ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା
ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା ପରେ ବାଇକ୍ରୁ ଖସି ପଡ଼ିଥିବା ଜଣେ ଯୁବକଙ୍କ ଉପରେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ପୀରହାଟ ଥାନା ଅଧୀନ ଦୌଲତପୁର ପଞ୍ଚାୟତ ମାଲପୁର ଗ୍ରାମର ଭାଗୀରଥି ଜେନା(୨୫)। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ […] The post ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା appeared first on Dharitri Odia News.
ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା ପରେ ବାଇକ୍ରୁ ଖସି ପଡ଼ିଥିବା ଜଣେ ଯୁବକଙ୍କ ଉପରେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ପୀରହାଟ ଥାନା ଅଧୀନ ଦୌଲତପୁର ପଞ୍ଚାୟତ ମାଲପୁର ଗ୍ରାମର ଭାଗୀରଥି ଜେନା(୨୫)।
ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୀରହାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନା ଅନୁଯାୟୀ, ଭାଗୀରଥି ତାଙ୍କ ଗ୍ରାମର ବିମଳ ଜେନା ନାମକ ଜଣେ ଯୁବକଙ୍କ ସହ ବାଇକ୍ରେ ଯାଉଥିଲେ। ଅନ୍ୟ ଜଣେ ବାଇକ୍ ଆରୋହୀ ନୀଳକଣ୍ଠପୁର ଗ୍ରାମର ବାବାଜୀ ରାଉତଙ୍କ ସହ ଧକ୍କା ହୋଇଥିଲା। ଫଳରେ ଭାଗୀରଥି ବାଇକ୍ରୁ ଖସି କିଛି ଦୂରକୁ ଛିଟିକି ପଡ଼ିଥିଲେ। ସେହି ସମୟରେ ଦ୍ରୁତଗତିରେ ଭଦ୍ରକ ଅଭିମୁଖେ ଯାଉଥିବା ହାଇୱା ତାଙ୍କ ଉପରେ ମାଡ଼ିଯାଇଥିଲା। ଅନ୍ୟ ୨ ଯୁବକ ମଧ୍ୟ ହାଇୱା ସହ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀରହାଟ ଥାନା ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
The post ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା appeared first on Dharitri Odia News.