ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ : କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର ୨୧।୩: ଷ୍ଟାଲିନ୍‌ଙ୍କ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେବା ପ୍ରସଙ୍ଗରେ ତେରେଛା ବାଣ ମାରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ବିଜେଡି ନିଜ ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇପାରେ । ଏହା ତାଙ୍କର ନିଜସ୍ଵ ନିଷ୍ପତ୍ତି । ଷ୍ଟାଲିନ୍‌ଙ୍କ ବୈଠକରେ ଯୋଗଦେବା ନେଇ ଆମର କିଛି ଅସୁବିଧା ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ବିଜେଡି ପ୍ରତିନିଧି ଦଳ ଯୋଗ ଦେବାର କିଛି ପ୍ରାସଙ୍ଗିକତା ନାହିଁ । ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି । ବିଜେଡି ପ୍ରତିନିଧି ଦଳ ଚେନ୍ନାଇ ବୈଠକରେ ଯୋଗ ଦେବେ କି ନାହିଁ ସେଥିରେ କିଛି ମାନେ ନାହିଁ । କାରଣ ଆଗକୁ ବିଜେଡି ରହିବ ନାହିଁ । ତେବେ ଆଗାମୀ ଦିନରେ କ’ଣ ହେବ ସମୀକରଣ ସେ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବିଜେଡିର ରାଜନୀତି ସମୀକରଣ ବଦଳିଲେ କିଛି ଅସୁବିଧା ନାହିଁ । ବିଜେପି ଏବଂ  NDA ପୁରା ଦେଶ ଏବଂ ରାଜ୍ୟକୁ ଚଳାଇବା ପାଇଁ ସକ୍ଷମ ।      You Can Read:ଚାଷୀଙ୍କୁ ନିମ୍ନମାନର ବିହନ ଦେଉଥିବା ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ, ଏଥର ଚାଷୀ ଭଲ ଅମଳ କରିଛନ୍ତି : ଯୋଗାଣ ମନ୍ତ୍ରୀ 

ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ : କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର ୨୧।୩: ଷ୍ଟାଲିନ୍‌ଙ୍କ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେବା ପ୍ରସଙ୍ଗରେ ତେରେଛା ବାଣ ମାରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ବିଜେଡି ନିଜ ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇପାରେ । ଏହା ତାଙ୍କର ନିଜସ୍ଵ ନିଷ୍ପତ୍ତି । ଷ୍ଟାଲିନ୍‌ଙ୍କ ବୈଠକରେ ଯୋଗଦେବା ନେଇ ଆମର କିଛି ଅସୁବିଧା ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । 

ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ବିଜେଡି ପ୍ରତିନିଧି ଦଳ ଯୋଗ ଦେବାର କିଛି ପ୍ରାସଙ୍ଗିକତା ନାହିଁ । ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି । 

ବିଜେଡି ପ୍ରତିନିଧି ଦଳ ଚେନ୍ନାଇ ବୈଠକରେ ଯୋଗ ଦେବେ କି ନାହିଁ ସେଥିରେ କିଛି ମାନେ ନାହିଁ । କାରଣ ଆଗକୁ ବିଜେଡି ରହିବ ନାହିଁ । ତେବେ ଆଗାମୀ ଦିନରେ କ’ଣ ହେବ ସମୀକରଣ ସେ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବିଜେଡିର ରାଜନୀତି ସମୀକରଣ ବଦଳିଲେ କିଛି ଅସୁବିଧା ନାହିଁ । ବିଜେପି ଏବଂ  NDA ପୁରା ଦେଶ ଏବଂ ରାଜ୍ୟକୁ ଚଳାଇବା ପାଇଁ ସକ୍ଷମ ।


      

You Can Read:

ଚାଷୀଙ୍କୁ ନିମ୍ନମାନର ବିହନ ଦେଉଥିବା ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ, ଏଥର ଚାଷୀ ଭଲ ଅମଳ କରିଛନ୍ତି : ଯୋଗାଣ ମନ୍ତ୍ରୀ