ଯୁବକଙ୍କୁ ଗାଡ଼ି ମଡ଼ାଇ ବିଭତ୍ସ ହତ୍ୟା ପରେ ପୋଡ଼ିଦେଲା ବୋଲେରୋ ଗାଡ଼ି ସହ ଅଭିଯୁକ୍ତ ଗିରଫ ଆଜି କୋର୍ଟ ଚାଲାଣ
ଝାରସୁଗୁଡା ୯/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କ ଉପରେ ପ୍ରଥମେ ଗାଡ଼ି ମଡ଼ାଇବା ପରେ କାଳେ ବଞ୍ଚିଯିବ ଭାବି ପୁଣି ଏକ ବାଡ଼ିରେ ପିଟି ପିଟି ମାରି ଦେଇଥିଲେ ଏବଂ ଶବକୁ ନେଇ ଏକ ପୋଲ ଭିତରେ ଭର୍ତ୍ତି କରି ନିଆଁ ଲଗାଇ ପୋଡ଼ି ଦେଇଥିଲା । ମୃତକ ଜଣକ ବନହରପାଲି ଥାନା ବାଦିମାଲ ଗ୍ରାମର ରୁପେଶ ପୂଜାରୀ (୫୨) ହୋଇଥିବା ବେଳେ […] The post ଯୁବକଙ୍କୁ ଗାଡ଼ି ମଡ଼ାଇ ବିଭତ୍ସ ହତ୍ୟା ପରେ ପୋଡ଼ିଦେଲା ବୋଲେରୋ ଗାଡ଼ି ସହ ଅଭିଯୁକ୍ତ ଗିରଫ ଆଜି କୋର୍ଟ ଚାଲାଣ appeared first on Odisha.News.

ଝାରସୁଗୁଡା ୯/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କ ଉପରେ ପ୍ରଥମେ ଗାଡ଼ି ମଡ଼ାଇବା ପରେ କାଳେ ବଞ୍ଚିଯିବ ଭାବି ପୁଣି ଏକ ବାଡ଼ିରେ ପିଟି ପିଟି ମାରି ଦେଇଥିଲେ ଏବଂ ଶବକୁ ନେଇ ଏକ ପୋଲ ଭିତରେ ଭର୍ତ୍ତି କରି ନିଆଁ ଲଗାଇ ପୋଡ଼ି ଦେଇଥିଲା । ମୃତକ ଜଣକ ବନହରପାଲି ଥାନା ବାଦିମାଲ ଗ୍ରାମର ରୁପେଶ ପୂଜାରୀ (୫୨) ହୋଇଥିବା ବେଳେ ଅଭିଯୁକ୍ତ ଜଣକ ମଧ୍ୟ ସେହି ଗ୍ରାମର ସୁଶିଲ ରାଉତ (୪୮) । ମୃତ ରୂପେଶର ବାପା ନକୁଳ ପୂଜାରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା ଏବଂ ଅଭିଯୁକ୍ତ ସୁଶୀଳକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନହରପାଲି ଥାନାଧିକାରୀ ରଣଜିତ ନାଏକ ସୂଚନା ଦେଇଛନ୍ତି ।
ପୁଲିସର ତଥ୍ୟ ଅନୁଯାୟୀ ରୁପେଶ ବେଲପାହାଡ଼ ଟିଆରଏଲ୍ କ୍ରୋସାକି କମ୍ପାନୀରେ ଠିକା ଶ୍ରମିକ ଭାବରେ କାମ କରୁଥିଲେ । ଗତ ୫ ତାରିଖ ଶନିବାର ଅପରାହ୍ନ ୨ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସେକେଣ୍ଡ ସିଫ୍ଟ ଡ୍ୟୁଟି ସାରି ରାତି ସାଢ଼େ ଦଶଟାରେ ରୂପେଶ ତାଙ୍କ ସାଇକେଲରେ ଘରକୁ ଫେରୁଥିଲେ । ଠିକ ସେହି ସମୟରେ ତାଙ୍କ ଗ୍ରାମର ସୁଶୀଳ ଓ ଅନ୍ୟ ଯୁବକଙ୍କ ସହ ଏକ ବଲେରୋ ଗାଡ଼ିରେ ବନ୍ଧବାହାଲରୁ ଘରକୁ ଫେରିବା ବେଳେ ଧୁବେନଟିପି ଛକ ନିକଟରେ ରୂପେଶ ସାଇକେଲରେ ଯାଉଥିବା ଦେଖି ସୁଶୀଳ ହଠାତ ତାଙ୍କ ଉପରେ ବୋଲେରୋ ଚଢ଼ାଉ ଦେଇଥିଲେ । ଫଳରେ ରୂପେଶ ସାଇକେଲ ସହ ମୁମୂର୍ଷୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । କିନ୍ତୁ କାଳେ ବଞ୍ଚିଯିବ ବୋଲି ଭାବି ଅଭିଯୁକ୍ତ ସୁଶୀଳ ପୁଣି ଏକ ବାଡ଼ି ସାହାଯ୍ୟରେ ରୂପେଶଙ୍କ ଶରୀର ରୁ ପ୍ରାଣବାୟୁ ଉଡ଼ିଯିବା ପର୍ଯ୍ୟନ୍ତ ପ୍ରହାର କରିଥିଲେ ଏବଂ ପରେ ପ୍ରମାଣ ଓ ପରିଚୟ ନଷ୍ଟ କରିବା ପାଇଁ ମୃତ ରୂପେଶଙ୍କ ଶବକୁ ଏକ ଅଖାରେ ଭର୍ତ୍ତିକରି ନିକଟରେ ଥିବା ଏକ ପୋଲ ଭିତରେ ପୁରେଇ ନିଜ ଗାଡ଼ିରୁ ଡିଜେଲ ବାହାର କରି ସେଥିରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୁକ୍ତ ସୁଶୀଳ ପୁଲିସ ନିକଟରେ ସ୍ୱୀକାର କରିଥିଲା । ହେଲେ ସୁଶୀଳଙ୍କ ସାଥିରେ ଥିବା ଅନ୍ୟ ଯୁବକ ଜଣକ ଏହା ଦେଖି ଭୟରେ ସେ ସ୍ଥାନରୁ ଚାଲି ଯାଇଥିଲେ ଏବଂ ଘଟଣା ସମ୍ପର୍କରେ ଗାଁରେ କହିବାରୁ ପରିବାର ଲୋକେ ଥାନାକୁ ଜଣାଇବା ପରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ବନାହର ପାଲି ଥାନାଧିକାରୀ ରଣଜିତ ନାଏକ, ଲଖନପୁର ଥାନାଧିକାରୀ ବିନୋଦ ରାଓ,କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳାଇଙ୍କ ସହ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ବିଶିପାଲି ଛକରେ ଥିବା ଏକ ସିମେଣ୍ଟ ପୋଲ ଭିତରୁ ମୃତ ରୂପେଶଙ୍କ ଦରପୋଡ଼ା ଶବକୁ ଉଦ୍ଧାର କରି ସରଜମିନ ତଦନ୍ତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।
The post ଯୁବକଙ୍କୁ ଗାଡ଼ି ମଡ଼ାଇ ବିଭତ୍ସ ହତ୍ୟା ପରେ ପୋଡ଼ିଦେଲା ବୋଲେରୋ ଗାଡ଼ି ସହ ଅଭିଯୁକ୍ତ ଗିରଫ ଆଜି କୋର୍ଟ ଚାଲାଣ appeared first on Odisha.News.