ଶିକ୍ଷକଙ୍କଠାରୁ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ ଟିମ୍
ମାଥିଲି: ବକେୟା ଥିବା ଦରମା ଟଙ୍କା କରାଇଦେବାକୁ କହି ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷା ବିଭାଗର କିରାଣି। ଏତିକି ବେଳେ ମାଡ଼ିବସିଲା ଭିଜିଲାନ୍ସ । ଗିରଫ କିରାଣି ଜଣକ ହେଉଛନ୍ତି ମାଥିଲି ବିଇଓ କାର୍ଯ୍ୟାଳୟରେ କାର୍ଯ୍ୟରତ ରବି ପାତ୍ର।ସୂଚନା ଅନୁଯାୟୀ, ମାଥିଲି ବ୍ଳକ୍ ଶିକ୍ଷା ବିଭାଗରେ କାର୍ଯ୍ୟରତ ସୋମନାଥ ବାଙ୍କିଆ ଏକ ପାରିବାରିକ ମକଦ୍ଦମାରେ ଜେଲ ଯାଇଥିଲେ। ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତେବେ ସେହି ସମୟର ଦରମା କରାଇଦେବାକୁ ସୋମନାଥ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। କିନ୍ତୁ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ତାଙ୍କ ଦରମା ମଞ୍ଜୁର କରାଯାଇନଥିଲା ଓଲଟା କାଗଜପତ୍ର କାମ ପାଇଁ ସମସ୍ତଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା।ଆଉ ଏହାକୁ ନେଇ ଶିକ୍ଷକ ଜଣକ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୂଯାୟୀ ଭିଜିଲାନସ ଟିମ୍ ମାଥିଲି ବିଇଓଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ । କିରାଣୀ ରବି ପାତ୍ର ଲାଞ୍ଚ ବାବଦକୁ ଅଗ୍ରୀମ ପାଞ୍ଚ ହଜାର ଟଙ୍କା ନେବାବେଳେ ମାଡ଼ିବସିଥିଲେ ଭିଜିଲାନସ ଟିମ୍ । ତାଙ୍କୁ ଅଧିକ ପଚରାଉଚରା ନିମନ୍ତେ ଜୟପୁର ଭିଜିଲାନସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।
ମାଥିଲି: ବକେୟା ଥିବା ଦରମା ଟଙ୍କା କରାଇଦେବାକୁ କହି ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷା ବିଭାଗର କିରାଣି। ଏତିକି ବେଳେ ମାଡ଼ିବସିଲା ଭିଜିଲାନ୍ସ । ଗିରଫ କିରାଣି ଜଣକ ହେଉଛନ୍ତି ମାଥିଲି ବିଇଓ କାର୍ଯ୍ୟାଳୟରେ କାର୍ଯ୍ୟରତ ରବି ପାତ୍ର।
ସୂଚନା ଅନୁଯାୟୀ, ମାଥିଲି ବ୍ଳକ୍ ଶିକ୍ଷା ବିଭାଗରେ କାର୍ଯ୍ୟରତ ସୋମନାଥ ବାଙ୍କିଆ ଏକ ପାରିବାରିକ ମକଦ୍ଦମାରେ ଜେଲ ଯାଇଥିଲେ। ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତେବେ ସେହି ସମୟର ଦରମା କରାଇଦେବାକୁ ସୋମନାଥ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। କିନ୍ତୁ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ତାଙ୍କ ଦରମା ମଞ୍ଜୁର କରାଯାଇନଥିଲା ଓଲଟା କାଗଜପତ୍ର କାମ ପାଇଁ ସମସ୍ତଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା।
ଆଉ ଏହାକୁ ନେଇ ଶିକ୍ଷକ ଜଣକ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୂଯାୟୀ ଭିଜିଲାନସ ଟିମ୍ ମାଥିଲି ବିଇଓଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ । କିରାଣୀ ରବି ପାତ୍ର ଲାଞ୍ଚ ବାବଦକୁ ଅଗ୍ରୀମ ପାଞ୍ଚ ହଜାର ଟଙ୍କା ନେବାବେଳେ ମାଡ଼ିବସିଥିଲେ ଭିଜିଲାନସ ଟିମ୍ । ତାଙ୍କୁ ଅଧିକ ପଚରାଉଚରା ନିମନ୍ତେ ଜୟପୁର ଭିଜିଲାନସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।