ଯୁବତୀ-ମହିଳାଙ୍କୁ ଟାର୍ଗେଟ୍ କରି ଲୁଟୁଥିଲେ ସୁନା ଚେନ୍, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର,୨୭ା୯: ବାଇକ୍ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍ କରି ସୁନା ଚେନ୍ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪ ଜଣଙ୍କୁ ଧରିଛି କମିଶନରେଟ୍ ପୋଲିସ। ଗ୍ୟାଙ୍ଗ୍ ମୁଖ୍ୟଙ୍କ ନାଁରେ ସୁରଟରୁ ନେଇ ପୁରୀ ଚନ୍ଦନପୁରରେ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ଲୁଟେରାମାନେ ବାଇକ୍ରେ ଯୁବତୀ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ଫେରାର ହୋଇଯାଉଥିଲେ। ଚେନ୍ ଲୁଟ୍ ପରେ ବିକ୍ରି ନ କରି ବନ୍ଧା ପକାଇ ଟଙ୍କା […] The post ଯୁବତୀ-ମହିଳାଙ୍କୁ ଟାର୍ଗେଟ୍ କରି ଲୁଟୁଥିଲେ ସୁନା ଚେନ୍, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୨୭ା୯: ବାଇକ୍ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍ କରି ସୁନା ଚେନ୍ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪ ଜଣଙ୍କୁ ଧରିଛି କମିଶନରେଟ୍ ପୋଲିସ। ଗ୍ୟାଙ୍ଗ୍ ମୁଖ୍ୟଙ୍କ ନାଁରେ ସୁରଟରୁ ନେଇ ପୁରୀ ଚନ୍ଦନପୁରରେ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ଲୁଟେରାମାନେ ବାଇକ୍ରେ ଯୁବତୀ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ଫେରାର ହୋଇଯାଉଥିଲେ। ଚେନ୍ ଲୁଟ୍ ପରେ ବିକ୍ରି ନ କରି ବନ୍ଧା ପକାଇ ଟଙ୍କା ଆଣୁଥିଲେ। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ଏମାନଙ୍କ ନିକଟରୁ ୮ଟି ସୁନା ଚେନ୍ ଜବତ ହୋଇଛି। ଏଥିସହିତ କିଛି ମୋବାଇଲ ଏବଂ ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି।
The post ଯୁବତୀ-ମହିଳାଙ୍କୁ ଟାର୍ଗେଟ୍ କରି ଲୁଟୁଥିଲେ ସୁନା ଚେନ୍, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ appeared first on Dharitri Odia News.