ଯୁବପିଢିଙ୍କ ଭବିଷ୍ୟତ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ : ବିଜେଡି

ଭୁବନେଶ୍ବର ୨୩।୩: ଯୁବ ସଶକ୍ତିକରଣ ନେଇ ସାମ୍ବାଦିକ ସମ୍ମିଳନୀରେ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଏବଂ ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ  ଯୁବପିଢିଙ୍କ ଭବିଷ୍ୟତ ତିଆରି କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯୁବକ ଓ ଯୁବତୀମାନେ ଓଡିଶାର ଭବିଷ୍ୟତ । ଯୁବକମାନଙ୍କୁ ଯୋଗ୍ୟ, ସମର୍ଥ ଓ ସମ୍ବେଦନଶୀଳ  କରିବା ପାଇଁ ପଦକ୍ଷେପ ନିଆଯାଇଛି । ଯୁବପିଢ଼ି ପାଇଁ ରାଜ୍ୟ ସରକାର ବିଭିନ୍ନ ପଲିସି କରିଛନ୍ତି । ଆଇଟି କ୍ଷେତ୍ରରେ ବହୁ ଆନ୍ତର୍ଜାତିକ କମ୍ପାନୀ ଭୁବନେଶ୍ଵରରେ ଶାଖା ଖୋଲିଛନ୍ତି । ଇନ୍ଫୋସିଟି, ଇନ୍ଫୋଭ୍ୟାଲି ଓ ହବ୍ ପ୍ରସ୍ତୁତ କରାଯାଇଛି । ସାଇନ୍ସ, ଟେକ୍ନୋଲୋଜି ଶିକ୍ଷାର ବିକାଶ ହେଉଛି । ଓଡ଼ିଶା ସରକାର 5-T ରୂପାନ୍ତରଣ ଗୋଟିଏ T ହେଉଛି ଟେକ୍ନୋଲୋଜି । ଶିକ୍ଷା କ୍ଷେତ୍ରରେ ନୂଆ ଓ ଜରିଆରେ ଛାତ୍ର ବୃତ୍ତି ଦିଆଯାଉଛି l ଝିଅମାନଙ୍କୁ ୧୦ ହଜାର ଏବଂ ପୁଅମାନଙ୍କୁ ୯ ହଜାର ଟଙ୍କା ଦିଆଯାଇଛି । ମ୍ୟାଜିକ କାର୍ଡ଼ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା  ଯୁବକ ଯୁବତୀ ମାନେ ନିଜର ବ୍ୟକ୍ତିତ୍ୱ ବିକାଶ କରିପାରିବେ । ୱାର୍ଲଡ ସ୍କିଲ ସେଣ୍ଟର କରାଯାଇଛି । ଏହାଦ୍ୱାରା ଯୁବକ ଯୁବତୀ ମାନଙ୍କୁ ତାଲିମ ଦିଆଯାଉଛି । ୱାର୍ଲଡ ସ୍କିଲ ଏକାଡେମୀ କରାଯାଇଛି ।  ୱାର୍ଲଡ ସ୍କିଲ ସେଣ୍ଟରକୁ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତି ମିଳିଛି । ଯୁବକ-ଯୁବତୀ ମାନଙ୍କ

ଯୁବପିଢିଙ୍କ ଭବିଷ୍ୟତ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ : ବିଜେଡି

ଭୁବନେଶ୍ବର ୨୩୩: ଯୁବ ସଶକ୍ତିକରଣ ନେଇ ସାମ୍ବାଦିକ ସମ୍ମିଳନୀରେ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଏବଂ ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ  ଯୁବପିଢିଙ୍କ ଭବିଷ୍ୟତ ତିଆରି କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯୁବକ ଓ ଯୁବତୀମାନେ ଓଡିଶାର ଭବିଷ୍ୟତ । ଯୁବକମାନଙ୍କୁ ଯୋଗ୍ୟ, ସମର୍ଥ ଓ ସମ୍ବେଦନଶୀଳ  କରିବା ପାଇଁ ପଦକ୍ଷେପ ନିଆଯାଇଛି । ଯୁବପିଢ଼ି ପାଇଁ ରାଜ୍ୟ ସରକାର ବିଭିନ୍ନ ପଲିସି କରିଛନ୍ତି । ଆଇଟି କ୍ଷେତ୍ରରେ ବହୁ ଆନ୍ତର୍ଜାତିକ କମ୍ପାନୀ ଭୁବନେଶ୍ଵରରେ ଶାଖା ଖୋଲିଛନ୍ତି । ଇନ୍ଫୋସିଟି, ଇନ୍ଫୋଭ୍ୟାଲି ଓ ହବ୍ ପ୍ରସ୍ତୁତ କରାଯାଇଛି । ସାଇନ୍ସ, ଟେକ୍ନୋଲୋଜି ଶିକ୍ଷାର ବିକାଶ ହେଉଛି । ଓଡ଼ିଶା ସରକାର 5-T ରୂପାନ୍ତରଣ ଗୋଟିଏ T ହେଉଛି ଟେକ୍ନୋଲୋଜି । 

ଶିକ୍ଷା କ୍ଷେତ୍ରରେ ନୂଆ ଓ ଜରିଆରେ ଛାତ୍ର ବୃତ୍ତି ଦିଆଯାଉଛି l ଝିଅମାନଙ୍କୁ ୧୦ ହଜାର ଏବଂ ପୁଅମାନଙ୍କୁ ୯ ହଜାର ଟଙ୍କା ଦିଆଯାଇଛି । ମ୍ୟାଜିକ କାର୍ଡ଼ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା  ଯୁବକ ଯୁବତୀ ମାନେ ନିଜର ବ୍ୟକ୍ତିତ୍ୱ ବିକାଶ କରିପାରିବେ । ୱାର୍ଲଡ ସ୍କିଲ ସେଣ୍ଟର କରାଯାଇଛି । ଏହାଦ୍ୱାରା ଯୁବକ ଯୁବତୀ ମାନଙ୍କୁ ତାଲିମ ଦିଆଯାଉଛି । ୱାର୍ଲଡ ସ୍କିଲ ଏକାଡେମୀ କରାଯାଇଛି ।  ୱାର୍ଲଡ ସ୍କିଲ ସେଣ୍ଟରକୁ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତି ମିଳିଛି । ଯୁବକ-ଯୁବତୀ ମାନଙ୍କ ପାଇଁ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ବହୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର l ଅଲମ୍ପିକ୍ ପାଇଁ ଓଡିଶାର ଛାତ୍ରଛାତ୍ରୀ ମାନେ କିପରି ଖେଳିବେ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ୬ଟି ଇଣ୍ଟରନ୍ୟାସନାଲ ଫୁଟବଲ ଷ୍ଟାଡଡିୟମ କରାଯାଇଛି । ସ୍ୱତନ୍ତ୍ର ଯୁବ ଉଦ୍ୟାଗୀ ସ୍କିମ କରାଯାଇଛି । ୪୦ ବର୍ଷରୁ କାମ ବୟସ୍କଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଇଛି । ୫୦ ହଜାର ଯୁବକ ଏହି ଯୋଜନାରେ ଋଣ ନେଇଛନ୍ତି । ଯୁବମାନଙ୍କୁ ଆଗକୁ ନେବାକୁ  ସବୁବେଳେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।

You Can Read :

ଶ୍ରୀମନ୍ଦିର ଭିତରେ ପଶିଲେ ମହିଳା ବିଦେଶୀ ପର୍ଯ୍ୟଟକ, ବାଇଶପାହାଚରୁ ଧରିଲେ ସେବାୟତ