ଯୁବତୀ ଅପହରଣ ନେଇ ଥାନାରେ ଅଭିଯୋଗ, ଯୋଡ଼ା ଅଞ୍ଚଳରୁ ଉଦ୍ଧାର 

ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗ୍ରାମର ଶରତ ସ୍ୱାଇଁଙ୍କ ଝିଅଙ୍କୁ ଟିଣା ଗ୍ରାମର ପ୍ରହ୍ଲାଦ ନାୟକଙ୍କ  ପୁଅ ରାକେଶ ଅପହରଣ କରିଥିବା ନେଇ ସଂଘମିତ୍ରାଙ୍କ ମ’ ଆଶାଲତା ସ୍ୱାଇଁ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ଶାସନ୍ଦା ଗ୍ରାମ କିଛି ମହିଳା ଓ ପୁରୁଷ ବିଞ୍ଝାରପୁର ଥାନାକୁ ଆସି ହୋହାଲ୍ଲା କରିବା ସହିତ ପୁଲିସକୁ ଗାଳିଗୁଲଜ କରିଥିଲେ। ତେବେ ଏହି ଘଟଣା ପରେ ବିଞ୍ଝାରପୁର ପୁଲିସ କେନ୍ଦୁଝର […]

ଯୁବତୀ ଅପହରଣ ନେଇ ଥାନାରେ ଅଭିଯୋଗ, ଯୋଡ଼ା ଅଞ୍ଚଳରୁ ଉଦ୍ଧାର 
ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗ୍ରାମର ଶରତ ସ୍ୱାଇଁଙ୍କ ଝିଅଙ୍କୁ ଟିଣା ଗ୍ରାମର ପ୍ରହ୍ଲାଦ ନାୟକଙ୍କ  ପୁଅ ରାକେଶ ଅପହରଣ କରିଥିବା ନେଇ ସଂଘମିତ୍ରାଙ୍କ ମ’ ଆଶାଲତା ସ୍ୱାଇଁ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ଶାସନ୍ଦା ଗ୍ରାମ କିଛି ମହିଳା ଓ ପୁରୁଷ ବିଞ୍ଝାରପୁର ଥାନାକୁ ଆସି ହୋହାଲ୍ଲା କରିବା ସହିତ ପୁଲିସକୁ ଗାଳିଗୁଲଜ କରିଥିଲେ। ତେବେ ଏହି ଘଟଣା ପରେ ବିଞ୍ଝାରପୁର ପୁଲିସ କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରୁ ଶରତ ସ୍ୱାଇଁଙ୍କ ଝିଅଙ୍କୁ ଉଦ୍ଧାର କରିଛି। ଅପହରଣ ଅଭିଯୋଗ ପାଇବା ପରେ ପୁଲିସ ଟିଣା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ତେବେ ପୁଲିସ ଗତକାଲି ରାତିରେ ଯୋଡ଼ା ଅଞ୍ଚଳରୁ ଶରତ ସ୍ୱାଇଁଙ୍କ ଝିଅଙ୍କୁ ଉଦ୍ଧାର ପରେ ଆଜି ଯାଜପୁର ସ୍ଥିତ ସୁଧାର ଗୃହରେ ରଖିଛି ।