ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଆମ୍ବେଡକର
ଆଜି ଅର୍ଥାତ୍ ଏପ୍ରିଲ ୧୪ରେ ସାମାଜିକ ନବୀକରଣର ଅଗ୍ରଦୂତ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ। ଆମ୍ବେଡକର ଭାରତୀୟ ସମ୍ବିଧାନ ପ୍ରଣେତା ଅଟନ୍ତି। ଲୋକେ ଭୀମରାଓ ଆମ୍ବେଡକର ବା ବାବା ସାହେବଙ୍କ ଜନ୍ମ ବାର୍ଷିକୀକୁ ଉତ୍ସାହର ସହିତ ସାରା ଦେଶରେ ପାଳନ କରିଥାନ୍ତି। ୧୯୯୦ରେ ତାଙ୍କୁ ଭରତରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଭାରତରତ୍ନ ପ୍ରାପ୍ତ ଆମ୍ବେଡକରଙ୍କ ଜୀବନ ସଂଘର୍ଷମୟ ଥିଲା। ଆମ୍ବେଡକର ଏକ ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ମୋହୋରେ […] The post ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଆମ୍ବେଡକର appeared first on Dharitri Odia News.
ଆଜି ଅର୍ଥାତ୍ ଏପ୍ରିଲ ୧୪ରେ ସାମାଜିକ ନବୀକରଣର ଅଗ୍ରଦୂତ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ। ଆମ୍ବେଡକର ଭାରତୀୟ ସମ୍ବିଧାନ ପ୍ରଣେତା ଅଟନ୍ତି। ଲୋକେ ଭୀମରାଓ ଆମ୍ବେଡକର ବା ବାବା ସାହେବଙ୍କ ଜନ୍ମ ବାର୍ଷିକୀକୁ ଉତ୍ସାହର ସହିତ ସାରା ଦେଶରେ ପାଳନ କରିଥାନ୍ତି। ୧୯୯୦ରେ ତାଙ୍କୁ ଭରତରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଭାରତରତ୍ନ ପ୍ରାପ୍ତ ଆମ୍ବେଡକରଙ୍କ ଜୀବନ ସଂଘର୍ଷମୟ ଥିଲା।
ଆମ୍ବେଡକର ଏକ ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ମୋହୋରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସାକପାଲ ଏବଂ ମାତାଙ୍କ ନାମ ଭୀମବାଇ ଥିଲା।
ସେ ଦଳିତ ପରିବାରର ହୋଇଥିବାରୁ ତାଙ୍କ ପିଲାଦିନ ଭେଦଭାବରେ ଅତିବାହିତ ହୋଇଥିଲା। ବହୁ କଷ୍ଟ ସ୍ବୀକାର କରି ସେ ଭେଦଭାବର ସମ୍ମୁଖୀନ ହୋଇ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସ୍ବାଧୀନ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଣତ କରିବା ଏବଂ ସମ୍ବିଧାନ ପ୍ରସ୍ତୁତ କରିବାରେ ଏକ ଅଦ୍ଭୁତ ଭୂମିକା ଗ୍ରହଣ କରିଥିଲେ। ପଛୁଆ ଏବଂ ଦଳିତମାନଙ୍କ ଅଧିକାର ପାଇଁ ବାବା ସାହେବ ତାଙ୍କର ପୂରା ଜୀବନ ସଂଗ୍ରାମ କରିଥିଲେ। ଆଜିର ଏହି ସ୍ବତନ୍ତ୍ର ଦିନରେ ତାଙ୍କ ଜୀବନ ସହ ଜଡ଼ିତ କିଛି ରୋଚକ କାହାଣୀ ରହିଛି, ଯାହା ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟକ ଅଟେ।
ସେହି ସମୟରେ ଅସ୍ପୃଶ୍ୟତା ପ୍ରଚଳିତ ଥିଲା। ଯେଉଁଥିପାଇଁ ତାଙ୍କୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ବାବା ସାହେବ ପିଲାଦିନରୁ ବୁଦ୍ଧିମାନ ଏବଂ ଅଧ୍ୟୟନରେ ଭଲ ଥିଲେ। ତେଣୁ ସେ ଜାତିର ଶୃଙ୍ଖଳା ଭାଙ୍ଗି ନିଜର ଶିକ୍ଷା ସମାପ୍ତ କରିଥିଲେ। ସେ ହେଉଛନ୍ତି ପ୍ରଥମ ଅସ୍ପୃଶ୍ୟ ଛାତ୍ର, ଯିଏକି ମୁମ୍ବାଇର ଏଲଫିନ୍ଷ୍ଟୋନ୍ ରୋଡ୍ରେ ଅବସ୍ଥିତ ସରକାରୀ ବିଦ୍ୟାଳୟରେ ଆଡ୍ମିଶନ ନେଇଥିଲେ। ପରେ ୧୯୧୩ରେ ଆମ୍ବେଡକର ଆମେରିକାର କଲମ୍ବିଆ ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଥିଲେ। ୧୯୧୬ରେ ତାଙ୍କର ରିସର୍ଚ୍ଚ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।
ଲଣ୍ଡନରେ ପଢ଼ିବା ସମୟରେ ଯେତେବେଳେ ତାଙ୍କର ଛାତ୍ରବୃତ୍ତି ଶେଷ ହୋଇଥିଲା ସେତେବେଳେ ସେ ଘରକୁ ଫେରି ମୁମ୍ବାଇର ଏକ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏଠାରେ ମଧ୍ୟ ତାଙ୍କୁ ଜାତିଭେଦ ଏବଂ ସମାନତାର ସାମ୍ନା କରିବାକୁ ପଡ଼ିଥିଲା। ଏହି କାରଣରୁ ଆମ୍ବେଡକର ଦଳିତ ସମ୍ପ୍ରଦାୟକୁ ସମାନ ଅଧିକାର ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ନିର୍ବାଚନ ଦାବି କରିଥିଲେ, ଯାହା ମଧ୍ୟ ଅନୁମୋଦିତ ହୋଇଥିଲା, କିନ୍ତୁ ଯେତେବେଳେ ଗାନ୍ଧିଜୀ ଉପବାସରେ ମୃତ୍ୟୁମୁଖରେ ପଡ଼ିଥିଲେ ସେତେବେଳେ ଆମ୍ବେଡକରଙ୍କୁ ତାଙ୍କ ଦାବି ପ୍ରତ୍ୟାହାର କରିବାକୁ ପଡ଼ିଥିଲା।
The post ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଆମ୍ବେଡକର appeared first on Dharitri Odia News.