୟତଃ ଲଜିଷ୍ଟିକ୍ ଓ ଡାକ୍ତରୀ ଯୋଗାଳ ପାଇଁ ବ୍ୟବହୃତ ପ୍ରମୁଖ ରାସ୍ତାଗୁଡ଼ିକରୁ ସେମାନଙ୍କୁ ବିଚ୍ଛିନ୍ନ କରି ଦିଏ , ଯାହା ଫଳରେ ଅନେକ ସୈନିକ ବିନା ସାହାଯ୍ୟରେ ଫସି ରହନ୍ତି। ଏହି ଡ୍ରୋନ୍କୁ ରୋକିବାର ଏକମାତ୍ର ଉପାୟ , ସେଗୁଡ଼ିକୁ ଗୁଳି କରି ଖସାଇବା , କାରଣ ସିଗନାଲ୍ ଜାମ୍ କରିବା ସମ୍ଭବ ନୁହେଁ।
ବିଶେଷଜ୍ଞଙ୍କ କହିବାନୁସାରେ , ଏହା ଏକ ନୂଆ ବିପ୍ଲବ , ଯାହା ଯୁଦ୍ଧରେ ଡ୍ରୋନର ଭୂମିକାକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଉଛି। ରୁଷ୍ର ଏହି ପଦକ୍ଷେପରେ ତାର ଯୁଦ୍ଧ କ୍ଷମତାରେ ବୃଦ୍ଧି ହୋଇଛି, ଯେଉଁଥିରେ ୟୁକ୍ରେନ ପାଇଁ ମୁସ୍କିଲ ବଢିଛି।
ୟୁକ୍ରେନୀୟ ଅଧିକାରୀ ଆଶା କରୁଛନ୍ତି ଯେ, ସେ ଖୁବ୍ ଏହି ଟେକନିକ୍ରେ ରୁଷ୍କୁ କଡ଼ା ଟକ୍କର ଦେବେ। ନିଜର ଫାଇବର-ଅପ୍ଟିକ୍ ଡ୍ରୋନ୍କୁ ଖୁବ୍ ଭଲ କରିବେ। ଏହି ନୂଆ ଟେକନିକ୍ର ବ୍ୟବହାର ଓ ମୁକାବିଲା ମଧ୍ୟରେ ଯୁଦ୍ଧର ଦିଗ ଆଗକୁ କେମିତି ବଦଳିବ , ଏହା ଆଗାମୀ ସମୟରେ ଦେଖିବାକୁ ରହିଲା।