ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ପରିବାର ସହ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀ ମନିଷା ବେହେରା କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ସକାଳେ ଘରେ କେହି ନ ଥିବା ସୁଯୋଗ ନେଇ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବରପାଇ ବସଷ୍ଟାଣ୍ଡସ୍ଥିତ ଏକ ଦୋକାନରେ କାମ କରୁଥିବା ତାଙ୍କ ଭାଇ କାଳିଆ ବେହେରା ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରି […] The post ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ appeared first on Dharitri Odia News.

ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ପରିବାର ସହ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀ ମନିଷା ବେହେରା କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ସକାଳେ ଘରେ କେହି ନ ଥିବା ସୁଯୋଗ ନେଇ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଖବରପାଇ ବସଷ୍ଟାଣ୍ଡସ୍ଥିତ ଏକ ଦୋକାନରେ କାମ କରୁଥିବା ତାଙ୍କ ଭାଇ କାଳିଆ ବେହେରା ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କାଳିଆ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ଥାନା ଅପମୃତ୍ୟୁ ମାମଲା ନଂ.୬/୨୫ ଅନୁଯାୟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

The post ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ appeared first on Dharitri Odia News.