ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୮।୧୨: ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ ଲାଗିବାରୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରିପୋର୍ଟ ଅନୁଯାୟୀ ସ୍ଲିପର, ଅନ୍ତଃବସ୍ତ୍ର, ସ୍ୱିମ୍ସୁଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଗଣେଶ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳିଛି, ଯାହାର ଫଟୋ ସବୁ ଏବେ ଭାଇରାଲ୍ ହେଉଛି। ଫଟୋ ଗୁଡ଼ିକ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଇ-କମର୍ସ […] The post ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍ appeared first on Dharitri Odia News.

ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୮।୧୨: ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ ଲାଗିବାରୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରିପୋର୍ଟ ଅନୁଯାୟୀ ସ୍ଲିପର, ଅନ୍ତଃବସ୍ତ୍ର, ସ୍ୱିମ୍ସୁଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଗଣେଶ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳିଛି, ଯାହାର ଫଟୋ ସବୁ ଏବେ ଭାଇରାଲ୍ ହେଉଛି।

ଫଟୋ ଗୁଡ଼ିକ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଇ-କମର୍ସ କମ୍ପାନୀକୁ ସାଂସ୍କୃତିକ ଅଜ୍ଞତା ଏବଂ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ କରିଛନ୍ତି। ୱାଲମାର୍ଟ ଏହି ବିବାଦୀୟ ଆଇଟମଗୁଡିକ ସାଇଟରୁ ହଟାଇବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

ପ୍ରବଳ ବିରୋଧ ପରେ ୱାଲମାର୍ଟ ସ୍ଲିପର, ସକ୍ସ, ଅନ୍ତଃବସ୍ତ୍ର ସମେତ ଅନେକ ଆଇଟମ୍ ସାଇଟରୁ ହଟାଇ ଦେଇଛି କିନ୍ତୁ ଗଣେଶ ପ୍ରିଣ୍ଟ ସ୍ୱିମ୍ସୁଟ୍ ପରି ଅନ୍ୟ କିଛି ଜିନିଷ ଏବେ ମଧ୍ୟ ବିକ୍ରୟ ପାଇଁ ଉପଲବ୍ଧ ରହିଛି।

ତେବେ ଏହା ପ୍ରଥମ ଥର ନୁହେଁ କି ହିନ୍ଦୁ ଦେବା ଦେବୀଙ୍କୁ ଏପରି ଭାବେ ବ୍ୟବହାର କରାଯାଇଛି। ଆଗରୁ ମଧ୍ୟ ଅନେକ ବାର ଏପରି ବିଭିନ୍ନ ଜିନିଷରେ ପ୍ରିଣ୍ଟ କରିବା କାରଣରୁ ବିବାଦ ଦେଖା ଦେଇଛି।

The post ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍ appeared first on Dharitri Odia News.