ଯେଉଁ ଦଳ ଅଧିନାୟକ.. ଗୌତମ ଗମ୍ଭୀର ରୋହିତଙ୍କ ବିଷୟରେ ଦେଲେ ଏହି ବଡ ବୟାନ..

ନୂଆଦିଲ୍ଲୀ : ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ସହ ହୋଇଥିବା ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଜିତିବା ପରେ ଭାରତୀୟ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରି ଉଚ୍ଚ ଷ୍ଟ୍ରାଇକ୍‌ ରେଟ୍‌ ଟିମ୍‌କୁ ଉତ୍ତମ ସଙ୍କେତ ଦେଇଥାଏ ବୋଲି କହିଛନ୍ତି । ରୋହିତ ଏକ ବଡ ରେକର୍ଡ ସୃଷ୍ଟି କରିବା ସହ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍‌ରେ ପହଞ୍ଚିଥିବା କ୍ରିକେଟ୍‌ ଇତିହାସରେ ପ୍ରଥମ ଅଧିନାୟକ ହୋଇ ରେକର୍ଡ ବୁକ୍‌ରେ ନିଜ ନାଁ […]

ଯେଉଁ ଦଳ ଅଧିନାୟକ.. ଗୌତମ ଗମ୍ଭୀର ରୋହିତଙ୍କ ବିଷୟରେ ଦେଲେ ଏହି ବଡ ବୟାନ..

ନୂଆଦିଲ୍ଲୀ : ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ସହ ହୋଇଥିବା ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ଜିତିବା ପରେ ଭାରତୀୟ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରି ଉଚ୍ଚ ଷ୍ଟ୍ରାଇକ୍‌ ରେଟ୍‌ ଟିମ୍‌କୁ ଉତ୍ତମ ସଙ୍କେତ ଦେଇଥାଏ ବୋଲି କହିଛନ୍ତି । ରୋହିତ ଏକ ବଡ ରେକର୍ଡ ସୃଷ୍ଟି କରିବା ସହ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍‌ରେ ପହଞ୍ଚିଥିବା କ୍ରିକେଟ୍‌ ଇତିହାସରେ ପ୍ରଥମ ଅଧିନାୟକ ହୋଇ ରେକର୍ଡ ବୁକ୍‌ରେ ନିଜ ନାଁ ରଖିଛନ୍ତି । ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆ ଉପରେ ଭାରତର ଦମ୍‌ଦାର୍‌ ବିଜୟ ଟିମ୍‌କୁ ୫ମ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପହଞ୍ଚାଇଥିବା ପ୍ରଥମ ଟିମ୍‌ ହୋଇ ପାରିଛି । ଅନ୍ୟ କୌଣସି ଟିମ୍‌ ୩ରୁ ଅଧିକ ଥର ଏଠାରେ ପହଞ୍ଚି ପାରି ନାହାଁନ୍ତି ।

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

ଫେବୃଆରୀ ୨୦୨୨ରେ ରୋହିତ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ, ଭାରତ ଅନେକ ରେକର୍ଡ ଭାଙ୍ଗିଛି। ତିନି ବର୍ଷ ମଧ୍ୟରେ, ଭାରତ ପ୍ରତ୍ୟେକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛି, ଯାହା ଫଳରେ ସେ ଏହି ସଫଳତା ହାସଲ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଆଇସିସି ଟି୨୦ବିଶ୍ୱକପ୍ ୨୦୨୪, ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩, ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନ୍ସ ୨୦୨୩ ଏବଂ ଆଇସିସି ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଛନ୍ତି, ଯେଉଁଥିରୁ ସେ ୨୦୨୪ ଟି୨୦ ବିଶ୍ୱକପ୍ ଜିତିଛନ୍ତି।
ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତଙ୍କ ବ୍ୟାଟିଂ ବିଷୟରେ ଗମ୍ଭୀର କହିଛନ୍ତି, ଚମ୍ପିଆନ୍ସ ଟ୍ରଫି ଫାଇନାଲ୍ ଏବେ ଆସୁଛି। ଯେଉଁ ଦଳର ଅଧିନାୟକ ଏତେ ଦ୍ରୁତ ଗତିରେ ବ୍ୟାଟିଂ କରନ୍ତି, ତେବେ ଏହା ଡ୍ରେସିଂ ରୁମକୁ ସମ୍ପୂର୍ଣ୍ଣ ନିର୍ଭୀକ ଏବଂ ସାହସୀ ହେବାକୁ ଚାହୁଁଛୁ ବୋଲି ସଙ୍କେତ ଦେଇଥାଏ ।

ବାଏ ୱାନ୍‌ ଗେଟ୍‌ ୱାନ୍‌ ଅଫର୍‌; ଲଞ୍ଚ ହେଲା ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଦାମ୍‌ ଲକ୍ଷେ ଟଙ୍କାରୁ ବି କମ୍‌