ଯେବେ ତୁମେ ରାଜା ପାଖକୁ ଆସୁଛ...ଗୁକେଶଙ୍କୁ ହରାଇବା ପରେ କାର୍ଲସେନଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ଚର୍ଚ୍ଚା

ନୂଆଦିଲ୍ଲୀ: ନରୱେ ଚେସର ପ୍ରଥମ ରାଉଣ୍ଡରେ ମାଗନସ୍ କାର୍ଲସେନ୍ ବିଶ୍ୱ ଚାମ୍ପିଅନ୍ ଡି ଗୁକେଶଙ୍କୁ ହରାଇ ସହଜରେ ତିନି ପଏଣ୍ଟ ହାସଲ କଲେ । ଚାରି ଘଣ୍ଟା ଏବଂ ୫୬ ମୁଭ୍‌ରେ ଏହି କ୍ଲାସିକଲ୍ ଫର୍ମାଟରେ କାର୍ଲସେନ ବାଜି ମାରିଥିଲେ । ନରୱେଜିଆନ୍ ବିପକ୍ଷରେ ତାଙ୍କର ପ୍ରଥମ କ୍ଲାସିକାଲ୍ ଫର୍ମାଟ୍ ଖେଳୁଥିବା ଗୁକେଶଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ କାର୍ଲସେନ୍ ଜୋବାଭା ଲଣ୍ଡନ୍ ଓପନିଂ ମୁଭ୍ ବ୍ୟବହାର କରିଥିଲେ । ରାପିଡ୍, ବ୍ଲିଜ୍ ଏବଂ ଫ୍ରିଷ୍ଟାଇଲ୍ ଚେସ୍ ଭଳି ଛୋଟ ଫର୍ମାଟ୍ ଉପରେ ଅଧିକ ଫୋକସ ଦେଉଥିବା କାର୍ଲସେନ୍ କ୍ଲାସିକଲ୍ ଫର୍ମାଟରେ ବି ନିଜ ଦକ୍ଷତା ଦେଖାଇଥିଲେ ।ବିଜୟ ପରେ କାର୍ଲସେନ କହିଥିଲେ, 'ସେ ମଧ୍ୟ ଜଣେ ମହତ୍ୱାକାଂକ୍ଷୀ ଖେଳାଳି, ତେଣୁ ମୁଁ ଭାବିଥିଲି ଯେ ଆମେ ଆରମ୍ଭରୁ ଫ୍ଲାଟ୍ ଖେଳ ପାଇବୁ ନାହିଁ, କାରଣ ସେ ଆରମ୍ଭରୁ ହିଁ ସମକକ୍ଷ ଅଛନ୍ତି।' ମ୍ୟାଚ୍ ଶେଷ ପରେ ନରୱେ ଚ୍ୟାନେଲ୍ TV2କୁ ପ୍ରତିକ୍ରିୟା ଦେଇ ସେ ନରୱେଜିଆନ୍ ଭାଷାରେ କହିଥିଲେ, ଫାଇନାଲ୍ ରେଜଲ୍ଟ ପରେ ଭଲ ଅନୁଭବ କରୁଛି ।ତେବେ କାର୍ଲସେନ୍ ମ୍ୟାଚ୍ ପରେ ତୁରନ୍ତ ଲୋକପ୍ରିୟ ଟିଭି ସିରିଜ୍, ଦ ୱାୟର ଏକ ଡାଇଲଗ୍ ସେୟାର କରିଥିଲେ । ଯାହା ୧୮ ବର୍ଷୀୟ ଭାରତୀୟ ଗୁକେଶଙ୍କ ବିଶ୍ୱ ଚାମ୍ପିଅନ ହେବା ପରେ କ୍ଲାସିକାଲ୍ ଚେସରେ ତାଙ୍କର ପ୍ରଥମ ମୁକାବିଲାକୁ ପ୍ରଭାବୀ ଢଙ୍ଗରେ ବ୍ୟକ୍ତ କରିଛନ୍ତି । କାର୍ଲସେନ ଲେଖିଥିଲେ, "When you come for the king, you

ଯେବେ ତୁମେ ରାଜା ପାଖକୁ ଆସୁଛ...ଗୁକେଶଙ୍କୁ ହରାଇବା ପରେ କାର୍ଲସେନଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ଚର୍ଚ୍ଚା

ନୂଆଦିଲ୍ଲୀ: ନରୱେ ଚେସର ପ୍ରଥମ ରାଉଣ୍ଡରେ ମାଗନସ୍ କାର୍ଲସେନ୍ ବିଶ୍ୱ ଚାମ୍ପିଅନ୍ ଡି ଗୁକେଶଙ୍କୁ ହରାଇ ସହଜରେ ତିନି ପଏଣ୍ଟ ହାସଲ କଲେ । ଚାରି ଘଣ୍ଟା ଏବଂ ୫୬ ମୁଭ୍‌ରେ ଏହି କ୍ଲାସିକଲ୍ ଫର୍ମାଟରେ କାର୍ଲସେନ ବାଜି ମାରିଥିଲେ । ନରୱେଜିଆନ୍ ବିପକ୍ଷରେ ତାଙ୍କର ପ୍ରଥମ କ୍ଲାସିକାଲ୍ ଫର୍ମାଟ୍ ଖେଳୁଥିବା ଗୁକେଶଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ କାର୍ଲସେନ୍ ଜୋବାଭା ଲଣ୍ଡନ୍ ଓପନିଂ ମୁଭ୍ ବ୍ୟବହାର କରିଥିଲେ । ରାପିଡ୍, ବ୍ଲିଜ୍ ଏବଂ ଫ୍ରିଷ୍ଟାଇଲ୍ ଚେସ୍ ଭଳି ଛୋଟ ଫର୍ମାଟ୍ ଉପରେ ଅଧିକ ଫୋକସ ଦେଉଥିବା କାର୍ଲସେନ୍ କ୍ଲାସିକଲ୍ ଫର୍ମାଟରେ ବି ନିଜ ଦକ୍ଷତା ଦେଖାଇଥିଲେ ।

ବିଜୟ ପରେ କାର୍ଲସେନ କହିଥିଲେ, 'ସେ ମଧ୍ୟ ଜଣେ ମହତ୍ୱାକାଂକ୍ଷୀ ଖେଳାଳି, ତେଣୁ ମୁଁ ଭାବିଥିଲି ଯେ ଆମେ ଆରମ୍ଭରୁ ଫ୍ଲାଟ୍ ଖେଳ ପାଇବୁ ନାହିଁ, କାରଣ ସେ ଆରମ୍ଭରୁ ହିଁ ସମକକ୍ଷ ଅଛନ୍ତି।' ମ୍ୟାଚ୍ ଶେଷ ପରେ ନରୱେ ଚ୍ୟାନେଲ୍ TV2କୁ ପ୍ରତିକ୍ରିୟା ଦେଇ ସେ ନରୱେଜିଆନ୍ ଭାଷାରେ କହିଥିଲେ, ଫାଇନାଲ୍ ରେଜଲ୍ଟ ପରେ ଭଲ ଅନୁଭବ କରୁଛି ।

ତେବେ କାର୍ଲସେନ୍ ମ୍ୟାଚ୍ ପରେ ତୁରନ୍ତ ଲୋକପ୍ରିୟ ଟିଭି ସିରିଜ୍, ଦ ୱାୟର ଏକ ଡାଇଲଗ୍ ସେୟାର କରିଥିଲେ । ଯାହା ୧୮ ବର୍ଷୀୟ ଭାରତୀୟ ଗୁକେଶଙ୍କ ବିଶ୍ୱ ଚାମ୍ପିଅନ ହେବା ପରେ କ୍ଲାସିକାଲ୍ ଚେସରେ ତାଙ୍କର ପ୍ରଥମ ମୁକାବିଲାକୁ ପ୍ରଭାବୀ ଢଙ୍ଗରେ ବ୍ୟକ୍ତ କରିଛନ୍ତି । କାର୍ଲସେନ ଲେଖିଥିଲେ, "When you come for the king, you best not miss." ଅର୍ଥାତ୍ ଯେତେବେଳେ ତୁମେ ରାଜା ପାଖକୁ ଆସୁଛ, ତୁମେ କିଛି ନଭୁଲ କରିବା ଦରକାର ।

ଦୁଇ ଖେଳାଳି ଗୋଟିଏ ଲଢେଇ ପାଇଁ ଆସିଥିଲେ । କିନ୍ତୁ କାର୍ଲସେନ୍ କାହିଁକି ଦୁନିଆର ଏକ ନମ୍ୱର ଓ 5 ଥରର ବିଶ୍ୱ ଚାମ୍ପିଅନ ସହ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ତାହା ଶେଷରେ ପ୍ରମାଣିତ କରିଥିଲେ । ଗତ ଏକ ବର୍ଷ ଧରି ଚେସ୍‌ର ସବୁଠୁ କଠିନ ଫର୍ମାଟ୍ ଖେଳି ନଥିବା କାର୍ଲସେନଙ୍କ ଉପରେ ଏହା କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା ।